Lok Sabha Election 2019: ସେହି ୬ ଆସନ ଯେଉଁଠି ଚାଲିଥିଲା ଜବରଦସ୍ତ ମୋଦି ଲହର
Advertisement
Article Detail0/zeeodisha/odisha2189090

Lok Sabha Election 2019: ସେହି ୬ ଆସନ ଯେଉଁଠି ଚାଲିଥିଲା ଜବରଦସ୍ତ ମୋଦି ଲହର

2019 Lok Sabha Election Result:  ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୨୨୦ ଆସନରେ ବିଜେପି ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। 

Lok Sabha Election 2019: ସେହି ୬ ଆସନ ଯେଉଁଠି ଚାଲିଥିଲା ଜବରଦସ୍ତ ମୋଦି ଲହର

Lok Sabha Election 2019 Result: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଜୋରଦାର ହେବାରେ ଲାଗିଛି। ଏଥର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ୪୦୦ ସିଟ୍ ଦଖଲ କରିବାର ସ୍ଲୋଗାନ ଦେଇଛି। ୨୦୨୪ ନିର୍ବାଚନ ପାଇଁ ବିଜେପି ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇଛନ୍ତି। ସେହିପରି କିଛି ନିର୍ବାଚନ ରଣନୀତିଜ୍ଞ ବିଶ୍ୱାସ କରୁଛନ୍ତି ଯେ ଯଦି ଦକ୍ଷିଣ ରାଜ୍ୟରେ ବିଜେପି ପ୍ରଦର୍ଶନ କରିପାରିଲେ ଯାଇ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଉତ୍ତର ଭାରତରେ ହାଥିବା ଆସନ ଜିତିବା ସହିତ ବିଜେପି ମଧ୍ୟ ଦଳୀୟ ଭୋଟ୍ ସେୟାର ବଢାଇବାକୁ ଚେଷ୍ଟା କରୁଛି। 

ଆପଣଙ୍କର ହୁଏତ ମନେ ଥାଇପାରେ ଯେ ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୨୨୦ କିମ୍ବା ଏହା ଠାରୁ ଅଧିକ ଆସନରେ ବିଜେପି ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। ଗତଥର ବିଜେପି ୩୦୩ ଲୋକସଭା ଆସନ ଦଖଲ କରିଥିଲା। ସେହିପରି ସମଗ୍ର ଦେଶରେ ଏପରି ୬ ଲୋକସଭା ଆସନ ରହିଥିଲା ଯେଉଁଠାରେ ଜବରଦସ୍ତ ମୋଦି ଲହର ଚାଲିଥିଲା। ଏହି ୬ ଆସନରେ ବିଜେପି ୭୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। ଯାହା ମଧ୍ୟରେ ଗୁଜୁରାଟର ୩ ସଂସଦୀୟ କ୍ଷେତ୍ର ରହିଥିଲା।

୨୦୧୯ ଲୋକସଭା ନିର୍ବାଚନ: ସେହି ୬ ଆସନ ଯେଉଁଠି ବିଜେପି ପାଇଥିଲା ୭୦ ପ୍ରତିଶତରୁ ଅଧିକ ଭୋଟ 

  • ସୁରଟ ଲୋକସଭା ଆସନ ଗୁଜୁରାଟ- ୭୪.୫ ପ୍ରତିଶତ ଭୋଟ 
  • ନବସାରି ଲୋକସଭା ଆସନ ଗୁଜୁରାଟ-୭୪.୪ ପ୍ରତିଶତ ଭୋଟ
  • ଭଦୋଦରା ଲୋକସଭା ଆସନ ଗୁଜୁରାଟ-୭୨.୩ ପ୍ରତିଶତ ଭୋଟ
  • କାଙ୍ଗ୍ରା ଲୋକସଭା ଆସନ ହିମାଚଳ ପ୍ରଦେଶ-୭୨.୦ ପ୍ରତିଶତ ଭୋଟ
  • ଭିଲୱାଡ଼ା ଲୋକସଭା ଆସନ ରାଜସ୍ଥାନ-୭୧.୬ ପ୍ରତିଶତ ଭୋଟ
  • ଉତ୍ତର ମୁମ୍ବାଇ ଲୋକସଭା ଆସନ ମହାରାଷ୍ଟ୍ର- ୭୧.୪ ପ୍ରତିଶତ ଭୋଟ 

