Lok Sabha Election 2024: ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ
Advertisement
Article Detail0/zeeodisha/odisha2212119

Lok Sabha Election 2024: ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ

Lok Sabha Elections 2024 Voting: ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ହିଂସାକାଣ୍ଡ ସତ୍ତ୍ୱେ ମଣିପୁରର ସମସ୍ତ ୨ ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟ ଗ୍ରହଣ।

Lok Sabha Election 2024: ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ

Lok Sabha Election 2024 Phase 1 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ  ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଶୁକ୍ରବାର ଭୋଟ ଗ୍ରହଣ ଚାଲିଥିବା ସମୟରେ ଇନର ମଣିପୁର ଲୋକସଭା ଆସନରେ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି ମଣିପୁରର ମୋଇରାଙ୍ଗ ବିଧାନସଭା ଆସନ ଅଧିନସ୍ଥ ଥାମାନପୋକପି ସ୍ଥିତ ଏକ ମତଦାନ କେନ୍ଦ୍ରରେ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଗୁଳିମାଡ଼ ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।

ଏହା ସହିତ ଇମ୍ଫାଲ ପୂର୍ବ ଜିଲ୍ଲାର ଥଙ୍ଗଜୁ ବିଧାନସଭା ଆସନ ଅଧିନସ୍ଥ ଏକ ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି। ଯେଉଁଠାରେ ଭାମନ କା ଠାମ୍ପୁରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ନଷ୍ଟ ହୋଇଥିବାର "ଟାଇମ୍ସ ନାଉ" ରିପୋର୍ଟ ଦର୍ଶାଇଛି। ସେଠାରେ ଅଜଣା ଦୁର୍ବୃତ୍ତ ମତଦାନ କେନ୍ଦ୍ର ଭିତରେ କେବଳ ବିଜେପି ଏଜେଣ୍ଟ ଉପସ୍ଥିତ ରହିବା ନେଇ ଦାବି କରିଥିଲେ। ପ୍ରଭାବିତ ମତଦାନ ବୁଥରେ ପୋଲିସ୍ କର୍ମଚାରୀ ସୁରକ୍ଷା ବ୍ୟବସ୍ଥା ସୁଧାରିବାର ଦେଖିବାକୁ ମିଳିଥିଲା। 

ଶୁକ୍ରବାର ଦିନ ୧୧:୦୦ ପର୍ଯ୍ୟନ୍ତ ମଣିପୁରର ୨ ଲୋକସଭା ଆସନ ପାଇଁ ମୋଟ ୧୧.୪୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୮.୧୯ ପ୍ରତିଶତ ସେମାନଙ୍କ ମତଧିକାର ସାବ୍ୟସ୍ତ କରିଛନ୍ତି। ଇନର ମଣିପୁର ଲୋକସଭା ଆସନରେ ମତଦାନ ହାର ୨୯.୪୦ ପ୍ରତିଶତ ରେକର୍ଡ ହୋଇଥିବାବେଳେ ଆଉଟର ମଣିପୁର ଆସନରେ ପ୍ରଥମ ୪ ଘଣ୍ଟା ମଧ୍ୟରେ ୨୬.୦୨ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ଼ କରାଯାଇଛି। ମଜବୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଣିପୁରର ସମସ୍ତ ୨ ଲୋକସଭା ଆସନର କିଛି ଅଂଶ ପାଇଁ ମତଦାନ ଜାରି ରହିଥିବା ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଦର୍ଶାଇଛି।

ସାମଗ୍ରିକ ମତଦାନ ଅଗ୍ରଗତି କରୁଥିବାବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ହୋଇଥିବାର ଖବର ଆସିଛି। ଯାହାକୁ ପୋଲିସ ଦ୍ୱାରା ନିଶ୍ଚିତ କରାଯାଇଛି। ଇନର ମଣିପୁର ଲୋକସଭା ସିଟ୍ ଅଧିନସ୍ଥ ଥୋଙ୍ଗଜୁ ବିଧାନସଭା ଆସନରେ ସ୍ଥାନୀୟ ଲୋକ ତଥା ଅଜ୍ଞାତ ଦୁର୍ବୃତ୍ତଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଥିଲା।

ପିଟିଆଇ ରିପୋର୍ଟ ଅନୁସାରେ ଇନର ମଣିପୁର ଏବଂ ଆଉଟର ମଣିପୁର  ଲୋକସଭା ଆସନର କିଛି ଅଂଶରେ ମଜବୁତ ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ସାତଟାରୁ ୨୧୦୭ ମତଦାନ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ​୧୫.୪୪ ଲକ୍ଷରୁ ଅଧିକ ଭୋଟର ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨ ହଜାର ୫୭୭ ମହିଳା ଏବଂ ୨୪୬ ଟ୍ରାନ୍ସଜେଣ୍ଡର ଅଛନ୍ତି।

ଇନର ମଣିପୁର ସଂସଦୀୟ କ୍ଷେତ୍ର ଅଧିନରେ ୩୨ ଏବଂ ଆଉଟର ମଣିପୁର ସଂସଦୀୟ କ୍ଷେତ୍ର ଅଧିନସ୍ଥ ୧୫ ବିଧାନସଭା ଆସନରେ ଭୋଟିଂ ଚାଲିଛି। ପ୍ରାୟ ୮୫ ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ମୋଟ ୧୮ ହଜାର ୯୧ ଜଣ ବିସ୍ଥାପିତ ଲୋକ ସେମାନଙ୍କର ମତାଧିକାରୀ ସାବ୍ୟସ୍ତ କରିଥିଲେ। ମତଦାନ କାର୍ଯ୍ୟରେ ୮୦୦୦ କର୍ମଚାରୀ ନିୟୋଜିତ ହୋଇଥିଲେ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି।