Trending Photos
ନୂଆଦିଲ୍ଲୀ: ଜାତିଗତ ଜନଗଣନା (Caste Census) ପ୍ରସଙ୍ଗରେ ବିହାରରେ ରାଜନୈତିକ ଗତିବିଧି ପୁଣି ଥରେ ତୀବ୍ର ହୋଇଛି । ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ (RJD) ଏହି ପ୍ରସଙ୍ଗରେ ଏପରି ଗୋଟି ଚଳାଇଛି ଯେ ନୀତିଶ କୁମାର (Nitish Kumar) ଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ୍ (JDU) କୁ ଖୁସ୍ କରିଦେଇଛି । ଅନ୍ୟପଟେ ଭାରତୀୟ ଜନତା ପାର୍ଟି (BJP) ର ଚିନ୍ତା ବଢାଇ ଦେଇଛି । ଜାତିଗତ ଜନଗଣନାକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ବଢୁଥିବା ଦୂରତାର ଫାଇଦା ଉଠାଇବାକୁ ଆରଜେଡି କହିଛି ଯେ ସବୁକିଛି ଭୁଲିଯିବା ସହ ନୀତିଶଙ୍କ ସହ ସରକାର ଗଠନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ।
ଜାତିଗତ ଜନଗଣନା ପ୍ରସଙ୍ଗରେ ଆଗକୁ ବଢ଼ିବାକୁ ଆରଜେଡି (RJD) ନୀତିଶ କୁମାର (Nitish Kumar) ଙ୍କୁ କହିଛି । ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ (RJD state president Jagdanand Singh) ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ଷ୍ଟାଣ୍ଡ ଘୋଷଣା କରିଛନ୍ତି । ସେ ଏହାକୁ ତେଜସ୍ୱୀଙ୍କ ବାର୍ତ୍ତା ବୋଲି କହିଛନ୍ତି ଓ ନୀତିଶଙ୍କୁ ବିଜେପିର ସେହି ମନ୍ତ୍ରୀମାନଙ୍କୁ ହଟାଇଦେବା ଆବଶ୍ୟକ ଯେଉଁମାନେ ଏହି ପ୍ରସଙ୍ଗରେ ତାଙ୍କ କଥା ଶୁଣୁ ନାହାଁନ୍ତି । ଜଗଦାନନ୍ଦ କହିଛନ୍ତି ଯେ ଯଦି ଏହା ଦ୍ୱାରା ସରକାର ସାମ୍ନାରେ ସଙ୍କଟ ଦେଖାଦିଏ ତ ସବୁକିଛି ଭୁଲି ତେଜସ୍ୱୀଙ୍କ ନେତୃତ୍ୱରେ ଆରଜେଡି ଓ ମହାମେଣ୍ଟର ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଏହା ପରେ ଦଳର ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ ଦଳର ବାର୍ତ୍ତା ସ୍ପଷ୍ଟ କରି କହିଛନ୍ତି ଯେ ଉତ୍ତେଜନା ପରେ ବିହାରରେ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି ହେବ । ଯେତେବେଳେ ପଚରାଗଲା RJD ପୁଣି ଥରେ JDU ସହିତ ସରକାର ଗଠନ କରିପାରେ କି? ଏହା ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ତିୱାରୀ କହିଛନ୍ତି ।
ଜେଡିୟୁ RJD ର ଅଫରକୁ ହାତକୁ ନେଇଛି । ଜଗଦାନନ୍ଦ ସିଂ ଓ ଆରଜେଡିର ସମର୍ଥନ ଘୋଷଣା ପାଇଁ ଦଳ କୃତଜ୍ଞତା ଜଣାଇଛି ଓ ଜାତିଗତ ଜନଗଣନା ପାଇଁ ଦଳ ଅଟଳ ରହିଛି । ଯେଉଁମାନେ ଏଥିରେ ସହଯୋଗ କରୁନାହାଁନ୍ତି ସେମାନଙ୍କୁ ଜନତା ଶିକ୍ଷା ଦେବେ ବୋଲି କହିଛନ୍ତି । ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ଆଗକୁ ବଢ଼ୁବୁ, ଆଗକୁ ବଢ଼ିବା ପାଇଁ କାହାର ସାଥ୍ ମିଳିବ କାହାର ମିଳିବ ନାହିଁ, ଏହା ଲୋକଙ୍କୁ ସ୍ଥିର କରିବାର ଅଛି । ଆମେ ଏହି ପ୍ରସଙ୍ଗରେ କଦାପି ଆପୋଷ ବୁଝାମଣା କରିବାକୁ ଯାଉନାହୁଁ । ପ୍ରକୃତରେ ଆରଜେଡିର ଅଫର ଜେଡିୟୁକୁ ବିଜେପି ଉପରେ ଚାପ ସୃଷ୍ଟି କରିବାର ସୁଯୋଗ ମିଳିଯାଇଛି ।
ଏହା ବି ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପିରେ ଲଢ଼େଇ? ଦଳର ପୂର୍ବତନ ସାଂସଦ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ
ଏହା ବି ପଢ଼ନ୍ତୁ:-ବଢ଼ୁଥିବା କୋରୋନା ମାମଲା ମଧ୍ୟରେ AIIMS ନିର୍ଦ୍ଦେଶକ ଜାରି କଲେ ଚେତାବନୀ, କହିଲେ-ଓମିକ୍ରନରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି କାମ
ଏହା ବି ପଢ଼ନ୍ତୁ:-ପୁରୀ ଏକ୍ସପ୍ରେସ ଟ୍ରେନର ରୁଟରେ ବଡ଼ ପରିବର୍ତ୍ତନ କଲା ରେଲୱେ, ଜାଣନ୍ତୁ ବର୍ତ୍ତମାନ କେଉଁ ମାର୍ଗ ଦେଇ ଗତି କରିବେ ଏସବୁ ଟ୍ରେନ୍
ଜାତିଗତ ଜନଗଣନାକୁ ନେଇ ବିଜେପି ଦ୍ୱନ୍ଦ୍ୱରେ ପଡ଼ିଛି । ଦଳର ଅନେକ ନେତା ଏହାକୁ ସମର୍ଥନ କରିଛନ୍ତି, ତେଣୁ କେନ୍ଦ୍ରୀୟ ନେତୃତ୍ୱ ସପକ୍ଷରେ ନ ଥିବାରୁ ଦଳ କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି । ଅଧିକାଂଶ ଦଳର ନେତା ଆରଜେଡିର ଅଫର ଉପରେ ନୀରବ ରହିଛନ୍ତି । ତେବେ ଦଳର ମୁଖପାତ୍ର ପ୍ରେମଚନ୍ଦ୍ର ପଟେଲ କହିଛନ୍ତି ଯେ ଆରଜେଡି ହୃଦୟଙ୍ଗମ କରିଛନ୍ତି, ଗତ ନିର୍ବାଚନରେ ଆରଜେଡି ସମ୍ପୂର୍ଣ୍ଣ ଶକ୍ତି ଲଗାଇଥିଲେ ମଧ୍ୟ ସେ କେବେହେଲେ ସଫଳ ହୋଇପାରିବ ନାହିଁ । ସେମାନଙ୍କ ଉପରେ ବିହାରର ଲୋକଙ୍କ ବିଶ୍ୱାସ ହେଉନାହିଁ । ନୀତିଶ କୁମାର କଚ୍ଚା ଖେଳାଳି ନୁହଁନ୍ତି, ସେ ଅତି ଯତ୍ନର ସହ ନିଷ୍ପତ୍ତି ନିଅନ୍ତି ।