Gujarat Politics: ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା: ଆପ୍ ମୁହଁ କଂଗ୍ରେସ ବିଧାୟକ
Advertisement
Article Detail0/zeeodisha/odisha1380666

Gujarat Politics: ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା: ଆପ୍ ମୁହଁ କଂଗ୍ରେସ ବିଧାୟକ

Congress MLA Harshadkumar Ribadiya:  ଅକ୍ଟୋବର ୪ ତାରିଖ ମଙ୍ଗଳବାର କଂଗ୍ରେସ ବିଧାୟକ ହର୍ଷଦ ରିବାଦିଆ ବିଧାନସଭା ଅଧ୍ୟକ୍ଷ ନିମାବେନ ଆଚାର୍ଯ୍ୟଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପରେ ସେ ଦଳ ବିରୋଧରେ ବର୍ଷିଛନ୍ତି। 

 Gujarat Politics: ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା: ଆପ୍ ମୁହଁ କଂଗ୍ରେସ ବିଧାୟକ

Gujarat Election 2022: ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ ଗୁଜରାଟ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ମୁଣ୍ଡ ଉପରେ ରହିଥିବା ବେଳେ ହର୍ଷଦ ରିବାଦିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ୪ ତାରିଖ ମଙ୍ଗଳବାର କଂଗ୍ରେସ ବିଧାୟକ ହର୍ଷଦ ରିବାଦିଆ ବିଧାନସଭା ଅଧ୍ୟକ୍ଷ ନିମାବେନ ଆଚାର୍ଯ୍ୟଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପରେ ସେ ଦଳ ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି କି କଂଗ୍ରେସ ଏକ ଦିଗହୀନ ଦଳ। ଗୁଜରାଟରେ ଆଗକୁ ନିର୍ବାଚନ ରହିଛି। ସେପଟେ ଦେଶରେ ପଦଯାତ୍ରା ଜାରି ରହିଛି। ହେଲେ ଏବେ ଗୁଜୁରାଟରେ ପଦଯାତ୍ରାର ଆବଶ୍ୟକ ରହିଛି। ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି। ଏହି ଯାତ୍ରା  ପ୍ରଥମେ ତାମିଲନାଡୁ ପରେ କରେଳ ବର୍ତ୍ତମାନ କର୍ଣ୍ଣାଟକ ଦେଇ ଆଗକୁ ବଢୁଛି। 

କଂଗ୍ରେସ ବିଧାୟକ ହର୍ଷଦ ରିବାଦିଆ (Congress MLA Harshadkumar Ribadiya) ଯେଉଁ ଆସନରୁ ଗୁଜୁରାଟ ବିଧାନସଭାକୁ (Gujarat Legislative Assembly) ପ୍ରତିନିଧିତ୍ୱ କରୁଛନ୍ତି ତାହା ରାଜ୍ୟର ସୌରାଷ୍ଟ୍ର ଅଞ୍ଚଳରେ (Gujarat Saurashtra Region) ଅବସ୍ଥିତ। ଏହି ଅଞ୍ଚଳରୁ ଲେଓବା ପଟେଲ ସମ୍ପ୍ରଦାୟର (Leuva Patel Community) ଲୋକଙ୍କୁ ସାଧାରଣତଃ ନିର୍ବାଚିତ କରା ଯାଇଥାଏ। ହର୍ଷଦ ରିବାଦିଆଙ୍କୁ ଜଣେ ମଜବୁତ ପଟିଦାର ନେତା (Patidar Leader) ଭାବେ ପରିଗଣିତ କରାଯାଏ।  ସେ ବର୍ତ୍ତମାନ ରାଜ୍ୟର ଜୁନଗଡ଼ ଜିଲ୍ଲାରେ (Junagadh District) ଅବସ୍ଥିତ ବିସାବଦର ବିଧାନସଭା ଆସନର (Visavadar Assembly Constituency) ବିଧାୟକ ଅଛନ୍ତି। ଏହା ପୂର୍ବରୁ ପଟିଦାର ନେତା ଭାବେ ହାର୍ଦ୍ଦିକ ପଟେଲ (Hardik Patel) ମଧ୍ୟ କଂଗ୍ରେସ (Congress) ହାତ ଛାଡ଼ି ସାରିଛନ୍ତି। 

ଏହା ପୂର୍ବରୁ ଅହମ୍ମଦାବାଦ  କଂଗ୍ରେସ ସିଟି ୟୁନିଟ (Ahmedabad Congress City Unit) ପୂର୍ବତନ ସଭାପତି ଚେତନ ରାୱଲ ମଧ୍ୟ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଚେତନ ରାୱଲ ସୋମବାର ଆମ୍ ଆଦମୀ ପାର୍ଟି (Aam Adami Party) ହାତ ଧରିଥିଲେ। ଚେତନ ରାୱଲ ୬ ମାସ ପୂର୍ବରୁ ଦଳର ଅହମ୍ମଦାବାଦ ସିଟି ୟୁନିଟ ସଭାପତି ଦାୟିତ୍ୱରେ ରହିଥିଲେ। ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେଉଛି ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022)। ବର୍ତ୍ତମାନ ଦଳର ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ  ଅନ୍ୟପଟେ ଗୁଜୁରାଟ ଗଡ଼ ଦଖଲ କରିବାକୁ ଚାହୁଁଛି କଂଗ୍ରେସ। ହେଲେ ରାଜ୍ୟ ରାଜନୀତିରେ (Gujarat Politics) ଦଳ କ୍ରମାଗତ ଭାବେ ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳୁଛି।