Jharkhand Politics: ବହୁମତ ସାବ୍ୟସ୍ତ କରିବା ପରେ ମୁହାଁମୁହିଁ ଶାସକ-ବିରୋଧି
Advertisement

Jharkhand Politics: ବହୁମତ ସାବ୍ୟସ୍ତ କରିବା ପରେ ମୁହାଁମୁହିଁ ଶାସକ-ବିରୋଧି

Jharkhand Political Crisis: ସୋମବାର ଝାଡଖଣ୍ଡ ବିଧାନସଭାରେ ଧ୍ୱନିମତ ଦ୍ୱାରା ଆତ୍ମବିଶ୍ୱାସ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପରେ ଭୋଟ୍ ବିଭାଜିତ ହୋଇଥିଲା।  ଜେଏମଏମ ନେତୃତ୍ୱାଧିନ ୟୁପିଏ ମେଣ୍ଟ ସରକାର ସପକ୍ଷରେ ୪୮ ଭୋଟ୍ ପଡ଼ିଥିଲା। ଅନ୍ୟପଟେ ଗୋଟିଏ ହେଲେ ଭୋଟ୍ ବିରୋଧୀ ଦଳ ଭାଗରେ ପଡ଼ିନଥିଲା। 

Jharkhand Politics: ବହୁମତ ସାବ୍ୟସ୍ତ କରିବା ପରେ ମୁହାଁମୁହିଁ ଶାସକ-ବିରୋଧି

Jharkhand  Assembly Trust Vote: ସେପ୍ଟମ୍ବର ୫ ତାରିଖରେ ବିଧାନସଭାରେ ଆସ୍ଥାଭୋଟ ଜିତିଛନ୍ତି ମୁ୍ଖ୍ୟମନ୍ତ୍ର ହେମନ୍ତ ସୋରେନଙ୍କ ସରକାର। ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ନେତୃତ୍ୱାଧିନ ୟୁପିଏ ମେଣ୍ଟ ସରକାର ସପକ୍ଷରେ ୪୮ ଭୋଟ୍ ପଡ଼ିଥିଲା। ଅନ୍ୟପଟେ ମୁଖ୍ୟ ବିରୋଧି ବିଜେପି ବିଧାୟକ ଦଳ  ଆସ୍ଥାଭୋଟ ସମୟରେ ବିଧାନସଭାରୁ ବାହାରି ଯାଇଥିଲା।    

ସୋମବାର ଝାଡଖଣ୍ଡ ବିଧାନସଭାରେ ଧ୍ୱନିମତ ଦ୍ୱାରା ଆତ୍ମବିଶ୍ୱାସ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପରେ ଭୋଟ୍ ବିଭାଜିତ ହୋଇଥିଲା।  ଜେଏମଏମ ନେତୃତ୍ୱାଧିନ ୟୁପିଏ ମେଣ୍ଟ ସରକାର ସପକ୍ଷରେ ୪୮ ଭୋଟ୍ ପଡ଼ିଥିଲା। ଅନ୍ୟପଟେ ଗୋଟିଏ ହେଲେ ଭୋଟ୍ ବିରୋଧୀ ଦଳ ଭାଗରେ ପଡ଼ିନଥିଲା। ଏହା ପରେ ବାଚସ୍ପତି, ସରକାରଙ୍କ ଦ୍ୱାରା ହେବାକୁ ଥିବା ବହୁମତ ସାବ୍ୟସ୍ତ କରାଯିବା ବାବଦରେ ଘୋଷଣା କରିଥିଲେ। ଗୃହ କାର୍ଯ୍ୟକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। 

ବିଧାନସଭାରେ ବିଶ୍ୱାସ ମତ ଉପସ୍ଥାପନ କରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM Hemant Soren) କହିଛନ୍ତି ଯେ ବିରୋଧୀ ଗଣତନ୍ତ୍ରକୁ ଧ୍ୱଂସ କରିଛନ୍ତି। ବିଧାୟକ କିଣିବା ନେଇ ବିଜେପି କଥାବାର୍ତ୍ତା କରୁଛି। ସୋମବାର ଆମେ ଗୃହରେ ଆମ ଆମର ଶକ୍ତି ପ୍ରଦର୍ଶନ କରିଛୁ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୁଁ ଏହି ଅଧିବେଶନ ଡକାଇଥିଲି। ବିରୋଧି ବିଜେପି (BJP) ଉଦ୍ଦେଶ୍ୟରେ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକେ ସାମଗ୍ରୀ କିଣୁଛନ୍ତି କିନ୍ତୁ ବିଜେପି ବିଧାୟକ କିଣୁଛି। ବିଜେପି, ଜେଏମଏମ ନେତୃତ୍ୱାଧିନ ୟୁପିଏ ମେଣ୍ଟ ସରକାରକୁ ଅସ୍ଥିର କରିବାକୁ ଚେଷ୍ଠା କରୁଛି। ନିର୍ବାଚନ ​​ଜିତିବା ପାଇଁ ବିଜେପି, ଦଙ୍ଗା ସୃଷ୍ଟି କରି ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ହେଲେ ଯେପର୍ଯ୍ୟନ୍ତ ୟୁପିଏ ସରକାର ଅଛି ସେ ପର୍ଯ୍ୟନ୍ତ ସେମାନଙ୍କ ଯୋଜନା ସଫଳ ହେବ ନାହିଁ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତାଙ୍କର ଆସାମ ପ୍ରତିପକ୍ଷ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନେଇ ରାଜନୈତିକ ଘୋଡା  ବେପାର କାରବାର କରୁଛନ୍ତି। 

ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ୩୦ ଜେଏମଏମ, ୧୮ କଂଗ୍ରେସ ଏବଂ ଜଣେ ଆରଜେଡି ବିଧାୟକ ଅଛନ୍ତି। ଏହା ବ୍ୟତୀତ ଜଣେ ସିପିଆଇଏମଏଲ୍ ଏବଂ ଅନ୍ୟ ଜଣେ ଏନସିପି ବିଧାୟକଙ୍କ ସମର୍ଥନ ରାଜ୍ୟରେ କ୍ଷମତାସୀନ ୟୁପିଏ ମେଣ୍ଟ ସରକାରକୁ ରହିଛି। ମାତ୍ର ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ଝାଡଖଣ୍ଡ ସରକାରକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ନିକଟ ଅତୀତରେ କୋଲକାତା ଠାରେ ଝାଡଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ ନଗଦ ଟଙ୍କା ସହ ଧରା ପଡ଼ିଥିଲେ। ଯଦିଓ ଏହି ଘଟଣାରେ ସେମାନଙ୍କୁ ଜାମିନ ମିଳିଯାଇଛି, ହେଲେ କୋଲକାତା ବାହାରକୁ ଯିବାକୁ ସେମାନଙ୍କୁ ଅନୁମତି ମିଳିନାହିଁ। ଯାହା ଫଳରେ ଏହି ୩ କଂଗ୍ରେସ ବିଧାୟକଙ୍କ ସମର୍ଥନ  ଜେଏମଏମ ନେତୃତ୍ୱାଧିନ ୟୁପିଏ ମେଣ୍ଟ ସରକାରକୁ ମିଳିନାହିଁ। 

Also Read: Jharkhand Politics: ୟୁପିଏ ମେଣ୍ଟକୁ ଘାରୁଛି ବିଜେପି ଭୟ, ନିଆଗଲା ବଡ଼ ପଦକ୍ଷେପ

ଆସ୍ଥାଭୋଟ ଜିତିବା ପରେ ଝାଡଖଣ୍ଡ ମୁ୍ଖ୍ୟମନ୍ତ୍ର ହେମନ୍ତ ସୋରେନଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିରୋଧି ବିଜେପି ବିଧାୟକ ନୀଳକଣ୍ଠ ମୁଣ୍ଡା (BJP MLA Nilkanth Munda)। ଏନେଇ ସେ କହିଛନ୍ତି ଯେ, ରାଜ୍ୟବାସୀ ଅନୁଭବ କରୁଛନ୍ତି ଯେ ଝାଡଖଣ୍ଡ ସରକାର ଭୟଭୀତ ହୋଇପଡ଼ିଛନ୍ତି। ବିରୋଧୀ, ନ୍ୟାୟପାଳିକା କିମ୍ବା ରାଜ୍ୟପାଳ କେହି ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କହିନଥିଲେ। ତାହେଲେ ଏତେ ଭୟ କାହିଁକି? ଆତ୍ମବିଶ୍ୱାସ ପ୍ରସ୍ତାବ ଦର୍ଶାଉଛି ଯେ ସରକାରଙ୍କ ବିଧାୟକଙ୍କ ଉପରେ ବିଶ୍ୱାସ ନାହିଁ। 

ବର୍ତ୍ତମାନ ଲାଭଜନକ ପଦବୀ ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବାର ରହିଛି।  ତାଙ୍କ ନାମରେ ପଥର ଖଣି ଲିଜ୍ ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ନିର୍ବାଚନ ଆୟୋଗ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ରାଜ୍ୟପାଳ ରମେଶ ବୈଶଙ୍କୁ ତାଙ୍କର ବିଧାୟକ ଭାବେ ସଦସ୍ୟତା ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ଏ ବାବଦରେ ରାଜ୍ୟପାଳ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାଁନ୍ତି।