ମଲ୍ଲଯୁଦ୍ଧ ପରେ ରାଜନୀତିରେ ପ୍ରବେଶ କଲେ ଗ୍ରେଟ୍ ଖଲ୍ଲୀ
Advertisement
Article Detail0/zeeodisha/odisha1093945

ମଲ୍ଲଯୁଦ୍ଧ ପରେ ରାଜନୀତିରେ ପ୍ରବେଶ କଲେ ଗ୍ରେଟ୍ ଖଲ୍ଲୀ

ଦଳର ସଦସ୍ୟତା ଗ୍ରହଣ କରିବା ଅବସରରେ ଖଲ୍ଲୀ କହିଛନ୍ତି ଯେ ସେ ବିଜେପିରେ ଯୋଗଦେବାକୁ ବହୁତ ଭଲ ଅନୁଭବ କରୁଛନ୍ତି। 

ମଲ୍ଲଯୁଦ୍ଧ ପରେ ରାଜନୀତିରେ ପ୍ରବେଶ କଲେ ଗ୍ରେଟ୍ ଖଲ୍ଲୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତୀୟ କୁସ୍ତିଯୋଦ୍ଧା ଗ୍ରେଟ୍ ଖଲ୍ଲୀ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଗୁରୁବାର (ଫେବୃଆରୀ ୧୦) ସେ ଦିଲ୍ଲୀସ୍ଥିତ ଦଳୀୟ କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଜେପି ହାତ ଧରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡ ଜିତେନ୍ଦ୍ର ସିଂହ ଏବଂ ବିଜେପି ସାଂସଦ ସୁନୀତା ଦୁଗଲ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ।

ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ (World Wrestling Entertainment) ଡବଲ୍ୟୁଡବଲ୍ୟୁଇ (WWE) ଚାମ୍ପିୟନ୍ ଗ୍ରେଟ୍ ଖଲ୍ଲୀଙ୍କ (Great Khali) ପ୍ରକୃତ ନାମ ହେଉଛି ଦଲୀପ ସିଂହ ରାଣା (Dalip Singh Rana)। ଖଲ୍ଲୀ ପଞ୍ଜାବ ପୋଲିସରେ (Punjab) ଅଛନ୍ତି। ସେ ବିଜେପିରେ (BJP) ଯୋଗଦେବା ପରେ ଦଳ ପଞ୍ଜାବରେ (Punjab) ଉପକୃତ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି। ଯଦିଓ ଖଲ୍ଲୀ ମୂଳତଃ ହିମାଚଳ ପ୍ରଦେଶ (Himachal Pradesh) ବାସିନ୍ଦା। ହେଲେ ସେ ଜଳନ୍ଧର ଠାରେ କଣ୍ଟିନେଣ୍ଟାଲ ରେସଲିଂ ଏକାଡେମୀ (Continental Wrestling Academy) ସିଡବଲ୍ୟୁଇ (CWE) ଚଳାନ୍ତି। ଏଠାରେ ଖଲ୍ଲୀ ଯୁବକଙ୍କୁ କୁସ୍ତି କସରତ  ଶିକ୍ଷା ପ୍ରଦାନ କରନ୍ତି।  

ଦଳର ସଦସ୍ୟତା ଗ୍ରହଣ କରିବା ଅବସରରେ ଖଲ୍ଲୀ କହିଛନ୍ତି ଯେ ସେ ବିଜେପିରେ ଯୋଗଦେବାକୁ ବହୁତ ଭଲ ଅନୁଭବ କରୁଛନ୍ତି। ସେ କହିଥିଲେ ମୋତେ WWE ପ୍ରତିଯୋଗୀତରୁ ନାମ ଏବଂ ଧନ କମାଇବାର ସୁଯୋଗ କମ ନଥିଲା। ହେଲେ ଦେଶ ପ୍ରତି ଥିବା ପ୍ରେମ ମୋତେ ପଛକୁ ଟାଣି ନେଇଥିଲା। ଦେଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦେଖି ମୁଁ ବିଜେପିରେ ଯୋଗ ଦେଇଛି। ମୁଁ ଭାବିଲି ଦେଶର ପ୍ରଗତିର ଏହି ଯାତ୍ରାରେ କାହିଁକି ଯୋଗଦେବି ନାହିଁ। ବିଜେପି ନୀତି ହେଉଛି ଦେଶକୁ ଆଗକୁ ନେବା। ଏହା ଦ୍ୱାରା ପ୍ରଭାବିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ଦଳ ମୋତେ ଯେତେବେଳେ ଯେଉଁ ପ୍ରଦାନ କରିବ ମୁଁ ତାକୁ ନିର୍ବାହ କରିବି।

Also Read: UP Election 2022: ଦୌଡ଼ି ଦୌଡି଼ ନାମାଙ୍କନ ଦାଖଲ କଲେ କ୍ରୀଡ଼ା ମନ୍ତ୍ରୀ

ଏହା ପୂର୍ବରୁ ଗତ ବର୍ଷ ଗ୍ରେଟ୍ ଖଲ୍ଲୀଙ୍କ ଆମ୍ ଆଦମୀ ପାର୍ଟି (Aam Aadmi Party) ଆପ୍ ସଂଯୋଜକ (AAP Convenor) ଅରବିନ୍ଦ କେଜ୍ରିୱାଲଙ୍କ (Arvind Kejriwal) ସହ ହୋଇଥିବା ସାକ୍ଷାତକାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଚଳିତ ମାସରେ ଅନୁଷ୍ଠିତ ହେଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଆମ୍ ଆଦମୀ ପାର୍ଟି ହାତ ଧରିପାରନ୍ତି ବୋଲି ଅନୁମାନ କରାଯାଉଥିଲା।