Lok Sabha Election 2024: ବିଜେପି ପାଖରୁ ପୁରୁଣା ଗଡ଼ ଫେରି ପାଇବ କି ସମାଜବାଦୀ ପାର୍ଟି?
Advertisement
Article Detail0/zeeodisha/odisha2223188

Lok Sabha Election 2024: ବିଜେପି ପାଖରୁ ପୁରୁଣା ଗଡ଼ ଫେରି ପାଇବ କି ସମାଜବାଦୀ ପାର୍ଟି?


Uttar Pradesh Politics: ୨୦୨୪ ଲୋକସଭା ନିର୍ବାଚନରେ ଅଖିଲେଶ ଯାଦବ କନ୍ନୌଜ ଆସନରୁ ନିର୍ବାଚନ ଲଢୁଛନ୍ତି। ଯେଉଁ ଆସନରୁ ସେ କ୍ରମାଗତ ଭାବରେ ୩ ଥର ସାଂସଦ ନିର୍ବାଚିତ ହୋଇଥିଲେ।

 Lok Sabha Election 2024: ବିଜେପି ପାଖରୁ ପୁରୁଣା ଗଡ଼ ଫେରି ପାଇବ କି ସମାଜବାଦୀ ପାର୍ଟି?

Kannauj Lok Sabha Seat UP: ୨୦୨୪  ଲୋକସଭା ନିର୍ବାଚନରେ ଦଳର ପାରମ୍ପରିକ ଗଡ ଫେରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ଅଖିଳେଶ ଯାଦବ। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା କନ୍ନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ୨୦୦୦ ମସିହାରେ କନ୍ନୌଜ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସାଂସଦ ହେବା ସହ  ନିଜର ଗାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଅଖିଳେଶ ଯାଦବ। ଏବେ ପୁଣି ଥରେ ୨୪ ବର୍ଷ ପରେ ଦଳର ସେହି ପାରମ୍ପରିକ ଗଡ଼ ଫେରି ପାଇବାକୁ ଅଖିଳେଶ ଯାଦବ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ସଂସଦୀୟ କ୍ଷେତ୍ରର ରାଜନୈତିକ ସମୀକରଣ ଅନୁସନ୍ଧାନ କରିବା ପରେ ଅଖିଳେଶ ଯାଦବ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ହେଲେ ପ୍ରଶ୍ନ ଉଠୁଛି କ'ଣ ଏଥର ତାଙ୍କର ପରୀକ୍ଷଣ ସଫଳ ହେବ?

ରାଜନୈତିକ ଗଣିତ ବୁଝିବା ପରେ କନ୍ନୌଜ ଆସନ ଉପରେ ରହିଛି ସମାଜବାଦୀ ପାର୍ଟି ନଜର
ଉତ୍ତର ପ୍ରଦେଶର ବିଭିନ୍ନ ଆସନରେ ପ୍ରଚାର କରିବା ସହ ଏହାର ରାଜନୈତିକ ଗଣିତ ବୁଝିବା ପରେ ଅଖିଳେଶ ଯାଦବ କନ୍ନୌଜ ଆସନରୁ ନିର୍ବାଚନ ଲଢୁଛନ୍ତି। ଯେଉଁଠୁ ସେ ୨୦୦୦, ୨୦୦୪, ୨୦୦୯ ଲୋକସଭା ନିର୍ବାଚନରେ ବାଜିମାତ କରିଥିଲେ। ଏଥର କନ୍ନୌଜ ଆସନରେ ତାଙ୍କର ମୁକାବିଲା ବର୍ତ୍ତମାନର ବିଜେପି ସାଂସଦ ସୁବ୍ରତ ପଠକଙ୍କ ସହ ହେବେ। ଗତ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ଏହାର ପାରମ୍ପରିକ ଗଡ଼ରେ ବିଜେପି ପାଖରୁ ପରାସ୍ତ ହୋଇଥିଲା। 

