Aravind Kejriwalଙ୍କୁ ଘରକୁ ଡାକି, ଖାଇବାକୁ ଦେଇ ବେଇଜ୍ଜତ କଲେ ଅଟୋ ଡ୍ରାଇଭର!
Advertisement
Article Detail0/zeeodisha/odisha1375107

Aravind Kejriwalଙ୍କୁ ଘରକୁ ଡାକି, ଖାଇବାକୁ ଦେଇ ବେଇଜ୍ଜତ କଲେ ଅଟୋ ଡ୍ରାଇଭର!

Gujarat Auto Driver: ଶୁକ୍ରବାର ଅହମ୍ମଦାବାଦର ଥାଲଟେଜ ଅଞ୍ଚଳରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସାଧାରଣ ସମାବେଶ ଆୟୋଜନ ହୋଇଥିଲା। ଏଥିରେ ବିକ୍ରମ ଦନ୍ତାନୀଙ୍କୁ ଦେଖିବାକୁ ମିଳିଥିଲା। ସେ ସାଧା ପୋଷାକ ପିନ୍ଧି ବେକରେ ବିଜେପିର ଗାମୁଛା ପକାଇ ଓ ମୁଣ୍ଡରେ ଗେରୁଆ ଟୋପି ସହ ସମାବେଶରେ ଯୋଗ ଦେଇଥିଲେ।

Aravind Kejriwalଙ୍କୁ ଘରକୁ ଡାକି, ଖାଇବାକୁ ଦେଇ ବେଇଜ୍ଜତ କଲେ ଅଟୋ ଡ୍ରାଇଭର!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘରକୁ ଡାକି, ଖାଇବାକୁ ଦେଇ ବେଇଜ୍ଜତ କରିଛନ୍ତି ଅହମ୍ମଦାବାଦର ଅଟୋ ଡ୍ରାଇଭର! କିଛି ଦିନ ତଳେ ଆମ ଆଦମୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଗୁଜୁରାଟର ଅହମ୍ମଦାବାଦ ଗସ୍ତ କରିଥିଲେ। ସେଠାରେ ସେ ବିକ୍ରମ ଦନ୍ତାନି ନାମକ ଜଣେ କିନ୍ତୁ ଅଟୋରିକ୍ସା ଡ୍ରାଇଭରଙ୍କ ଘରେ ଭୋଜନ କରିଥିଲେ। ଯାହାକୁ ନେଇ ଆପ୍ ପକ୍ଷରୁ ଖୁବ୍ ଚର୍ଚ୍ଚା କରାଗଲା। କିନ୍ତୁ ଶୁକ୍ରବାର ବିକ୍ରମ ଏକ ରୋମାଞ୍ଚକ ଖୁଲାସା କରିଛନ୍ତି। ସେ କେଜ୍ରିୱାଲଙ୍କ ନୁହଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣ ବଡ ସମର୍ଥକ ବୋଲି ଅଟୋ ଡ୍ରାଇଭରକହିଛନ୍ତି। ଶୁକ୍ରବାର ଅହମ୍ମଦାବାଦରେ ଆୟୋଜିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରାଲିରେ କିଛି ଗଣମାଧ୍ୟମ ଦ୍ୱାରା ବିକ୍ରମଙ୍କୁ ଠାବ କରାଯାଇଥିଲା।

