Jarkhand Politics: ବିରୋଧିଙ୍କୁ ଚୁପ୍ କରିଦେଲେ ହେମନ୍ତ ସୋରେନ୍
Advertisement
Article Detail0/zeeodisha/odisha1337025

Jarkhand Politics: ବିରୋଧିଙ୍କୁ ଚୁପ୍ କରିଦେଲେ ହେମନ୍ତ ସୋରେନ୍

Jharkhand Trust Vote: ହେମନ୍ତ ସୋରେନଙ୍କ ସରକାର (Hemant Soren Govt) ଝାଡଖଣ୍ଡରେ ଟ୍ରଷ୍ଟ ଭୋଟ୍ ଜିତିଛନ୍ତି (Won Trust Vote)। ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ (Jharkhand Assembly) ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡିଥିଲା।

ପ୍ରତୀକାତ୍ମକ

Jharkhand Trust Vote: ହେମନ୍ତ ସୋରେନଙ୍କ ସରକାର (Hemant Soren Govt) ଝାଡଖଣ୍ଡରେ ଟ୍ରଷ୍ଟ ଭୋଟ୍ ଜିତିଛନ୍ତି (Won Trust Vote)। ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ (Jharkhand Assembly) ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡିଥିଲା। ଏହି ସମୟରେ ବିଜେପି ବିଧାୟକ ମାନେ ସଦନରୁ ବାହାରକୁ ଚାଲିଯାଇଥିଲେ।

ବିଧାନସଭାରେ ଧ୍ବନୀ ଭୋଟ୍ ଦ୍ୱାରା ବିଶ୍ୱାସ ପ୍ରସ୍ତାବ ପାସ୍ ହୋଇଥିଲା। ଏହାପରେ ଭୋଟ୍ ବିଭାଜନ କରାଯାଇଥିଲା। ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ଟି ଭୋଟ୍ ପଡିଥିଲା। ଏହାପରେ ବାଚସ୍ପତି ସରକାରଙ୍କ ଦ୍ବାରା ଆସ୍ଥା ଭୋଟ୍ ପ୍ରମାଣ କରିବାକୁ ଘୋଷଣା କରିଥିଲେ। ଗୃହର କାର୍ଯ୍ୟକାଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିଶ୍ବାସ ମତ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ, ବିରୋଧୀ ଗଣତନ୍ତ୍ରକୁ ନଷ୍ଟ କରିଦେଇଛନ୍ତି। ବିଧାୟକ କିଣିବା ନେଇ ବିଜେପି କଥାବାର୍ତ୍ତା କରୁଛି। ଆଜି ଆମେ ଗୃହରେ ଆମର ଶକ୍ତି ପ୍ରଦର୍ଶନ କରିଛୁ।

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଏହି ଅଧିବେଶନକୁ ଡାକିଥିଲେ ବୋଲି ସିଏମ ହେମନ୍ତ ସୋରେନ କହିଛନ୍ତି। ସେ କହିଛନ୍ତି ଯେ, ଲୋକମାନେ ଜିନିଷପତ୍ର କିଣନ୍ତି କିନ୍ତୁ, ବିଜେପି ବିଧାୟକ କିଣିଥାଏ। ସୋରେନ ବିଜେପି ଉପରେ ଅଭିଯୋଗ ଲଗାଇଛି ଯେ, ତାଙ୍କ ସରକାରକୁ ଅସ୍ଥିର କରୁଛି ବିଜେପି।

ବିଜେପି ପକ୍ଷରୁ ନୀଳକଣ୍ଠ ମୁଣ୍ଡା ଏହାର ପାଲଟା ଜବାବ ଦେଇଥିଲେ। ମୁଣ୍ଡା କହିଛନ୍ତି ଯେ, ଝାଡଖଣ୍ଡର ଲୋକମାନେ ଅନୁଭବ କରୁଛନ୍ତି ଯେ, ସରକାର ଭୟଭୀତ ଅଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ, ନ୍ୟାୟପାଳିକା କିମ୍ବା ରାଜ୍ୟପାଳଙ୍କ ମଧ୍ୟରୁ କେହି ବି ବିଶ୍ବାସ ଭୋଟ୍ ମାଗିନାହାଁନ୍ତି, ତେବେ ଏହି ଭୟ କାହିଁକି? ମୁଣ୍ଡା କହିଛନ୍ତି ଯେ, ଏହି ବିଶ୍ୱାସ ପ୍ରସ୍ତାବ ଦର୍ଶାଉଛି ଯେ, ସରକାରଙ୍କ ବିଧାୟକଙ୍କ ଉପରେ ବିଶ୍ୱାସ ନାହିଁ।

ବିଶ୍ୱାସ ପ୍ରସ୍ତାବ ଉପରେ ସିଏମଙ୍କ ଭାଷଣ ପରେ ଯେତେବେଳେ ବାଚସ୍ପତି ବିରୋଧୀଙ୍କୁ ବିତର୍କ କରିବାକୁ କହିଥିଲେ, ସେତେବେଳେ କିଛି ବିଧାୟକ ଗୃହରେ ବିରୋଧ କରିଥିଲେ। ଗୃହରେ ପାଲାମୁରେ ଦଳିତଙ୍କ ଘର ଭାଙ୍ଗିବା ଓ ଟୁମକାର ଅଙ୍କିତା ହତ୍ୟାକାଣ୍ଡର ମାମଲା ଉଠାଇଥିଲେ।

ଏଠାରେ କହିରଖୁଛି ଯେ, ସିଏମ୍ ହେମନ୍ତ ସୋରେନ୍ ଆଜିକାଲି ଲାଭଜନକ କାର୍ଯ୍ୟାକଳାପରେ ଲିପ୍ତ ଥିବା ଭଳି ଅଭିଯୋଗ ଦ୍ୱାରା ଘେରି ରହିଛନ୍ତି। ତାଙ୍କ ନାମରେ ପଥର ଖଣି ଲିଜ୍ ନିଜ ନାମରେ ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି। ନିର୍ବାଚନ ଆୟୋଗ ତାଙ୍କୁ ଏହି ଅଭିଯୋଗରେ ଦୋଷୀ ସ୍ବୀକାର କରିଛନ୍ତି ଓ ରାଜ୍ୟପାଳ ରମେଶ ବୈସଙ୍କୁ ତାଙ୍କ ବିଧାୟକ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଛନ୍ତି। ଏବାବଦରେ ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବିଜ୍ଞପ୍ତି ଜାରି କରିନାହାନ୍ତି।

ବାସ୍ତବରେ, ୩ ଜଣ କଂଗ୍ରେସ ବିଧାୟକ କୋଲକାତାରେ ଟଙ୍କା ସହ ଧରାପଡ଼ିବା ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଝାଡ଼ଖଣ୍ଡରେ ମହାମେଣ୍ଟ ସରକାରକୁ ଅସ୍ଥିର କରିବା ପାଇଁ କିଛି କଂଗ୍ରେସ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ସହ ହାତ ମିଳାଇଛନ୍ତି । ଏହା ପରେ ଚାରିଆଡେ ରାଜନୈତିକ ସନ୍ଦେହର ପରିସ୍ଥିତି ଦେଖାଦେଇଥିଲା । ଏହାକୁ ଖାରଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧୀ ଦଳ ଉପରେ ଚାପ ପକାଇବା ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଥିଲେ ଓ ଗୃହରେ ନିଜର ସମର୍ଥ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢନ୍ତୁ: ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!