ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିବେ ୬ ବିଧାୟକ
Advertisement

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିବେ ୬ ବିଧାୟକ

Gujarat Congress: ବିଶେଷ କଥା ହେଉଛି ଏହି ୬ ନେତାଙ୍କ ମଧ୍ୟରୁ ୪ ଜଣ ପାଟିଦାର ଅଟନ୍ତି । ଏଭଳି ପରିସ୍ଥିତିରେ ଦଳକୁ ବଡ଼ ସ୍ତରରେ ଛାଡ଼ିବା କଂଗ୍ରେସ ଉପରେ ଅନେକ ପ୍ରଭାବ ପକାଇପାରେ । 

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିବେ ୬ ବିଧାୟକ

ନୂଆଦିଲ୍ଲୀ: Gujarat Congress: ଆଉ କିଛି ମାସର ଅପେକ୍ଷା, ଗୁଜୁରାଟରେ ବିଧାନସଭା ନିର୍ବାଚନ (Gujarat Assembly Election 2022) ଅନୁଷ୍ଠିତ ହେବାର ଅଛି ।  ଏହି ସମୟରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା କଂଗ୍ରେସ (Gujarat Congress) କୁ ଆଉ ଏକ ଝଟକା ଲାଗିଛି । ସୌରାଷ୍ଟ୍ରର କିଛି କଂଗ୍ରେସ ବିଧାୟକ (Congress MLA) ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେପଟେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ଗୁଜରାଟ ପ୍ରଭାରୀ ଅଶୋକ ଗେହଲୋଟ୍ ମଙ୍ଗଳବାର ଗୁଜରାଟରେ ପହଞ୍ଚିବେ । ନିକଟ ଅତୀତରେ ଗୁଜୁରାଟ କଂଗ୍ରେସ ନେତା ନରେଶ ରାୱଲ ଓ ରାଜୁ ପରମାର ମଧ୍ୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଗୁଜୁରାଟ କଂଗ୍ରେସ ପ୍ରଦେଶ କମିଟିର ପୂର୍ବତନ ସଭାପତି କହିଛନ୍ତି ଯେ, ଏହି ବିଧାୟକମାନେ ନିର୍ବାଚନ ପାଇଁ ଆର୍ଥିକ ସହାୟତା ମାଗିଥିଲେ । ବର୍ତ୍ତମାନ କଂଗ୍ରେସ ତାଙ୍କ ଦାବି ପୂରଣ କରିବା ସ୍ଥିତିରେ ନାହିଁ ଓ ବର୍ତ୍ତମାନ ସେ ଦଳ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ଏହି ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ ଭାବେଶ କଟାରା, ଚିରାଗ କଲଗରିଆ, ଲଲିତ ଭସୋୟା, ସଞ୍ଜୟ ସୋଲଙ୍କି, ମହେଶ ପଟେଲ ଏବଂ ହର୍ଷଦ ରିବାଦିଆ ବିଜେପି ରାଜ୍ୟ ସଭାପତି CR ପାଟିଲଙ୍କୁ ଭେଟିଛନ୍ତି ।

ବିଶେଷ କଥା ହେଉଛି ଏହି ୬ ନେତାଙ୍କ ମଧ୍ୟରୁ ୪ ଜଣ ପାଟିଦାର ଅଟନ୍ତି । ଏଭଳି ପରିସ୍ଥିତିରେ ଦଳକୁ ବଡ଼ ସ୍ତରରେ ଛାଡ଼ିବା କଂଗ୍ରେସ ଉପରେ ଅନେକ ପ୍ରଭାବ ପକାଇପାରେ । ଏହାପୂର୍ବରୁ ପାଟିଦାର ନେତା ହାର୍ଦ୍ଦିକ ପଟେଲ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଗୁଜୁରାଟ କଂଗ୍ରେସ ନେତାଙ୍କ ବିରୋଧରେ ସେ ଅଭିଯୋଗ ଆଣିଥିଲେ । ଭସୋୟା ମଧ୍ୟ ଅତୀତରେ ପଟେଲଙ୍କ ସହଯୋଗୀ ଥିଲେ ।

ଏହା ବି ପଢ଼ନ୍ତୁ:-ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!

ଏହା ବି ପଢ଼ନ୍ତୁ:-୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଏହା ବି ପଢ଼ନ୍ତୁ:-ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

ରିପୋର୍ଟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତାମାନେ ଗୋପନୀୟତା ସର୍ତ୍ତରେ କହିଛନ୍ତି ଯେ, ଅର୍ଥ ଅଭାବରୁ କଂଗ୍ରେସ ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେଉଛି । ଜଣେ ନେତା କହିଛନ୍ତି, ୫୦,୦୦୦ ମତଦାନ କେନ୍ଦ୍ରରେ ଯଦିଓ ଆମେ ନିର୍ବାଚନ ଦିନ ପ୍ରକ୍ରିୟା ତଦାରଖ କରିବା ପାଇଁ ଜଣେ ଏଜେଣ୍ଟକୁ ୫୦୦୦ ଟଙ୍କା ଦେଇଥାଉ, ତଥାପି ସେ ୧୦,୦୦୦ ଟଙ୍କା ଆଡ଼କୁ ଦେଖିବେ, ଯାହାକୁ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ପାଇବେ । ସେ କହିଛନ୍ତି ଯେ, ଏପରି ନ ହେଉ, ଏହା ସୁନିଶ୍ଚିତ କରିବା ପାଇଁ ଆମ ପାଖରେ ଟଙ୍କା ନାହିଁ ।