ଶୁକ୍ରବାର ଅହମ୍ମଦାବାଦର ଥାଲଟେଜ ଅଞ୍ଚଳରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସାଧାରଣ ସମାବେଶ ଆୟୋଜନ ହୋଇଥିଲା। ଏଥିରେ ବିକ୍ରମ ଦନ୍ତାନୀଙ୍କୁ ଦେଖିବାକୁ ମିଳିଥିଲା। ସେ ସାଧା ପୋଷାକ ପିନ୍ଧି ବେକରେ ବିଜେପିର ଗାମୁଛା ପକାଇ ଓ ମୁଣ୍ଡରେ ଗେରୁଆ ଟୋପି ସହ ସମାବେଶରେ ଯୋଗ ଦେଇଥିଲେ। ବିକ୍ରମ ଦନ୍ତାନୀ ହେଉଛନ୍ତି ସେହି ବ୍ୟକ୍ତି, ଦୁଇ ସପ୍ତାହ ପୂର୍ବେ ଯାହାଙ୍କ ଘରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୋଜନ କରିଥିଲେ। ବିକ୍ରମ ଦନ୍ତାନି କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ। ଆଉ ସେ ନିର୍ବାଚନରେ ବିଜେପିକୁ ହିଁ ଭୋଟ ଦେବେ।

Also Read: Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର

ଗଣମାଧ୍ୟମକୁ ଦନ୍ତାନି କହିଛନ୍ତି ଯେ, ସେପ୍ଟେମ୍ବର ୧୩ରେ ଅହମ୍ମଦାବାଦରେ ଆମ୍ ଆଦମୀ ପାର୍ଟି (ଆପ୍) ଟାଉନ୍ ହଲ୍ ବୈଠକ ହୋଇଥିଲା। ସେହି ସମୟରେ ସେ କେଜ୍ରିୱାଲଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ଅଟୋରିକ୍ସା ୟୁନିଅନର ନେତାମାନଙ୍କ ଅନୁରୋଧ କ୍ରମେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଘରକୁ ଖାଇବାକୁ ଡାକିଥିଲେ। ବିକ୍ରମ ଦନ୍ତାନି ଅରବିନ୍ଦ କେଜ୍ରିୱାଲଙ୍କୁ ଚଳିତ ମାସ ଆରମ୍ଭରେ ତାଙ୍କ ଘରେ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଆଉ ତାଙ୍କର ଅନୁରୋଧ ରକ୍ଷା କରି ଅରବିନ୍ଦ କେଜ୍ରିୱାଲ ରାତ୍ରୀ ଭୋଜନ ପାଇଁ ଯାଇଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହାକୁ ନେଇ ଏତେ ବଡ ରାଜନୀତି କରାଯିବ। ତେବେ ସେ ଆପର କୌଣସି ସଙ୍ଗଠନ ସହ ଜଡିତ ନୁହନ୍ତି ବୋଲି ବିକ୍ରମ କହିଛନ୍ତି।

fallback

ଅଟୋରିକ୍ସା ଡ୍ରାଇଭର ପୁଣି କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ସେ ସର୍ବଦା ବିଜେପି ପାଇଁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, "ମୁଁ ଏଠାକୁ ରାଲି ପାଇଁ ଆସିଥିଲି, କାରଣ ମୁଁ ମୋଦିଜୀଙ୍କର ଜଣେ ବଡ଼ ପ୍ରଶଂସକ। ମୁଁ ଆରମ୍ଭରୁ ବିଜେପି ସହ ରହିଆସିଛି ଏବଂ ଅତୀତରେ ସର୍ବଦା ବିଜେପିକୁ ମୋର ଭୋଟ୍ ଦେଇଥିଲି। ମୁଁ କୌଣସି ଚାପରେ ଏହା କହୁ ନାହିଁ।" ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଆପ୍ ଗ୍ରାଉଣ୍ଡ ସଜାଇବା ଆରମ୍ଭ କରିଛି। ଯେଉଁଥିପାଇଁ କେଜ୍ରିୱାଲ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି। ଗତ ୧୩ ତାରିଖରେ ସୁରକ୍ଷାକୁ ନେଇ ସ୍ଥାନୀୟ ପୋଲିସ ସହ ସଂଘର୍ଷ ପରେ ଅରବିନ୍ଦ କେଜ୍ରିୱାଲ ଅଟୋରେ ବିକ୍ରମ ଦନ୍ତାନୀଙ୍କ ଘରେ ଯାଇ ରାତ୍ରୀ ଭୋଜନ କରିଥିଲେ।