Also Read: Lok Sabha Election 2024: ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ; ପାରମ୍ପରିକ ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ

ଅତର ନଗରୀ ଭାବେ ପରିଚିତ କନ୍ନୌଜ ଆସନରୁ ତେଜ ପ୍ରତାପ ଯାଦବଙ୍କୁ ପ୍ରଥମେ ପ୍ରାର୍ଥୀ କରିଥିଲା ସମାଜବାଦୀ ପାର୍ଟି। ହେଲେ ପରେ ଦଳ ଏହି ଆସନରେ  ପ୍ରାର୍ଥୀ ବଦଳାଇ ଦେଇଥିଲା। ଏବେ ନିଜେ ଦଳର ଅଧ୍ୟକ୍ଷ ଏଠାରୁ   ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୨୪  ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ପାଇଁ ଆହ୍ୱାନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଖିଳେଶ ଯାଦବ କନ୍ନୌଜ ଆସନରୁ ନିର୍ବାଚନ ଲଢୁଥିବାରୁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।  

ଗତ ୨୦୧୯ ନିର୍ବାଚନରେ କନ୍ନୌଜ ଆସନରେ ପରାସ୍ତ ହୋଇଥିଲା ସମାଜବାଦୀ ପାର୍ଟି
ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ସୁବ୍ରତ ପଠକ କନ୍ନୌଜ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ପରାସ୍ତ କରିଥିଲେ। ବିଜେପି ପ୍ରାର୍ଥୀଙ୍କୁ ୫ ଲକ୍ଷ ୬୩ ହଜାର ୮୭ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ସମାଜବାଦୀ ପାର୍ଟି ୫ ଲକ୍ଷ ୫୦ ହଜାର ୭୩୪ ଭୋଟ୍ ପାଇଥିଲା। ସୁବ୍ରତ ପାଠକ୍ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ସେଥିପାଇଁ ଏଥର ଅଖିଳେଶ ଯାଦବ ଦଳର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ କନ୍ନୌଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Also Read: Lok Sabha Elections 2024: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧକ୍ଷଙ୍କୁ ନେଇ ଆସିଲା ବଡ଼ ଖବର

୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି କନ୍ନୌଜ ଆସନ ଫେରି ପାଇବ ନାଁ ନାହିଁ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ ଏଥର ଏହି ଆସନରେ ହେଉଥିବା ଲଢେଇ ବେଶ କୌତୁହଳପୂର୍ଣ୍ଣ ହେବାକୁ ଯାଉଛି। ଗତ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଲୋକସଭା ନିର୍ବାଚନରେ ସମାଜବାଦ ପାର୍ଟି ଦଖଲରେ ରହିଥିଲା କନ୍ନୌଜ ଆସନ। ନିଜେ ଅଖିଲେଶ ଯାଦବ ଏହି ଆସନରୁ ୩ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ହେଲେ ଗତ ୨୦୧୨ ବର୍ଷରେ ଯେତେବେଳେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ଡିମ୍ପଲ୍ ଯାଦବ କନ୍ନୌଜ ଆସନରେ ହୋଇଥିବା ଉପନିର୍ବାଚନରେ ବିଜୟୀ ହେବା ସହ  ​​ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ। ଏପରିକି ୨୦୧୪ ଲୋକସଭା ନିର୍ବାଚନରେ ଡିମ୍ପଲ୍ ଯାଦବ କନ୍ନୌଜ ଆସନରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ ଲଢେଇ ବିଜେପି ସମାଜବାଦୀ ପାର୍ଟି ହାତରୁ ଏହାର ପାରମ୍ପରିକ ଗଡ଼ ଛଡ଼ାଇ ନେଇଥିଲା। ହେଲେ ଏଥ କାହା ଦଖଲକୁ ଯିବ କନ୍ନୌଜ ଆସନ ତାହା ଜୁନ୍ ୪ ତାରିଖରେ ସ୍ପଷ୍ଟ ହୋଇଯିବ।