Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର
Advertisement
Article Detail0/zeeodisha/odisha1374551

Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର

ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। 

Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର

Tejeswar Parida: ଭୁବନେଶ୍ୱର:  ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଖଦୀ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ତେଜେଶ୍ୱର। ତାଙ୍କ ଯୋଗଦାନ ସମୟରେ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି। 

ଗୋଟିଏ ପଟେ ବିଜେଡିର ପଦଯାତ୍ରା ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ତେଜଶ୍ୱରଙ୍କ ଏହି ଇସ୍ତଫା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ବିଜେଡି ନେତା ତଥା ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଦଳରୁ ଇସ୍ତଫା ଦେଇଥିଲେ। ଏନେଇ ତେଜେଶ୍ୱର ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

ଏନେଇ ତେଜେଶ୍ୱର ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ମୋତେ ଜନତାଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସେଥିପାଇଁ ଚିର କୃତଜ୍ଞ ରହିବି। ଦଳରେ ମୁଁ ଦୀର୍ଘଦିନ ଧରି ଜଣେ ଦାୟିତ୍ୱବାନ, କର୍ତ୍ତବ୍ୟପରାୟଣ, ସଚ୍ଚୋଟ କର୍ମୀ ଭାବେ କାର୍ଯ୍ୟ କରିଥିଲି। ଦଳର ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ଜିଲ୍ଲାରେ ମୁଁ ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲି । ଦଳର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ପ୍ରୟାସ କରି ଆସିଥିଲି ।

ତେବେ ତେଜେଶ୍ୱର ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସେ ନିର୍ବାଚନ ମାନିଫେଷ୍ଟୋ କମିଟି ସଦସ୍ୟ ଓ ତାରକା ପ୍ରଚାରକ ଭାବେ ମନୋନୀତ ହୋଇଥିଲେ । ସେଥିପାଇଁ ସେ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି ।