ଥିରୁଭାନନ୍ତପୁରମ: କେରଳ ପୌର ଓ ପଞ୍ଚାୟତ ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଯାଇଛି। ଏଥିରେ ଉଭୟ କଂଗ୍ରେସ ନେତୃତ୍ୱାଧିନ UDF ଏବଂ ବିଜିପି ନେତୃତ୍ୱାଧିନ NDAକୁ ଶାସକ ବାମପନ୍ଥୀ ତଥା CPM ନେତୃତ୍ୱାଧିନ LDF ଏକ ଶକ୍ତ ଝଟକା ଦେଇଛି। ରାଜ୍ୟର ଅର୍ଦ୍ଧାଧିକ ପଞ୍ଚାୟତ ଓ ପୌରାଞ୍ଚଳରେ ନିଜର ଦବଦବା ଜାହିର କରିଛି। 


COMMERCIAL BREAK
SCROLL TO CONTINUE READING

ଗତ ଡିସେମ୍ବର ୮ରୁ କେରଳ (Kerala) ରେ ୩ଟି ପର୍ଯ୍ୟାୟରେ ପୌର ଓ ପଞ୍ଚାୟତ ନିର୍ବାଚନ ହୋଇଥିଲା। ରାଜ୍ୟର ୧୪ଟି ଜିଲ୍ଲା ପଞ୍ଚାୟତ, ୯୪୧ଟି ଗ୍ରାମ ପଞ୍ଚାୟତ, ୧୫୨ଟି ବ୍ଲକ, ୮୬ଟି ମୁନିସିପାଲିଟି ଓ ୬ଟି ମହାନଗର ନିଗମରେ ଭୋଟ ପଡିଥିଲା। ତେବେ ଏଥିରେ ପୂର୍ବପରି ଶାସକ ବାମପନ୍ଥୀ LDF ଦଳ ଅର୍ଦ୍ଧାଧିକ ସିଟରେ ବିଜୟ ହୋଇଛି। ଯାହା ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ (Assembly Election) ପାଇଁ ଦଳକୁ ସୁଦୃଢ କରିଛି। ଏହି ନିର୍ବାଚନ ଫଳଫଳକୁ ଦେଖିବେ ବିଜେପି (BJP) ମିଶନ ଦକ୍ଷିଣ ଅସଫଳ ହେଲା ଭଳି ଲାଗୁଛି।


Also Read: ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA


 


ତେବେ ଆସନ୍ତୁ ଦେଖିବା କେଉଁ ନିର୍ବାଚନରେ କାହାକୁ କେତେ ସିଟ ମିଳିଛି ।


ଗ୍ରାମ ପଞ୍ଚାୟତ - ୧୪୧
LDF - ୫୨୨
UDF - ୩୬୩
NDA- ୨୩
ଅନ୍ୟମାନେ - ୩୨


ବ୍ଲକ ପଞ୍ଚାୟତ - ୧୫୨
LDF- ୧୦୮ 
UDF- ୪୪


ଜିଲ୍ଲା ପଞ୍ଚାୟତ - ୧୪
LDF- ୧୦
UDF- ୪


ପୌରପାଳିକା - ୮୬
LDF- ୩୫
UDF- ୪୫
NDA - ୨
ଅନ୍ୟମାନେ - ୪


ମହାନଗର ନିଗମ- ୬
LDF- ୩
UDF- ୩


ସେପଟେ କୋଚି ମହାନଗର ନିଗମ  (Kochi Corporation) ମେୟର ପ୍ରାର୍ଥୀ କଂଗ୍ରେସର ଏନ. ଭେନୁଗୋପାଳ ତାଙ୍କ ବିଜେପି ପ୍ରତିଦ୍ୱନ୍ଦୀଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ପାଇଁ ସେ EVMକୁ ଦୋଷାରୋପ କରିଛନ୍ତି। ତେବେ ଏହାକୁ ସେ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନଥିବା କହିଛନ୍ତି।