UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ
Advertisement
Article Detail0/zeeodisha/odisha939769

UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

ରାଜ୍ୟର ନୂତନ ଜନସଂଖ୍ୟା ବିଧେୟକ  ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବଢୁଥିବା  ଜନସଂଖ୍ୟା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ମୂଳକାରଣ।

UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

ଲକ୍ଷ୍ନୌ: ଜୁଲାଇ ୧୧ ତାରିଖ ରବିବାର ରାଜ୍ୟର ନୂତନ ଜନସଂଖ୍ୟା ବିଧେୟକ ୨୦୨୧ ଉପସ୍ଥାପନ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜଧାନୀ ଲକ୍ଷ୍ମୌସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭଭନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏଠାରେ ଜନସଂଖ୍ୟା ନିୟନ୍ତ୍ରଣ ସପ୍ତାହ ଅଭିଯାନର ଉଦଘାଟନ କରାଯିବ। 

ରାଜ୍ୟର ନୂତନ ଜନସଂଖ୍ୟା ବିଧେୟକ (Uttar Pradesh Population Policy 2021-2030) ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanatah) କହିଛନ୍ତି ବଢୁଥିବା  ଜନସଂଖ୍ୟା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ମୂଳକାରଣ। ଉନ୍ନତ ସମାଜ ଗଠନ କରିବାକୁ ହେଲେ ଜନସଂଖ୍ୟା ସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରାଥମିକତା ଦେବାକୁ ହେବ। ଆସନ୍ତୁ ବିଶ୍ୱ ଜନସଂଖ୍ୟା ଦିବସ (World Population Day) ଅବସରରେ  ଜନସଂଖ୍ୟା ବିସ୍ଫୋରଣ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ବାବଦରେ ନିଜେ ସମାଜକୁ ଅବଗତ କରାଇବା।  

Also Read: ୟୁପି ଜନସଂଖ୍ୟା ବିଧେୟକ ୨୦୨୧; ଗୋଟିଏ ଶିଶୁକୁ ପ୍ରୋତ୍ସାହନ, ଦୁଇରୁ ଅଧିକ ହେଲେ ମିଳିବ ଦଣ୍ଡ

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଡ୍ରାଫ୍ଟ ଉତ୍ତର ପ୍ରଦେଶ ଆଇନ ଆୟୋଗ (UP Law Commission) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଯାହା ବିଭାଗୀୟ ୱେବସାଇଟରେ ଉପଲବ୍ଧ ରହିଛି। ଆୟୋଗ ପକ୍ଷରୁ ଏହି ଆଇନ ବାବଦରେ ରାଜ୍ୟ ଜନସାଧାରଣଙ୍କ ମତାମତ ଲୋଡାଯାଇଛି।   

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ଆଇନ ଆୟୋଗ ଅଧ୍ୟକ୍ଷ ଆଦିତ୍ୟନାଥ ମିତ୍ତଲ କହିଛନ୍ତି ରାଜ୍ୟର ନୂତନ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଅନୁସାରେ ଯଦି କେହି ୨ ସନ୍ତାନ ନୀତିକୁ ଉଲଂଘନ କରେ ତାହାକୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ। ଆସନ୍ତା ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆୟୋଗ ଏହି ଆଇନ ସମ୍ପର୍କିତ ଡ୍ରଫ୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଯାହାର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ସେମାନଙ୍କ ଉପରେ ଏହି ଆଇନ ଲାଗୁ ହେବ ନାହିଁ। 

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ପର୍କରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସଂଖ୍ୟା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମହସିନ ରାଜା କହିଛନ୍ତି ଆମ ସରକାର ଏ ବାବଦରେ ଜନସାଧାରଣଙ୍କ ମତାମତ ନେଉଛି। ଯଥାଶୀଘ୍ର ଏହି ଆଇନକୁ ଲାଗୁ କରିବା ପାଇଁ ପ୍ରୟାସ କରାଯିବ।  

Also Read: 'ନେତା-ମନ୍ତ୍ରୀ ଦିଅନ୍ତୁ ନିଜ ବୈଧ, ଅବୈଧ ସନ୍ତାନଙ୍କ ତଥ୍ୟ'

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦ (Salman Khurshid) କହିଛନ୍ତି ଯେ, ନୂତନ ଜନସଂଖ୍ୟା ନୀତି କାର୍ଯ୍ୟକାରୀ କରିବା ପୂର୍ବରୁ ସରକାରଙ୍କ ମନ୍ତ୍ରୀ ତଥା ନେତାମାନେ ସେମାନଙ୍କ ବୈଧ ଅବୈଧ ସନ୍ତାନ ବାବଦରେ ତଥ୍ୟ ପ୍ରଦାନ କରିବା ଆବଶ୍ୟକ। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ​​ଯାହା ଘଟିଲା ତାହା ନିର୍ବାଚନ କୁହାଯାଇପାରିବ ନାହିଁ। ବଡ ଏକଛତ୍ରବାଦୀ ଶାସକ ବଡ ବଦ ପଦ ପଦବୀରେ ବସିବା ପାଇଁ ଏଭଳି ନିର୍ବାଚନର ବାହାନା ବ୍ୟବହାର କରନ୍ତି।

ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ନେତା ଆଲୋକ କୁମାର କହିଛନ୍ତି ଦେଶର ଜନସଂଖ୍ୟା ବିସ୍ଫୋରଣ ହେଉଛି। ଗୋଟିଏ ଦମ୍ପତ୍ତିଙ୍କ ଦୁଇ ସନ୍ତାନ ହେବା ଠିକ। ଯେଉଁମାନେ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ମିଳିବା ଉଚିତ୍। ଯଦି କାହାର ପରିବାରରେ ଜଣେ ପିଲା ଅଛନ୍ତି ତାହେଲେ ସେମାନଙ୍କୁ ଅଧିକ ସୁବିଧା ଦିଆଯିବା ଆବଶ୍ୟକ। ଏକ ଶିଶୁକୁ ପ୍ରୋତ୍ସାହନ ଦେବା ବିଷୟରେ ଆମେ ସରକାରଙ୍କ ସହ ଆଲୋଚନା କରିବୁ।