ଚକିତ କରିବା ଭଳି ରହିଥିଲା ନିର୍ବାଚନ ଫଳାଫଳ

  • ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ହୋଇଥିବାରୁ ଗୁଜୁରାଟରେ କ୍ଲିନ୍ ସୁଇପ୍ କରିଥିଲା। ଏହା ସହିତ ରାଜ୍ୟର ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ ୭ ଲକ୍ଷ ୯୫ ୬୫୧ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨ ଲକ୍ଷ ୪୭ ହଜାର ୪୨୧ ଭୋଟ୍ ପାଇଥିଲେ।
  • ସେହିଭଳି ନବସାରୀ ଆସନରୁ ଗୁଜୁରାଟ ବିଜେପି ଅଧ୍ୟକ୍ଷ ତଥା ଦଳର ସାଂସଦ ପ୍ରାର୍ଥୀ ସିଆର ପାଟିଲ ୯ ଲକ୍ଷ ୭୨ ହଜାର ୭୩୯ ଭୋଟ୍ ପାଇଥିଲେ। ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଧର୍ମଶ ଭାଇ ମାତ୍ର ୨ ଲକ୍ଷ ୮୩ ହଜାର ୭୧ ଭୋଟ୍ ପାଇଥିଲେ।
  • ଭଦୋଦରା ଆସନରେ ବିଜେପି ପ୍ରାର୍ଥୀ ୮ ଲକ୍ଷ ୮୩ ହଜାର ୭୧୯ ଭୋଟ୍ ମିଳିଥିଲା। ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ୨ ଲକ୍ଷ ୯୪ ହଜାର ୫୪୨ ଭୋଟ ମିଳିଥିଲା।
  • ହିମାଚଳ ପ୍ରଦେଶର କାଙ୍ଗ୍ରା ଆସନରେ ବିଜେପି ପ୍ରର୍ଥୀ କିଶନ କପୁର ୭ ଲକ୍ଷ ୨୫ ହଜାର ୨୧୮ ଭୋଟ୍ ପାଇଥିଲେ। ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ୨ ଲକ୍ଷ ୪୭ ହଜାର ୫୯୫ ଭୋଟ୍ ମିଳିଥିଲା।
  • ରାଜସ୍ଥାନ ଭିଲୱାଡ଼ା ଆସନରେ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ଏହି ଆସନରେ ବିଜେପି ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବହେରିଆ ୯ ଲକ୍ଷ ୩୮ ହଜାର ୧୬୦ ଭୋଟ୍ ପାଇଥିଲେ। ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରାମପାଲ ମାତ୍ର ୩ ଲକ୍ଷ ୨୬ ୧୬୦ ଭୋଟ୍ ପାଇଥିଲେ।
  • ଆଶ୍ଚର୍ଯ୍ୟଜନକ ଷଷ୍ଠ ଲୋକସଭା ଆସନ ହେଉଛି ଉତ୍ତର ମୁମ୍ବାଇ। ଏହି ଆସନରେ ବିଜେପି ପ୍ରାର୍ଥୀ ଗୋପାଳ ଶେଟ୍ଟୀ ୭ ଲକ୍ଷ ୬ ହଜାର ୬୭୮ ଭୋଟ୍ ପାଇଥିଲେ। ତାଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ  ଉର୍ମିଲା ମାତୋଣ୍ଡକର ମାତ୍ର ୨ ଲକ୍ଷ ୪୧ ହଜାର ୪୩୧ ଭୋଟ୍ ପାଇଥିଲେ