Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ
Advertisement

Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ

New States in India: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପରେ ଦେଶର ରାଜ୍ୟ ସଂଖ୍ୟା ୫୦ ହୋଇଯିବ।

Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ

New States in India: ଆମେରିକା ଭଳି ଦେଶରେ କ'ଣ ବଢିବ ରାଜ୍ୟ ସଂଖ୍ୟା? ଏ ପ୍ରସଙ୍ଗରେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟୀ ଏକ ଚହଳ ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ ଦାବି କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଗୁରୁତର ସହ ବିଚାର କରୁଛନ୍ତି। ଆସନ୍ତା ୨୦୧୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

ବିଜେପି ଶାସିତ ରାଜ୍ୟର କର୍ଣ୍ଣାଟକର ଖାଦ୍ୟ, ସାଧାରଣ ବଣ୍ଟନସ,ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଉମେଶ କଟ୍ଟୀ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ପରେ ଦେଶର ରାଜ୍ୟ ସଂଖ୍ୟା ୫୦ ହୋଇଯିବ। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସହିତ ଉତ୍ତର କର୍ଣ୍ଣାଟକ ମଧ୍ୟ ଏକ ନୂତନ ରାଜ୍ୟ ହେବ ଏବଂ ଦ୍ରୁତ ପ୍ରଗତି ପଥରେ ଆଗକୁ ବଢିବ। ପ୍ରଧାନମନ୍ତ୍ରୀ ମୋଦି ୨୦୨୪ ଲୋକସଭା ନିର୍ବାଚନ ପରେ ଦେଶରେ ୫୦ ରାଜ୍ୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ ସେ ଏହା ଉପରେ ବିଚାର କରୁଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଜନସଂଖ୍ୟାର ଭାର ବଢୁଥିବାରୁ ରାଜ୍ୟ ବିଭାଜନ ଏକ ଭଲ ଧାରଣା। 

ଦେଶରେ ୫୦ ରାଜ୍ୟର ଗଠନର କଥିତ ବିଚାରକୁ ସମର୍ଥନ କରି କର୍ଣ୍ଣାଟକରେ ୨, ଉତ୍ତର ପ୍ରଦେଶରେ ୪, ମହାରାଷ୍ଟ୍ରରେ ୩  ରାଜ୍ୟ ଗଠନ ହେବା ଆବଶ୍ୟକ। ଛୋଟ ରାଜ୍ୟ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ନିଯୁକ୍ତି ଏବଂ ନୂଆ ବିକାଶ ଖୋଲିବ। ଏହା ଦ୍ୱାରା ଦେଶ ସମୃଦ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ। 

ମନ୍ତ୍ରୀ ଉମେଶ କଟ୍ଟୀଙ୍କ ଏହି ବୟାନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତର କର୍ଣ୍ଣାଟକକୁ ପୃଥକ ରାଜ୍ୟ ଗଠନ ପାଇଁ ସରକାରୀ ସ୍ତରରେ କୌଣସି ପ୍ରସ୍ତାବ ନାହିଁ। ଦେଶର ରାଜ୍ୟ ସଂଖ୍ୟାକୁ ୫୦କୁ ବୃଦ୍ଧି କରିବା ପାଇଁ କୌଣସି ପ୍ରସ୍ତାବ ବାବଦରେ ମୁଁ ନିଜେ ଅବଗତ ନାହିଁ। କେନ୍ଦ୍ର ସରକାର କାହା ସହ ଏ ବାବଦରେ ଆଲୋଚନା କରିନାହାଁନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ମୋଟ  ରାଜ୍ୟ ସଂଖ୍ୟା ହେଉଛି ୫୦। ଯେଉଁଠି ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ଭାରତ ବର୍ଷରେ ମୋଟ ରାଜ୍ୟ ସଂଖ୍ୟା ହେଉଛି ୨୮।  ଏହା ସହିତ ଦେଶରେ ଦିଲ୍ଲୀ, ଚଣ୍ଡିଗଡ଼ ଭଳି 9ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ଭାରତରେ ଭାଷା ଆଧାରରେ ରାଜ୍ୟ ଗଠନ ହୋଇଛି। ବର୍ତ୍ତମାନ ଦେଶରେ ନୂତନ ରାଜ୍ୟ ଗଠନର କୌଣସି ଯଥାର୍ଥତା ନାହିଁ।