Shocking News: ମତଦାନ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାରେ ମତଦାତା, ରେକର୍ଡ ହୋଇଛି ୧୧୨.୫ ପ୍ରତିଶତ ମତଦାନ
Advertisement

Shocking News: ମତଦାନ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାରେ ମତଦାତା, ରେକର୍ଡ ହୋଇଛି ୧୧୨.୫ ପ୍ରତିଶତ ମତଦାନ

Himachal Pradesh Election 2022: ଆଦିବାସୀ ବହୁଳ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର 'କା' ବୁଥରେ ୧୧୨.୫ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। 

Shocking News: ମତଦାନ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାରେ ମତଦାତା, ରେକର୍ଡ ହୋଇଛି ୧୧୨.୫ ପ୍ରତିଶତ ମତଦାନ

Himachal Pradesh Assembly Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ରାଜ୍ୟର ସହରାଞ୍ଚଳରେ କମ୍ ମତଦାନ ହେବାକୁ ନେଇ ନିର୍ବାଚନ ଆୟୋଗ ଉଦେବଗ ପ୍ରକାଶ କରିଛନ୍ତି। ହେଲେ ଅନ୍ୟପଟେ ଆଦିବାସୀ ବହୁଳ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର 'କା' ବୁଥରେ ୧୧୨.୫ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ଏହା ଏକ ଯାନ୍ତ୍ରିକ ସମସ୍ୟା ବୋଲି ମନେ ହେଉଛି। ହେଲେ ବାସ୍ତବରେ ଏଠାକାର ମତଦାନ କେନ୍ଦ୍ରରେ ଏପରି ଘଟଣା ଘଟିଛି। 

ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା କିନ୍ନୌର ବିଧାନସଭା ଆସନରେ (Kinnaur Assembly Constituency) ଥିବା 'କା' ମତଦାନ କେନ୍ଦ୍ରରେ ୧୬ ଜଣ ମତଦାତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଘଣ୍ଟା ଘଣ୍ଟା ଚାଲିବା ପରେ ମତଦାନ ପାର୍ଟି ଏହି ମତଦାନ କେନ୍ଦ୍ରରେ ପହଞ୍ଚିଥିଲା। ଏଠାରେ ୧୧ ଜଣ ମହିଳା ଏବଂ ୫ ଜଣ ପୁରୁଷ ମତଦାତା ମତଦାନ କରିଥିଲେ। ଏଠାରେ ଶତ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଥିଲା। ଏହା ସହିତ ମତଦାନ ଦାୟିତ୍ୱରେ ଥିବା କର୍ମଚାରୀ ନିର୍ବାଚନ କର୍ତ୍ତବ୍ୟ ପ୍ରମାଣ ପତ୍ର (Election Duty Certificate) ମାଧ୍ୟମରେ ଭୋଟ୍ ଦେଇଛନ୍ତି। ଯାହା ଫଳରେ ଏଠାରେ ମତଦାନ ହାର ୧୧୨.୫ ପ୍ରତିଶତକୁ ବୃଦ୍ଧି ପାଇଛି।

ବିଶ୍ୱର ସବୁଠାରୁ ଉଚ୍ଚ ସ୍ଥାନରେ ନିର୍ମିତ ତାସିଗଙ୍ଗ ମତଦାନ କେନ୍ଦ୍ର ଠାରେ ମଧ୍ୟ ଶତ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଏହି ମତଦାନ କେନ୍ଦ୍ର ସମୁଦ୍ର ପତ୍ତନ ଠାରୁ ୧୫ ହଜାର ୨୫୬ ଫୁଟ ଉଚ୍ଚରେ ଅବସ୍ଥିତ। ଏଠାକାର ସମସ୍ତ ୫୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ଗତ ବର୍ଷ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ​​ମଧ୍ୟ ଲୋକେ ଶତ ପ୍ରତିଶତ ମତଦାନ କରିଥିଲେ। ଗତବର୍ଷ ଏହି ବୁଥରେ ମୋଟ ୪୮ ଜଣ ଭୋଟର ଥିଲେ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ରାଜ୍ୟର ସମସ୍ତ ୬୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ ଭୋଟର ମତଦାନ କରିଥିଲେ।  ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ ଏହି ନିର୍ବାଚନରେ ପ୍ରାୟ ୭୪.୬୧ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଗତ ନିର୍ବାଚନ ତୁଳନାରେ ଏହା କମ୍ ଥିଲା। ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​୭୫.୫୭ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଥିଲା। ଏଥର ରାଜ୍ୟର ଡନ୍ ବିଧାନସଭା ଆସନରେ ସର୍ବାଧିକ ୮୫.୨୦ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। କସୁମ୍ପଟି ଆସନରେ ସର୍ବନିମ୍ନ ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଆସନ୍ତା ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ।