Gujarat: ମହମ୍ମଦ ଅଲୀ ଜେନାଭାଇରୁ କେମିତି ହେଲେ ମହମ୍ମଦ ଅଲୀ ଜିନ୍ନା? ଜାଣନ୍ତୁ ଏହାର ଇତିହାସ
Advertisement
Article Detail0/zeeodisha/odisha1461837

Gujarat: ମହମ୍ମଦ ଅଲୀ ଜେନାଭାଇରୁ କେମିତି ହେଲେ ମହମ୍ମଦ ଅଲୀ ଜିନ୍ନା? ଜାଣନ୍ତୁ ଏହାର ଇତିହାସ

Muhammad Ali Jinnah: ଭାରତ ବର୍ଷ ସ୍ୱାଧୀନ ହେବା ପୂର୍ବରୁ ମହମ୍ମଦ ଅଲ୍ଲୀ ଜିନ୍ନା ଜନ ମାନସରେ ମହମ୍ମଦ ଅଲୀ ଜେନାଭାଇ ନାମରେ ପରିଚିତ ଥିଲେ। ସ୍ୱାଧୀନତା ପରେ ଅଖଣ୍ଡ ଭାରତ ବର୍ଷକୁ ବିଭାଜିତ କରି ଗଠିତ ହୋଇଥିବା ପାକିସ୍ତାନ ଭଳି ଦେଶର କାଏଦ-ଏ-ଆଜମ ଅର୍ଥାତ ରାଷ୍ଟ୍ରମୁଖ୍ୟ ହୋଇଥିଲେ ମହମ୍ମଦ ଅଲୀ ଜିନ୍ନା।

Gujarat: ମହମ୍ମଦ ଅଲୀ ଜେନାଭାଇରୁ କେମିତି ହେଲେ ମହମ୍ମଦ ଅଲୀ ଜିନ୍ନା? ଜାଣନ୍ତୁ ଏହାର ଇତିହାସ

Muhammad Ali Jinnah History: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅଖଣ୍ଡ ଭାରତ ବର୍ଷ ବିଭାଜିତ ହୋଇ ଧର୍ମ ଭିତ୍ତିରେ ସ୍ୱତନ୍ତ୍ର ଇସଲାମିକ ଦେଶ ଭାବେ ଗଠିତ ହୋଇଥିଲା ପାକିସ୍ତାନ। ଆଉ ଯାହାର ପ୍ରତିଷ୍ଠାତା ଥିଲେ ମହମ୍ମଦ ଅଲୀ ଜିନ୍ନା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପୂର୍ବଜ ହିନ୍ଦୁ ଥିଲେ। ଏବେ ମଧ୍ୟ ଜିନ୍ନାଙ୍କ ବାସଭବନ ଗୁଜୁରାଟରେ ରହିଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୃହରାଜ୍ୟ ହେଉଛି ଗୁଜୁରାଟ। ଭାରତୀୟ ଇତିହାସରେ ଏପରି ୨ ଜଣ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଗୁଜୁରାଟରୁ ଆସୁଥିଲେ। ସେମାନେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ମହାତ୍ମା ଗାନ୍ଧୀ। ସେମାନଙ୍କୁ ଛାଡ଼ି ଆଉ ଜଣ ଐତିହାସିକ ବ୍ୟକ୍ତିତ୍ୱ ମଧ୍ୟ ଗୁଜୁରାଟ ସହ ଜଡିତ ଥିଲେ। ହେଲେ ସେ ଭାରତ ଅପେକ୍ଷା ପାକିସ୍ତାନକୁ ଅଧିକ ପସନ୍ଦ କରୁଥିଲେ। ସେ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି ଧର୍ମ ଭିତ୍ତିରେ ସ୍ୱତନ୍ତ୍ର ଇସଲାମିକ ଦେଶ ଭାବେ ଗଠିତ ହୋଇଥିବା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା।  ମୋଟ ଉପରେ କହିବାକୁ ଗଲେ  ଉଭୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ମହାତ୍ମା ଗାନ୍ଧୀଙ୍କ ସହ ମହମ୍ମଦ ଅଲ୍ଲୀ ଜିନ୍ନା ଥିଲେ ଜଣେ ଗୁଜୁରାଟୀ। 

