Odisha Election 2024: ବିଜେଡିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଏହି ଆସନରୁ ପାଇପାରନ୍ତି ଟିକେଟ୍
Advertisement
Article Detail0/zeeodisha/odisha2193354

Odisha Election 2024: ବିଜେଡିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଏହି ଆସନରୁ ପାଇପାରନ୍ତି ଟିକେଟ୍

Ganeswar Behera joins BJD: ଗଣେଶ୍ୱର ବେହେରା ୨୦୧୯ ରେ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଯାଇଥିଲେ। ଏହାପୂର୍ବରୁ ସେ ୧୯୮୫ ଓ ୧୯୯୫ ରେ ପଟାମୁଣ୍ଡାଇରୁ ଜିତିଥିଲେ।

 

Ganeswar Behera joins BJD

Ganeswar Behera joins BJD: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ବିଜେଡିରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କହିରଖୁଛୁ ଯେ ୨ ଏପ୍ରିଲ ରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବେହେରା ଇସ୍ତଫା ଦେଇଥିଲେ।

ଗଣେଶ୍ୱର ବେହେରା ବିଜେଡି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ। କହିରଖୁଛୁ ଯେ ଗଣେଶ୍ୱର ବେହେରା ୨୦୧୯ ରେ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଯାଇଥିଲେ। ଏହାପୂର୍ବରୁ ସେ ୧୯୮୫ ଓ ୧୯୯୫ ରେ ପଟାମୁଣ୍ଡାଇରୁ ଜିତିଥିଲେ।

୨୦୨୪ ନିର୍ବାଚନରେ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ଏହାପୂର୍ବରୁ ବରିଷ୍ଠ ନେତା ତଥା ଓଡି଼ଶା ବିଜେପି ଉପାଧ୍ୟକ୍ଷ ଲେଖାଶ୍ରୀ ସାମନ୍ତସିଂହର ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏବଂ ପରେ ସେ ବିଜେଡିରେ ଯୋଗ ଦେଇଥିଲେ।