କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ
Advertisement

କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ

Hardik Patel, Gujarat Congress: ବର୍ତ୍ତମାନ ଅସନ୍ତୋଷର ଖବର ମଧ୍ୟରେ ହାର୍ଦ୍ଦିକ ପଟେଲଙ୍କ ବାୟୋରୁ କଂଗ୍ରେସର ନାମ ହଟାଇବା ଏକ ବଡ ସଙ୍କେତ ଯେ ସେ ଖୁବ୍ ଶୀଘ୍ର ଏକ ବଡ ଘୋଷଣା କରିପାରନ୍ତି । ଏହାପୂର୍ବରୁ ଏହା କୁହାଯାଉଥିଲା ଯେ ଗୁଜୁରାଟ କଂଗ୍ରେସର ନେତାଙ୍କ ସହ ହାର୍ଦ୍ଦିକ ପଟେଲ ଖୁସି ନୁହଁନ୍ତି ଓ ସେ ଏହି ସୂଚନା ଦିଲ୍ଲୀକୁ ମଧ୍ୟ ଜଣାଇଛନ୍ତି, କିନ୍ତୁ ମାମଲା ସଫଳ ହୋଇ ନାହିଁ । ରାଜ୍ୟ ସ୍ତରୀୟ ନିଷ୍ପତ୍ତିରେ ତାଙ୍କ ମତାମତ ନିଆଯାଉ ନାହିଁ ବୋଲି ସେ କହିଛନ୍ତି । ଯାହା ପରେ ସମସ୍ତେ ହାର୍ଦ୍ଦିକ ପଟେଲଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରୁଥିଲେ ।

କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ

ନୂଆଦିଲ୍ଲୀ: Hardik Patel, Gujarat Congress: ଗୁଜରାଟରେ ବିଧାନସଭା ନିର୍ବାଚନ (Gujarat Assembly Electiion 2022) ପୂର୍ବରୁ କଂଗ୍ରେସ (Congress) ଏକ ବଡ଼ ଝଟକା ଲାଗିପାରେ । କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Gujarat Congress Working President Hardik Patel) ଙ୍କ ଦଳ ଛାଡିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି । ହାର୍ଦ୍ଦିକ ନିଜ ଟ୍ୱିଟର ବାୟୋରୁ ଦଳର ନାମ ଓ ପୋଷ୍ଟ ହଟାଇ ଦେଇଛନ୍ତି । କୁହାଯାଉଛି ଯେ ଗତ କିଛି ଦିନ ହେବ ହାର୍ଦ୍ଦିକ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । 

ହାର୍ଦ୍ଦିକ ପଟେଲ (Hardik Patel) ନିଜ ଟ୍ୱିଟର ବାୟୋରୁ କଂଗ୍ରେସର ନାମ ହଟାଇ ନିଜକୁ ଜଣେ ଗର୍ବିତ ଭାରତୀୟ ଦେଶପ୍ରେମୀ ବୋଲି କହିଛନ୍ତି । ଏହା ସହିତ ସେ ନିଜକୁ ଜଣେ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ବର୍ଣ୍ଣନା କରିଛନ୍ତି, ଯିଏ ଏକ ଉନ୍ନତ ଭାରତ ପାଇଁ ପ୍ରତିବଦ୍ଧ । ଏହାପୂର୍ବରୁ ମଧ୍ୟ ତାଙ୍କ ବାୟୋରେ ଏହି ସବୁ ଥିଲା, କିନ୍ତୁ ଏହା ସହିତ ସେ ବାୟୋରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହେବା ବିଷୟରେ ସୂଚନା ମଧ୍ୟ ଲେଖିଥିଲେ, ଯାହା ବର୍ତ୍ତମାନ ହଟାଇ ଦିଆଯାଇଛି ।

ବର୍ତ୍ତମାନ ଅସନ୍ତୋଷର ଖବର ମଧ୍ୟରେ ହାର୍ଦ୍ଦିକ ପଟେଲଙ୍କ ବାୟୋରୁ କଂଗ୍ରେସର ନାମ ହଟାଇବା ଏକ ବଡ ସଙ୍କେତ ଯେ ସେ ଖୁବ୍ ଶୀଘ୍ର ଏକ ବଡ ଘୋଷଣା କରିପାରନ୍ତି । ଏହାପୂର୍ବରୁ ଏହା କୁହାଯାଉଥିଲା ଯେ ଗୁଜୁରାଟ କଂଗ୍ରେସର ନେତାଙ୍କ ସହ ହାର୍ଦ୍ଦିକ ପଟେଲ ଖୁସି ନୁହଁନ୍ତି ଓ ସେ ଏହି ସୂଚନା ଦିଲ୍ଲୀକୁ ମଧ୍ୟ ଜଣାଇଛନ୍ତି, କିନ୍ତୁ ମାମଲା ସଫଳ ହୋଇ ନାହିଁ । ରାଜ୍ୟ ସ୍ତରୀୟ ନିଷ୍ପତ୍ତିରେ ତାଙ୍କ ମତାମତ ନିଆଯାଉ ନାହିଁ ବୋଲି ସେ କହିଛନ୍ତି । ଯାହା ପରେ ସମସ୍ତେ ହାର୍ଦ୍ଦିକ ପଟେଲଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରୁଥିଲେ ।

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଭାରତର ୫ଟି ବଡ଼ ଚୋର ବଜାର ବିଷୟରେ, ଯେଉଁଠାରେ ଶସ୍ତାରେ ମିଳିଥାଏ ସବୁକିଛି

ଏହା ବି ପଢ଼ନ୍ତୁ:-ଗିରଫ ହେବେ ଇମ୍ରାନ ଖାନ!

ସେପଟେ ଗୁଜୁରାଟର ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦିଅନ୍ତି, ତେବେ ସେ ବିଜେପି (BJP) ରେ ଯୋଗ ଦେଇପାରନ୍ତି । ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ବିଜେପିରେ ଯୋଗଦେବା ଲାଭଦାୟକ ହୋଇପାରେ । ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ଖୋଲାଖୋଲି ଭାବେ ବିଜେପିର ଅନେକ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ତେବେ ଏହା ପୂର୍ବରୁ ହାର୍ଦ୍ଦିକ କହିଥିଲେ ଯେ ସେ ବିଜେପି ସହ କୌଣସି ପ୍ରକାର ଆଲୋଚନା କରୁନାହାଁନ୍ତି, ସେ କେବଳ ଗୁଜୁରାଟର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ । 

ବିଜେପି ବ୍ୟତୀତ ହାର୍ଦ୍ଦିକ ପଟେଲଙ୍କ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ଅନ୍ୟ ରାଜ୍ୟମାନଙ୍କ ପରି ଆମ୍ ଆଦମୀ ପାର୍ଟି ଗୁଜୁରାଟରେ କଂଗ୍ରେସର ବିକଳ୍ପ ଭାବରେ ନିଜକୁ ଦେଖୁଛି । ଏଭଳି ପରିସ୍ଥିତିରେ ଦଳରେ ହାର୍ଦ୍ଦିକ ପଟେଲଙ୍କ ଆସିବା ଗୁଜୁରାଟରେ AAP ପାଇଁ ଏଣ୍ଟ୍ରିର ଚାବି ହୋଇପାରେ ।