ଭାରତ ବର୍ଷ ସ୍ୱାଧୀନ ହେବା ପୂର୍ବରୁ ମହମ୍ମଦ ଅଲ୍ଲୀ ଜିନ୍ନା ଜନ ମାନସରେ ମହମ୍ମଦ ଅଲୀ ଜେନାଭାଇ ନାମରେ ପରିଚିତ ଥିଲେ। ସ୍ୱାଧୀନତା ପରେ ଅଖଣ୍ଡ ଭାରତ ବର୍ଷକୁ ବିଭାଜିତ କରି ଗଠିତ ହୋଇଥିବା ପାକିସ୍ତାନ ଭଳି ଦେଶର କାଏଦ-ଏ-ଆଜମ ଅର୍ଥାତ ରାଷ୍ଟ୍ରମୁଖ୍ୟ ହୋଇଥିଲେ ମହମ୍ମଦ ଅଲୀ ଜିନ୍ନା। ବର୍ତ୍ତମାନ ଆମେ ଆପଣଙ୍କୁ ଜିନ୍ନାଙ୍କ ଗୁଜୁରାଟ ସଂଯୋଗ ଏବଂ ଜେନାଭାଇରୁ ସେ କିପରି ଜିନ୍ନାକୁ ପରିବର୍ତ୍ତିତ ହେଲେ ତାହାର ଇତିହାସ କହୁଛୁ। ଅଖଣ୍ଡ ଭାରତ ବର୍ଷର ବିଭାଜନର ମୁଖ୍ୟ ଖଳନାୟକ ମହମ୍ମଦ ଅଲୀ ଜିନ୍ନାଙ୍କ ପୈତୃକ ଗ୍ରାମ ଏବେ ମଧ୍ୟ ଗୁଜୁରାଟ ରାଜକୋଟ ଜିଲ୍ଲାରେ ରହିଛି।

ଗୁଜୁରାଟ ରାଜକୋଟ ଜିଲ୍ଲାର ଉପଲେଟା ତହସିଲ ଅଧିନରେ ରହିଛି ପାନେଲି ମୋଟି ନାମକ ଗ୍ରାମ। ଯେଉଁଠାରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ଅଲୀ ଜିନ୍ନା। ଏହି ଗାଁ ବାହାରେ ଏକ ବଡ଼ ଫାଟକ ରହିଛି। ଫାଟକ ଭିତରୁ ଏହି ଗ୍ରାମର ଆରମ୍ଭ ହୋଇଥାଏ। ଏଠାରେ ସହର ପରି ଦୋକାନ ବଜାର ଏବଂ ବ୍ୟାଙ୍କ ରହିଛି। ଗାଁ ଭିତରେ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଇଛି। 

ପାନେଲି ମୋଟି ଗ୍ରାମରେ ଆଜି ମଧ୍ୟ ରହିଛି ଜିନ୍ନାଙ୍କ ପୈତୃକ ବାସ ଭବନ। ଏଠାରେ ତାଙ୍କ ପରିବାର ଦୁଇ ମହଲା ଘର ରହିଛି। ଜିନ୍ନାଙ୍କ ପୁରା ପରିବାର ଏହି ଘରେ ରହୁଥିଲେ। ଯେବେଠାରୁ ଜିନ୍ନା ତାଙ୍କ ପୈତୃକ ଘର ଛାଡ଼ି ପାକିସ୍ତାନ ଚାଲିଗଲେ ସେବେଠାରୁ ଏହି ଘର ସେପରି ଅବସ୍ଥାରେ ପଡ଼ିରହିଛି। ଏବେ ଏହି ଘରେ ଆଉ କେହି ଜଣେ ରହିବା ଆରମ୍ଭ କରି ଦେଇଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ବିଭାଜନ ପରେ ଜିନ୍ନାଙ୍କ ପୁରା ପରିବାର ପାକିସ୍ତାନ ଚାଲି ଯାଇଥିଲେ। ୧୬ ବର୍ଷ ବୟସରେ ଜିନ୍ନା ଗୁଜୁରାଟର ଜାମନଗର ଜିଲ୍ଲାରେ ଅବସ୍ଥିତ ଖୋଜା ବାରାଜା ଗ୍ରାମର ଏମିବାଇଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଉଭୟ ପରସ୍ପରକୁ କେବେ ଦେଖା କରିନଥିଲେ।

