Bihar Politics: ଯେବେ ଲାଲୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପୁରା ତାକତ ଲଗାଇଥିଲେ ନୀତୀଶ କୁମାର
Advertisement

Bihar Politics: ଯେବେ ଲାଲୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପୁରା ତାକତ ଲଗାଇଥିଲେ ନୀତୀଶ କୁମାର

Bihar Politics: କୁହାଯାଏ ଯେ ୧୯୭୪ ମସିହାରେ ହୋଇଥିବା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ନେୃତୃତ୍ୱରେ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି ସମୟରେ ଉଭୟେ ନିକଟତର ହୋଇଥିଲେ। ଉଭୟଙ୍କୁ ଜୟପ୍ରକାଶ ନାରାୟଣଙ୍କ ଶିଷ୍ୟ ବୋଲି କୁହାଯାଏ।

Bihar Politics: ଯେବେ ଲାଲୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପୁରା ତାକତ ଲଗାଇଥିଲେ ନୀତୀଶ କୁମାର

Nitish Lalu Relation: କୁହାଯାଏ ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୁ କିମ୍ବା ବନ୍ଧୁ ହୋଇନଥାନ୍ତି। ଯାହାର ସଦ୍ୟତମ ଉଦାହରଣ ହେଉଛି ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାର ଏବଂ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମ୍ପର୍କ। କେବେ ବିହାର ରାଜନୀତିରେ  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ଉଭୟ ଲାଲୁ-ନୀତୀଶ ପୁଣି ଥରେ ଏକାଠି ହୋଇଛନ୍ତି। କେବଳ ସେତିକି ନୁହେଁ ବିହାର ରାଜନୀତିରେ ଦ୍ୱିତୀୟ ଥର ଲାଗି ଆରଜେଡି ସମର୍ଥନରେ ଜେଡିୟୁ ସରକାର ଗଠନ କରିଛି। ଏବେ ପୁଣି ଥରେ ବିହାର ରାଜନୀତିରେ ଏକାଠି ହୋଇଯାଇଛନ୍ତି ଲାଲୁ-ନୀତୀଶ। 

ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ବିହାର ରାଜନୀତିରେ (Bihar Politics) ଲାଲୁ ଯାଦବ (Lalu Yadav) ଏବଂ ନୀତୀଶ କୁମାର (Nitish Kumar) ଏକାଠି ହୋଇଛନ୍ତି। ଗତ ୧୯୭୦ ଦଶକରେ ଅବିଭକ୍ତ ବିହାରରେ ହୋଇଥିବା ଛାତ୍ର ଆନ୍ଦୋଳନ (Bihar Stuedent Movement 1974) ସମୟରେ ପରସ୍ପର ନିକଟତର ହୋଇଥିଲେ। କୁହାଯାଏ ଯେ ୧୯୭୪ ମସିହାରେ ହୋଇଥିବା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ (Lokmanya Jayaprakash Narayan) ନେୃତୃତ୍ୱରେ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି (Sampoorna Kranti Movement) ସମୟରେ ଉଭୟେ ନିକଟତର ହୋଇଥିଲେ। ଉଭୟଙ୍କୁ ଜୟପ୍ରକାଶ ନାରାୟଣଙ୍କ ଶିଷ୍ୟ ବୋଲି କୁହାଯାଏ।

ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ନେୃତୃତ୍ୱରେ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି ସମୟରେ ନୀତୀଶ କୁମାରଙ୍କୁ ୨୪ ବର୍ଷ ବୟସ ହୋଇଥିଲା ଏବଂ ସେ ପାଟନା ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ସେତେବେଳେ ଲାଲୁ ଯାଦବଙ୍କ ବୟସ ୨୭ ବର୍ଷ ହୋଇଥିଲା ଏବଂ ସେ ପାଟନା ମହାବିଦ୍ୟାଳୟରେ ପଢୁଥିଲେ। ଉଭୟେ ସେମାନଙ୍କର ରାଜନୈତିକ ଯାତ୍ରା ଜାରି ରଖିଥିଲେ। ରାଜନୀତିରେ ପ୍ରଥମ ଥର ଲାଗି ୧୯୮୫ ମସିହାରେ ଲାଲୁ ଯାଦବ ଏବଂ ନୀତୀଶ କୁମାର ବିହାର ବିଧାନସଭାରେ (Bihar Assembly) ପହଞ୍ଚିଥିଲେ। ଉଭୟେ ଜନତା ଦଳରୁ (Janata Dal) ସେମାନଙ୍କର ସକ୍ରିୟ ରାଜନୀତି ଆରମ୍ଭ କରିଥିଲା।  

ସେତେବେଳେ ନୀତୀଶ କୁମାର ଲାଲୁ ଯାଦବଙ୍କୁ ବିରୋଧି ଦଳ ନେତା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ। ନୀତୀଶ କୁମାର ବହୁତ ଭଲ ଭାବରେ ଜାଣିଥିଲେ ଯେ ଯିଏ ରାଜ୍ୟର ବିରୋଧି ଦଳ ନେତା ହେବ ପରେ ସେ ବିହାର ମୁଖ୍ୟମନ୍ତ୍ରୀ ହେବ। ନୀତୀଶ କଠିନ ପରିଶ୍ରମ କରି ବିଧାୟକଙ୍କୁ ଲାଲୁଙ୍କ ସପକ୍ଷରେ ଠିଆ କରାଇଲେ। ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯଦି ୧୯୯୦ ଦଶକରେ ଯଦି ନୀତୀଶ ନଥାନ୍ତେ ତାହାଲେ ଲାଲୁଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦ ଏତେ ସହଜ ହୋଇନଥାନ୍ତା।

Also Read; Bihar Politics: ଗଠିତ ହୋଇସାରିଛି ସରକାର, ମନ୍ତ୍ରିମଣ୍ଡଳକୁ ନେଇ ଫସିଲା ପେଞ୍ଚ

ମାତ୍ର ୧୯୯୦ ଦଶକ ପରେ ନୀତୀଶ ଏବଂ ଲାଲୁଙ୍କ ରାଜନୈତିକ ରାସ୍ତା ଅଲଗା ହୋଇ ଯାଇଲା। ନୀତୀଶ କୁମାର ସମତା ପାର୍ଟି (Samata Party) ଏବଂ ଜେଡିୟୁ (JDU) ପତାକା ତଳେ ରହି ତାଙ୍କର ରାଜନୈତିକ ଯାତ୍ର ଜାରି କରିଥିଲେ। ଲାଲୁ ମଧ୍ୟ ତାଙ୍କ ଦଳ ଆରଜେଡ଼ି (RJD) ଗଠନ କରି ନୀତିଶଙ୍କ ଠାରୁ ଅଲଗା ହୋଇଯାଇଥିଲେ। କୁହାଯାଏ ଯେ ନୀତୀଶ ଏବଂ ଲାଲୁଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇନଥିଲା। ଏହି କାରଣରୁ ଉଭୟେ ୨୦୧୩ ବର୍ଷରେ ପୁଣି ଏକାଠି ହୋଇଥିଲେ। ଏହା ପରେ ୨୦୧୫ ନିର୍ବାଚନରେ ଏକାଠିୁ ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟରେ ମହାମେଣ୍ଟ ସରକାର ଗଠନ କରିଥିଲେ। ମାତ୍ର ୨୦୧୭ ଜୁଲାଇରେ ଭାଙ୍ଗିଯାଇଥିଲା ଜେଡିୟୁ-ଆରଜେଡି ମେଣ୍ଟ। ମାତ୍ର ପୁଣି ଥରେ ୨୦୨2 ଅଗଷ୍ଟରେ ଏକାଠି ହୋଇଛନ୍ତି ଲାଲୁ ନୀତିଶ।