Indian Railways: ଆସନ୍ତକାଲି ରେଳଯାତ୍ରୀଙ୍କୁ ବଡ଼ ଉପହାର ଦେବ ଭାରତୀୟ ରେଳବାଇ
Advertisement
Article Detail0/zeeodisha/odisha1338535

Indian Railways: ଆସନ୍ତକାଲି ରେଳଯାତ୍ରୀଙ୍କୁ ବଡ଼ ଉପହାର ଦେବ ଭାରତୀୟ ରେଳବାଇ

Railway Ministry: ବର୍ତ୍ତମାନ ଦେଶରେ କେବଳ ଦୁଇଟି ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି। ନୂଆଦିଲ୍ଲୀରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ପର୍ଯ୍ୟନ୍ତ ଏବଂ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଏହି ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି।

Indian Railways: ଆସନ୍ତକାଲି ରେଳଯାତ୍ରୀଙ୍କୁ ବଡ଼ ଉପହାର ଦେବ ଭାରତୀୟ ରେଳବାଇ

Ministry of Railway: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖରେ ଏକ ବଡ କାମ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବାକୁ ଯାଉଛି। ବର୍ତ୍ତମାନ ରେଳବାଇ ଆସନ୍ତାକାଲି ଅର୍ଥାତ ୭ ସେପ୍ଟେମ୍ବରରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ତୃତୀୟ ବନ୍ଦେ ଭାରତ ଟ୍ରେନ ର ଶେଷ ପରୀକ୍ଷା କରିବ।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ (Vande Bharat Train) ର ଦୁଇଟି ରୁଟ ରହିଛି। ଯେଉଁଥିରେ ଯାତ୍ରୀ ଦିଲ୍ଲୀ-ବାରାଣାସୀ (Delhi Varanasi Route) ଏବଂ ଦିଲ୍ଲୀ-କଟରା ମାର୍ଗରେ (Delhi Katra Route) ଯାତ୍ରା କରୁଛନ୍ତି। ବର୍ତ୍ତମାନ ଏହାର ଶେଷ ପରୀକ୍ଷା ଏହାର ତୃତୀୟ ମାର୍ଗରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ (Mumbai Ahmedabad Route) କରାଯିବ। ଏହାର ପରୀକ୍ଷା ତାରିଖ ମଧ୍ୟ ସ୍ଥିର କରାଯାଇଛି। ରେଳ ମନ୍ତ୍ରଣାଳୟ (Ministry of Railway) ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ରୁଟ୍ ପରୀକ୍ଷା ପରେ CRS କ୍ଲିୟରାନ୍ସ ନେବାକୁ ପଡିବ ଏବଂ ପରେ ଟ୍ରେନ୍ ସ୍ଥିର ମାର୍ଗରେ ଚଳାଚଳ କରିବ।
 
ଭାରତୀୟ ରେଳବାଇ (Indian Railways) ପକ୍ଷରୁ ମିଳିଥିବା ଖବର ଅନୁଯାୟୀ ବନ୍ଦେ ଭାରତ ଟ୍ରେନ ପରୀକ୍ଷଣ ସେପ୍ଟମ୍ବର ୭ ଏବଂ ୮ ତାରିଖରେ କରାଯିବ। ଏହାର ପରୀକ୍ଷା ମୁମ୍ବାଇ ଅହମ୍ମଦାବାଦ ମଧ୍ୟରେ କରାଯିବ। ମାର୍ଗ ପରୀକ୍ଷଣରେ ବନ୍ଦେ ଭାରତ ଟ୍ରେନ ଯାତ୍ରୀଙ୍କ କ୍ଷମତା ସହିତ ସମାନ ଭାର ରଖି ପରୀକ୍ଷଣ ବେଳେ ରେଳ ଧାରଣାରେ ଦୌଡ଼ିବ। 

Also Read: Semi High Speed Train: ବନ୍ଦେ ଭାରତ ଟ୍ରେନ ଉପରେ ଏହି ନିଷ୍ପତ୍ତି ନେଲା ଭାରତୀୟ ରେଳବାଇ

 

ରେଳ ବିଭାଗ ପକ୍ଷରୁ ମିଳିଥିବା ଖବର ମୁତାବକ ପରୀକ୍ଷଣ ସମୟରେ କିଛି ସିଟ୍ ରେ ରେଳବାଇ କର୍ମଚାରୀ ବସିବେ ଏବଂ ବାକି ସବୁ ଆସନ ଉପରେ ଭାର ରଖାଯିବ। ଟ୍ରେନ୍ ନିୟମିତ ଭାବରେ ଯେଉଁ ବେଗରେ ଚାଲୁଛି ପରୀକ୍ଷଣ ବେଳେ ମଧ୍ୟ ସମାନ ବେଗରେ ଚାଲିବ। ମୁମ୍ବାଇ-ଅହମ୍ମଦାବାଦ ମାର୍ଗର ପରୀକ୍ଷା ପରେ ବନ୍ଦେ ଭାରତ ଟ୍ରେନ ର ସମୟ ସାରଣୀ ପ୍ରସ୍ତୁତ କରାଯିବ। ଏନେଇ ରେଳବାଇର ଏକ ଯୋଜନା ରହିଛି। ତାହା ହେଉଛି ପାର୍ବଣ ଋତୁରେ (Parvan Season) ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ ହେବ। ଯେଉଁ କାରଣରୁ ରେଳଯାତ୍ରୀ (Railway Passenger) ଅତି ସହଜରେ ରେଳଯାତ୍ରା କରିପାରିବେ।

ବର୍ତ୍ତମାନ ଦେଶରେ କେବଳ ଦୁଇଟି ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି। ନୂଆଦିଲ୍ଲୀରୁ (New Delhi) ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା (Shri Mata Vaishno Devi Katra) ପର୍ଯ୍ୟନ୍ତ ଏବଂ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଏହି ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି। ଖୁବ୍ ଶୀଘ୍ର ଲକ୍ଷ୍ନୌ-ପ୍ରୟାଗରାଜ- କାନପୁର ମାର୍ଗରେ (Lucknow Prayagraj Kanpur Route) ଚଳାଚଳ କରିବ ବୋଲି ଜଣାପଡ଼ିଛି। ଆସନ୍ତା ବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ୭୫ ନୂତନ ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ରହିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ ନୂତନ ଟ୍ରେନ୍ ନିର୍ମାଣ ପରେ ଅବଶିଷ୍ଟ ୭୪ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ଯଥାଶୀଘ୍ର ଆରମ୍ଭ କରାଯିବ।