ମହମ୍ମଦ ଅଲୀ ଜିନ୍ନାଙ୍କ ଜେଜେବାପା ପୁଞ୍ଜାଭାଇ ଠାକୁର ଜଣେ ହିନ୍ଦୁ ଥିଲେ। ସେ ଲୋହାନା ଠାକୁର ସମ୍ପ୍ରଦାୟର ଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୁଞ୍ଜଭାଇଙ୍କ ପରିବାର ଭଗବାନ କୃଷ୍ଣଙ୍କ ଜଣେ ଭକ୍ତ ଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ଜିନ୍ନାଙ୍କ ପରିବାର କିପରି ମୁସଲମାନ ହେଲେ? ଏହାର ଉତ୍ତର ରଖିଛନ୍ତି ଜଣେ ଗ୍ରାମବାସୀ। ଏନେଇ ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ପରିବାର ମାଛ ବ୍ୟବସାୟ କରିବା ଆରମ୍ଭ କଲେ, ସେତେବେଳେ ଗ୍ରାମବାସୀ ସେମାନଙ୍କୁ ହିନ୍ଦୁ ଧର୍ମରୁ ବହିଷ୍କାର କରି ଦେଇଥିଲେ। ଏହା ପରେ ସମଗ୍ର ପରିବାର ମୁସଲମାନ ଧର୍ମ ଗ୍ରହଣ କରିଥିଲେ।

 ଜିନ୍ନାଙ୍କ ଜେଜେବାପା ପୁଞ୍ଜାଭାଇ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ। ହେଲେ ଏହା ସମ୍ଭବ ହୋଇ ପାରିଲା ନୁହେଁ। ମୁସଲମାନ ଧର୍ମ ଗ୍ରହଣ କରି ସମଗ୍ର ପରିବାର ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ଯେତେବେଳେ ଜିନ୍ନାଙ୍କ ପରିବାର ହିନ୍ଦୁ ଧର୍ମକୁ ଫେରି ପାରିଲା ନାହିଁ, ସେତେବେଳେ ତାଙ୍କର ସମଗ୍ର ପରିବାର କରାଚି ଚାଲି ଯାଇଥିଲେ। ଜିନ୍ନାଙ୍କ ପିତା ଜେନାଭାଇ ପୁଞ୍ଜା କରାଚି ଠାରେ ସାର୍ ଫ୍ରେଡେରିକ ଲି କ୍ରଫ୍ଟଙ୍କୁ ଭେଟିଥିଲେ। ଯିଏ କରାଚିସ୍ଥିତ ଡଗଲାସ୍ ଗ୍ରାହାମ୍ ଆଣ୍ଡ୍ କମ୍ପାନୀ ନାମକ ସଂସ୍ଥାର ଜେନେରାଲ୍ ମ୍ୟାନେଜର ଥିଲେ।

ସାର୍ ଫ୍ରେଡେରିକ ଲି କ୍ରଫ୍ଟଙ୍କ ପରାମର୍ଶରେ ମହମ୍ମଦ ଅଲୀ ଜିନ୍ନା ବ୍ୟବସାୟ ଶିଖିବା ପାଇଁ ଲଣ୍ଡନ ଯାତ୍ରା କରିଥିଲେ। ଏଠାରେ ସେ ତାଙ୍କ ନାମ ଜେନଭାଇରୁ ଜିନ୍ନାକୁ ବଦଳାଇ ଥିଲେ। ମୁସଲମାନ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ଜେନାଭାଇ ହିନ୍ଦୁ ଧର୍ମ ଅନୁଯାୟୀ ପରିବାର ପ୍ରତିପୋଷଣ କରିଥିଲେ। ଜିନ୍ନା ମଧ୍ୟ ଆରମ୍ଭରେ ବହୁତ ଖୋଲା ମନୋଭାବ ଏବଂ ଉଦାରବାଦୀ ଥିଲେ। ଯଦିଓ ସେ ଧର୍ମ ଆଧାରରେ ଅଖଣ୍ଡ ଭାରତ ବର୍ଷକୁ ଭାଗ କରି ଧର୍ମ ଭିତ୍ତିରେ ପାକିସ୍ତାନ ନାମରେ ଏକ ସ୍ୱତନ୍ତ୍ର ଦେଶ ନିର୍ମାଣ କରିଥିଲେ। ହେଲେ ଜିନ୍ନା ନିଜେ ଧର୍ମରେ ବିଶ୍ୱାସ କରିନଥିଲେ। ଏପରିକି ଜିନ୍ନା ଇସଲାମୀୟ ରୀତିନୀତି ମଧ୍ୟ ପାଳନ କରିନଥିଲେ। ଘୁଷୁରୀ ମାଂସ ଖାଇବା ଏବଂ ମଦ୍ୟାପାନ କରିବା ଇସଲାମ ଧର୍ମରେ ନିଷିଦ୍ଧ। ମାତ୍ର ଜିନ୍ନା ମୁସଲିମ ଧର୍ମ ଗ୍ରହଣ କରିବା ସତ୍ତ୍ୱେ  ଘୁଷୁରି ମାଂସ ଖାଉଥିଲେ ଏବଂ ମଦ ପିଉଥିଲେ।