Kerala Congress Office: କଂଗ୍ରେସ କାର୍ଯ୍ୟାଳୟ ଭଗୱା ରଙ୍ଗରେ ରଙ୍ଗାୟିତ ହେବା ପରେ ପୁନର୍ବାର ରଙ୍ଗ କାରିଗର ସେମାନଙ୍କ କାମ ଆରମ୍ଭ କରିଥିଲେ। ପରେ ଭଗୱା ରଙ୍ଗରୁ ଧଳା (White) ରଙ୍ଗରେ ରଙ୍ଗାୟିତ ହୋଇଥିଲା କଂଗ୍ରେସ ପାର୍ଟି ଅଫିସ।
Trending Photos
Saffronisation of Congress Office: ଭାରତ ଯୋଡ଼ ଯାତ୍ରା ବେଳେ ଏକ ବଡ଼ ଭୁଲ କରି ଦେଇଛି କଂଗ୍ରେସ। ବୁଧବାର କେରଳ ତ୍ରିଶୁର ଜିଲ୍ଲାରେ ଅବସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ଭଗୱା ରଙ୍ଗରେ ରଙ୍ଗାୟିତ ହୋଇଥିବାର ଦେଖିବାକୁ ମିଳିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ ଯାତ୍ରା ଲାଗି ଦଳୀୟ କାର୍ଯ୍ୟାଳୟକୁ ସଜ୍ଜା ଯାଇଥିଲା। ମାତ୍ର ଦଳୀୟ କାର୍ଯ୍ୟାଳୟ ଭଗୱା ରଙ୍ଗରେ ରଙ୍ଗାୟିତ ହୋଇଥିବା ନେଇ ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲା ଦଳ। ଏହା ପରେ ନିଜର ଭୁଲ ବୁଝି ପାରିଥିଲେ ଏବଂ ଦଳର ବରିଷ୍ଠ ନେତା ଏହି ଭୁଲକୁ ସଂଶୋଧନ କରିଥିଲେ।
କଂଗ୍ରେସ କାର୍ଯ୍ୟାଳୟ (Congress Party Office) ଭଗୱା ରଙ୍ଗରେ ରଙ୍ଗାୟିତ (Saffronisation) ହେବା ପରେ ପୁନର୍ବାର ରଙ୍ଗ କାରିଗର ସେମାନଙ୍କ କାମ ଆରମ୍ଭ କରିଥିଲେ। ପରେ ଭଗୱା ରଙ୍ଗରୁ ଧଳା (White) ରଙ୍ଗରେ ରଙ୍ଗାୟିତ ହୋଇଥିଲା କଂଗ୍ରେସ ପାର୍ଟି ଅଫିସ। ଏହି ଘଟଣାରେ ପ୍ରତିକ୍ରିୟା ରଖି କାରିଗର କହିଛନ୍ତି ଯେ ଏଥିରେ ସେମାନଙ୍କର କୌଣସି ଭୂମିକା ନାହିଁ। ସେମାନଙ୍କୁ ଦିଆଯାଇଥିବା ରଙ୍ଗକୁ ସେମାନେ ବ୍ୟବହାର କରାଯାଇଥିଲା। କଂଗ୍ରେସ ନେତା (Kerala Congress Leader) ଦଳୀୟ କାର୍ଯ୍ୟାଳୟକୁ (Kerala Congress Office) ତ୍ରିରଙ୍ଗା ରଙ୍ଗରେ (Tri Colour) ରଙ୍ଗାୟିତ କରିବାକୁ କହିଥିଲେ। ହେଲେ ଭୁଲ ବଶତଃ ସେମାନଙ୍କ କାର୍ଯ୍ୟାଳୟ ଭଗୱା ରଙ୍ଗରେ ରଙ୍ଗାୟିତ କରାଯାଇଥିଲା।
କଂଗ୍ରେସ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପ୍ରଥମ ଥର ଲାଗି ଘଟି ନାହିଁ। ପୂର୍ବରୁ ଏପରି ଘଟଣାର ପୁନରାବୃତ୍ତି ଗୁଜୁରାଟ (Gujarat) ଅହମ୍ମଦାବାଦ (Ahmedabad) ଠାରେ ଘଟିସାରିଛି। ଏଠାରେ ଅବସ୍ଥିତ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ (Gujarat Congress State Office) ଉପରେ ଆକ୍ରମଣ କରି ଏହାକୁ ହଜ ହାଉସ ନାମରେ ନାମିତ କରିଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା (Bajarang Dal Worker)। ସେମାନେ ଠାରେ ପହଞ୍ଚି ଷ୍ଟିକର ଏବଂ ରଙ୍ଗ ନେଇ କଂଗ୍ରେସ କାର୍ଯ୍ୟାଳୟରେ ନାମ ପରିବର୍ତ୍ତନ କରି ଦେଇଥିଲେ।
Also Read: Gujarat Politics: କଂଗ୍ରେସ କାର୍ଯ୍ୟାଳୟ ଉପରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଆକ୍ରମଣ
ବଜରଙ୍ଗ ଦଳ କର୍ମକର୍ତ୍ତା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ହଜ ହାଉସ ଷ୍ଟିକର-ପୋଷ୍ଟର ଲଗାଇ ଦେଇଥିଲେ। ଗୁଜରାଟ କଂଗ୍ରେସର ପୁରୁଖା ନେତା ଜଗଦୀଶ ଠାକୋରଙ୍କ (Congrees Leader Jagdish Thakor) ଏକ ବୟାନକୁ ନେଇ ଏଭଳି କାଣ୍ଡ ଭିଆଇଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ କଂଗ୍ରେସ ନେତା ଜଣଙ୍କ କହିଥିଲେ ଯେ ଦେଶର ସମ୍ପତ୍ତି ଉପରେ ପ୍ରଥମ ଅଧିକାର ମୁସଲମାନ ସମ୍ପ୍ରଦାୟର ରହିଛି।
ଗୁଜରାଟ କଂଗ୍ରେସ ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଦଳୀୟ ନେତା ଜଗଦୀଶ ଠାକୋର କହିଛନ୍ତି କଂଗ୍ରେସ ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହ କହୁଥଲେ ଯେ ଦେଶର ସମ୍ପତ୍ତି ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିଛି। କଂଗ୍ରେସ ଜାଣିଛି ଯେ ଦଳ ପାଇଁ କେତେ କ୍ଷତି ହୋଇଛି ହେଲେ ଦଳ ଏହାର ଆଦର୍ଶରେ କେବେ ଆପୋଷ ବୁଝାମଣା କରିନାହିଁ।
ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ରାଜ୍ୟ କଂଗ୍ରେସର ପୁରୁଖା ନେତା ଜଗଦୀଶ ଠାକୋର ଦଳୀୟ ନିର୍ବାଚନ ଇସ୍ତାହାର ବ୍ୟବଧାନରେ ଘୋଷଣା କରି କହିଥିଲେ ଯେ ତାଙ୍କ ଦଳ ସବୁ ବେଳେ ସଂଖ୍ୟାଲଘୁଙ୍କୁ ସମର୍ଥନ କରି ଆସିଛି। କ୍ଷମତା ଥାଉ କିମ୍ବା ନଥାଉ ଦଳ କେବେ ଏହାର ଦଳୀୟ ଆଦର୍ଶକୁ ପରିବର୍ତ୍ତନ କରିନାହିଁ। ଦେଶରେ ଘଟୁଥିବା ସାମ୍ପ୍ରଦାୟିକ ଦଙ୍ଗା ପଛରେ କିଏ ଅଛନ୍ତି ଏବଂ କିଏ ଏହା ଦ୍ୱାରା ଉପକୃତ ହେଉଛନ୍ତି ତାହା ଆମେ ସମସ୍ତେ ଜାଣୁ। ଆମେ ଜାଣୁ ଯେ ଏହାର ଶିକାର ଆହୁରି କରାଯିବ। ଏହାର ଜାଲରେ ନ ପଡ଼ିବା ପାଇଁ ସତର୍କ ରହିବା ଆବଶ୍ୟକ।