Advertisement
Article Detail0/zeeodisha/odisha2173974
Zee OdishaOdisha PoliticsHoli 2024: ହୋଲିରେ ଛାଇଗଲା ନିର୍ବାଚନ ରଙ୍ଗ; ଜାଣନ୍ତୁ କିପରି

Holi 2024: ହୋଲିରେ ଛାଇଗଲା ନିର୍ବାଚନ ରଙ୍ଗ; ଜାଣନ୍ତୁ କିପରି

Festival of Colours: ଏଥର ହୋଲି ନିର୍ବାଚନ ଲଙ୍ଗରେ ଛାଇଯାଇଛି। ହୋଲି ବଜାରରେ ୨୦୨୪ ଲୋକସଭା ନିର୍ବାଚନ ପ୍ରଭାବ ଜବରଦସ୍ତ ଦେଖିବାକୁ ମିଳିଛି।

 

Holi 2024: ହୋଲିରେ ଛାଇଗଲା ନିର୍ବାଚନ ରଙ୍ଗ; ଜାଣନ୍ତୁ କିପରି

Lok Sabha Election 2024: ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇସାରିଛି ରଙ୍ଗର ପର୍ବ ହୋଲି। ହେଲେ ଏଥର ହୋଲି ଅବସରରେ ଦେଶର କୋଣ ଅନୁକୋଣରେ ରହିଥିବା ସମସ୍ତ ବଜାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ପିଚକାରୀ ଚାହିଦା ବହୁତ ଉଚ୍ଚରେ ରହିଥିଲା। ଦେଶର ବିଭିନ୍ନ ରାଜ୍ୟର ବଜାରରେ ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା ପିଚକାରୀ ଏବଂ ମୁଖ୍ୟା ବହୁଳ ମାତ୍ରାରେ କିଣିଥିଲେ। ଚଳିତ ବର୍ଷ ହୋଲି ପାଳନରେ ରାଜନୈତିକ ରଙ୍ଗ ଛାଇ ଯାଇଥିଲା। ଯାହା ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା। ଯାହାର ପ୍ରମାଣ ହେଉଛି ବଜାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ମୁଖା ସହ ପିଚକାରୀ ବହୁଳ ମାତ୍ରାରେ ବିକ୍ରି ହୋଇଥିବାର ଜଣାପଡ଼ିଛି।

ବଜାରରେ ବଢିଗଲା ମୋଦି-ଯୋଗୀ ଫଟୋ ରହିଥିବା ପିଚକାରୀ ଲୋକପ୍ରିୟତା 
ଏଥର ବଜାରରେ ଏହି ପିଚକାରି ଏବଂ ମୁଖା ଚାହିଦା କେତେ ରହିଥିଲା? ତାହା ଆପଣ କେବଳ ହୋଲି ବଜାରରୁ ଅନୁମାନ କରିପାରିବେ। ଯେଉଁଠି ବେଶ ଚାହିଦା ରହିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ପିଚକାରୀ ବହୁଳ ମାତ୍ରାରେ ବିକ୍ରି ହୋଇଥିଲା।   

ବହୁଳ ମାତ୍ରାରେ ବିକ୍ରି ହୋଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା ମୁଖା
ଏଥର ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ମୁଖାର ମଧ୍ୟ ବହୁତ ଚାହିଦା ରହିଥିଲା। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ମୁଖା ଅଧିକ ମାତ୍ରାରେ କାରବାର ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ପିଚକାରୀ ବଜାରରେ ବହୁଳ ମାତ୍ରାରେ ବିକ୍ରି ହୋଇଥିଲା। ଉତ୍ତର ପ୍ରଦେଶରେ ଲୋକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଥିବା ପିଚକରୀ ବେଶ ପସନ୍ଦୀୟ ହୋଇଥିଲା।

Add Zee News as a Preferred Source

ହୋଲି ରଙ୍ଗରେ ରଙ୍ଗୀନ ହୋଇଉଠିଲା ପୁରା ଦେଶ 
ଦେଶର କୋଣ ଅନୁକୋଣ ହୋଲି ରଙ୍ଗରେ ରଙ୍ଗୀନ ହୋଇଉଠିଛି। ଏପରିକି ବିଦେଶୀ ମଧ୍ୟ ହୋଲି ରଙ୍ଗରେ ରଙ୍ଗୀନ ହୋଇଉଠିଥିଲେ। ବିଭିନ୍ନ ଦେଶର ରାଷ୍ଟ୍ରଦୂତ ହରିୟାଣା ଗୁରୁଗ୍ରାମ ଠାରେ ଫୁଲରେ ହୋଲି ଖେଳିଥିଲେ। ହୋଲି ଅବସରର ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଦେଶରେ ଅନେକ ସ୍ଥାନ ଅଛି ଯେଉଁଠିକାର ହୋଲି ହେଉଛି ବିଶ୍ୱ ପ୍ରସିଦ୍ଧ। ଯାହା ମାଧ୍ୟରୁ ଅନ୍ୟତମ ହେଉଛି ମଥୁରା-ବୃନ୍ଦାବନ। ଏଠାରେ ବିଭିନ୍ନ ପ୍ରକାରର ହୋଲି ଖେଳିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ଠାରେ ଏକ ଅନନ୍ୟ ପ୍ରକାରର ହୋଲି ପାଳନ ହେଉଥିବାର ଦେଖିବାକୁ ପାଇବେ। ଦେଶ ତଥା ବିଦେଶରୁ ଅନେକ ଲୋକ ହୋଲି ଖେଳିବା ପାଇଁ ମଥୁରା ନଗରୀ ଆସିଥାନ୍ତି।

About the Author