'ଚୀନ୍ ସହିତ ପ୍ରଧାନମନ୍ତ୍ରୀଙ୍କ DDLJ ନୀତି'
Advertisement
Article Detail0/zeeodisha/odisha1254164

'ଚୀନ୍ ସହିତ ପ୍ରଧାନମନ୍ତ୍ରୀଙ୍କ DDLJ ନୀତି'

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶବାସୀଙ୍କୁ ବାସ୍ତବତା ବିଷୟରେ ଅବଗତ କରାଇବାକୁ ସେ ଅନୁରୋଧ କରିଛନ୍ତି ।

ଜୟରାମ ରମେଶ (ଫାଇଲ ଫଟୋ)

Jairam Ramesh target Modi Govt: 'ଚୀନ୍ ସହିତ ପ୍ରଧାନମନ୍ତ୍ରୀଙ୍କ DDLJ ନୀତି' । ଏଭଳି କିଛି କହି କେନ୍ଦ୍ରର ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଛି । ଗତ ଜୁନ୍ ମାସ ଶେଷ ସପ୍ତାହରେ ଚୀନ୍ ବାୟୁସେନାର ଏକ ଫାଇଟର ଜେଟ୍ ଉଡ଼ାଣବେଳେ ପୂର୍ବ ଲଦାଖ୍ ସେକ୍ଟରରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ନିକଟରେ ପହଞ୍ଚିଥିଲା । ଆଉ ଏହି ଘଟଣାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶବାସୀଙ୍କୁ ବାସ୍ତବତା ବିଷୟରେ ଅବଗତ କରାଇବାକୁ ସେ ଅନୁରୋଧ କରିଛନ୍ତି ।

ଭାରତ-ଚୀନ୍ ସୀମା ବିବାଦ (India-China border dispute)କୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ (Congress General Secretary Jairam Ramesh) ଚୀନ୍ ନୀତି ଉପରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜୟରାମ ରମେଶ ଟ୍ୱିଟ୍ କରି ସିଧାସଳଖ ମୋଦୀ ସରକାରଙ୍କୁ ଆକ୍ଷେପ କରିଛନ୍ତି । ଏକ ଟୁଇଟ୍‌ରେ ରମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୀମାରେ ଚୀନ୍‌ର 'ଅନୁପ୍ରବେଶ' ମାମଲାରେ ନୀରବତା ଭାଙ୍ଗିବାକୁ ଏବଂ ଦେଶକୁ ବାସ୍ତବତା ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି । 

Also Read: Edible Oil Price Hike: ମହଙ୍ଗା ହେବ ଖାଇବା ତେଲ, ଜାଣନ୍ତୁ କାରଣ

ଜୟରାମ ରମେଶ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ଚୀନ୍ ସହିତ ପ୍ରଧାନମନ୍ତ୍ରୀ (PM)ଙ୍କ  DDLJ (Deny, Distract, Lie, Justify) ନୀତି ! 
Deny- ଚୀନ୍ ଆମ ଜମି ଦଖଲ କରିଛି। ପ୍ରଧାନମନ୍ତ୍ରୀ ଏହାକୁ ଅସ୍ୱୀକାର କରିଛନ୍ତି । 
Distract- ଚୀନର ଅନୁପ୍ରବେଶ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟ ହଟାଇ ଦିଆଯାଇଛି । 
Lie- 'ନା କେହି ଆମ ସୀମାରେ ଅନୁପ୍ରବେଶ କରିଛି..',ସବୁଠାରୁ ବଡ଼ ମିଥ୍ୟା । 
Justify- ପ୍ରତିକାର ବଦଳରେ ବ୍ୟବସାୟକୁ ପ୍ରୋତ୍ସାହିତ କରାଗଲା । '

ଏହି ଟ୍ୱିଟରେ ସେ ହ୍ୟାସଟ୍ୟାଗ (#) ଦେଇ PM ଚୀନ ଉପରେ ନିରବତା ଭାଙ୍ଗନ୍ତୁ ବୋଲି ଲେଖିଛନ୍ତି ।

 

ସୂଚନାଯୋଗ୍ୟ, ଜୟରାମ ରମେଶଙ୍କ ଏହି ଟୁଇଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ଜୁନ୍ ଶେଷ ସପ୍ତାହରେ ଚୀନ୍ ବାୟୁସେନାର ଏକ ଯୁଦ୍ଧ ବିମାନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଲାଇନ୍ (Line of actual control)ର ଅତି ନିକଟତର ହୋଇଥିଲା । ଉଡ଼ାଣ ବେଳେ ଇଷ୍ଟର୍ଣ୍ଣ ଲଦାଖ ସେକ୍ଟରରେ ଏହା ସୀମାର ନିକଟତର ହୋଇଥିଲା । ଏହା ପରେ ଭାରତୀୟ ବାୟୁସେନା ତୁରନ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । 

Also Read: ନୂଆ ସଂସଦ ଭବନ ଉପରେ ବିରାଟ 'ଅଶୋକ ସ୍ତମ୍ଭ', ପୂଜାପାଠ ପରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନ୍ୟୁଜ୍ ଏଜେନ୍ସି (ANI) ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ଜୁନ୍ ମାସର ଶେଷ ସପ୍ତାହରେ ଦିନ ୪ଟା ସମୟରେ ଘଟିଥିଲା। ଯେତେବେଳେ ଏହି ବିମାନଟି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(LAC)ର ନିକଟ ସୀମା ମଧ୍ୟରେ ଉଡୁଥିଲା, ଏହାକୁ କିଛି ଲୋକ ମଧ୍ୟ ଦେଖିଥିଲେ ଏବଂ ଏହା ସୀମା ଅଞ୍ଚଳରେ ନିୟୋଜିତ ସ୍ୱଦେଶୀ ରାଡାରରେ ମଧ୍ୟ ରେକର୍ଡ କରାଯାଇଥିଲା ।

ଚୀନ୍ ଭାରତୀୟ ସୀମା ନିକଟରେ ଥିବା ହୋଟାନ୍ ଏବଂ ଗାର୍ ଗୁନ୍ସା ପରି ବୃହତ ଏୟାର ଫିଲ୍ଡରେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଯୁଦ୍ଧ ବିମାନ ଏବଂ ମାନବ ବିହୀନ ବିମାନ ନିୟୋଜିତ କରିଛି । ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୦ରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେତେବେଳେ ଚୀନ୍ ବହୁ ସଂଖ୍ୟକ ସୈନିକଙ୍କୁ ଭାରତର ପୂର୍ବ ଲଦାଖ ସୀମାରେ ଅବସ୍ଥିତ ଭାରତୀୟ ସେନା ନିକଟକୁ ପଠାଇଥିଲା । ଏହା ପରେ ଏହି ଅଞ୍ଚଳରେ ଅନେକ ସଂଘର୍ଷ ହୋଇଥିଲା ।