Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚଳାଇଲେ ମୋଦି ସରକାର, ନେଲେ ଏହି ବଡ଼ ନିଷ୍ପତ୍ତି
Advertisement

Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚଳାଇଲେ ମୋଦି ସରକାର, ନେଲେ ଏହି ବଡ଼ ନିଷ୍ପତ୍ତି

Gujarat Election 2022: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି ମୋଦି ସରକାର। ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ରାଜନୀତିରେ ଏହାକୁ ବିଜେପିର ଏକ ବଡ ରାଜନୈତିକ ଗୋଟି ଚାଳନା ଭାବେ ଦେଖାଯାଉଛି। 

Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚଳାଇଲେ ମୋଦି ସରକାର, ନେଲେ ଏହି ବଡ଼ ନିଷ୍ପତ୍ତି

Gujarat Assembly Election 2022: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି ମୋଦି ସରକାର। ରାଜ୍ୟର ଆଣନ୍ଦ ଏବଂ ମେହସନା ଜିଲ୍ଲାପାଳଙ୍କୁ ସେମାନଙ୍କ ସ୍ତରରେ ଅନୁସନ୍ଧାନ କରି ପାକିସ୍ତାନରୁ ବିସ୍ଥାପିତ ହୋଇ ଭାରତ ପଳାଇ ଆସିଥିବା ହିନ୍ଦୁ ପରିବାରକୁ ନାଗରିକତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ। ଗୁଜୁରାଟ ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ରାଜନୀତିରେ ଏହାକୁ ବିଜେପିର ଏକ ବଡ ରାଜନୈତିକ ଗୋଟି ଚାଳନା ଭାବେ ଦେଖାଯାଉଛି। 

ଗୁଜୁରାଟ ମେହସାଣା ଜିଲ୍ଲାର ଗ୍ରାମାଞ୍ଚଳରେ ଏକ କଲୋନୀ ଗଠନ କରାଯାଇଛି ଯାହାକୁ ସହକାରା କଲୋନୀ ନାମରେ ନାମିତ କରାଯାଇଛି। ଏଠାରେ ପ୍ରାୟ ୨୭ ପରିବାର ବସବାସ କରୁଛନ୍ତି। ଯେଉଁମାନେ ପାକିସ୍ତାନରୁ ବିସ୍ଥାପିତ ହେବା ପରେ ଭାରତ ଆସିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ କେତେକ ୨୦୧୭ ଏବଂ ୨୦୧୯ ବର୍ଷରେ ଆସିଛନ୍ତି।

ପ୍ରାରମ୍ଭରେ ସେମାନଙ୍କୁ ୪୫ ଦିନର ଭିସା ମିଳିଥାଏ। ଏହା ପରେ ୫ ବର୍ଷର ଦୀର୍ଘକାଳୀନ ଭିସା ଦିଆଯାଇଥାଏ। ଏହା ପରେ ସେମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ଏହା ସହିତ ସେମାନେ ମଧ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ପାଇଁ ଗ୍ୟାରେଣ୍ଟର୍ ଭାବେ କାର୍ଯ୍ୟ କରିଥାନ୍ତି। 

Also Read: Assembly Elcction 2022: ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଗୋଟି ଚଳାଇଲେ ମୋଦି ସରକାର, ଜାଣନ୍ତୁ କ'ଣ?

ଏହି ସହକାର କଲୋନୀରେ ରହୁଥିବା ଲୋକ ଯେଉଁମାନେ ପାକିସ୍ତାନରୁ ଭାରତ ପଳାଇ ଆସିଛନ୍ତି, ସେମାନେ ତାଙ୍କର ଜୀବନ କିପରି ଚାଲିଛି, ପୂର୍ବରୁ ସେମାନେ ପାକିସ୍ତାନରେ ରହୁଥିବା ବେଳେ କେଉଁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା ତାହା କହିଛନ୍ତି ଏଠାରେ ରହୁଥିବା ଧର୍ମା ନାମକ ବ୍ୟକ୍ତି। ଧର୍ମାଙ୍କ ଜେଜେବାପା ବିଭାଜନ ସମୟରେ ପାକିସ୍ତାନରେ ରହି ଯାଇଥିଲେ। ସ୍ୱାଧୀନତା ପରେ, ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ କେବଳ ଉର୍ଦ୍ଦୁ ଭାଷା ଲେଖିବା ଜାଣନ୍ତି। ସେମାନଙ୍କ ପିଲାଙ୍କ ଲାଗି ଅଧିକ ପଢିବା କିମ୍ବା ଲେଖିବାର କୌଣସି ସୁବିଧା ନ ଥିଲା। ଏଠାରେ ଝିଅଙ୍କ ସୁରକ୍ଷା ସର୍ବଦା ବିପଦ ରହୁଥିଲା। ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ, ସେତେବେଳେ ସେମାନେ ଟାର୍ଗେଟ ପରିସରକୁ ଆସିଯାନ୍ତି। ହେଲେ ଭାରତ ଆସିବା ପରଠାରୁ ସେମାନେ ହିନ୍ଦୁ ପର୍ବ ପର୍ବାଣୀ ସମ୍ପୂର୍ଣ୍ଣ  ଉତ୍ସାହର ସହ ପାଳନ କରୁଛନ୍ତି।

ଏହି ଲୋକଙ୍କ ପାଇଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି କୌଣସି ଦେବଦୂତ ଠାରୁ କମ୍ ନୁହଁନ୍ତି। ସେମାନେ ଆଶା କରୁଛନ୍ତି ଯେ ଶୀଘ୍ର ସେମାନେ ଭାରତୀୟ ନାଗରିକତ୍ୱ ପାଇବେ। ପାକିସ୍ତାନ ଭଳି ଦେଶରୁ ବିସ୍ଥାପିତ ହୋଇ ଆସିଥିବା ଏ ପରି ହିନ୍ଦୁ ପରିବାର ପାଇଁ ନାଗରିକତା ସଂଶୋଧନ ଅଧିନିୟମ (Citizenship Amendment Act) ସିଏଏ (CAA) କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ ହୋଇଯାଇଛି। ସଦ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗୁଜୁରାଟ ଆଣନ୍ଦ ଏବଂ ମେହସାଣା ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନଙ୍କୁ ୧୯୫୫ ନାଗରିକତ୍ୱ ଅଧିନିୟମର ଧାରା ୫ ଏବଂ ୬ ଅନୁଯାୟୀ ଏବଂ ନାଗରିକତା ନିୟମ ୨୦୦୯ ଅନୁଯାୟୀ ଭାରତୀୟ ନାଗରିକ ଭାବେ ପଞ୍ଜୀକରଣ ଅନୁମତି ଦିଆଯିବ କିମ୍ବା ସେମାନଙ୍କୁ ଦେଶର ନାଗରିକ ପ୍ରମାଣପତ୍ର ଦିଆଯିବ।