Modi Shah Agent: ମଙ୍ଗଳବାର ବିରୋଧିଙ୍କୁ ବିରୋଧରେ ବର୍ଷିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏନେଇ ସେ କହିଛନ୍ତି ଯେ ୟାକୁବ ମେମନ ପ୍ରତି ସହାନୁଭୂତି ଦେଖାଇବା ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଜେଣ୍ଟ କୁହାଯିବା ଶ୍ରେୟାସ୍କର। ଗତ ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ଘଟଣାର ଦୋଷୀ ୟାକୁବ ମେମନଙ୍କୁ ଆଜକୁ ଠିକ ୭ ବର୍ଷ ପୂର୍ବେ ତାହାର ଜନ୍ମଦିନରେ ତାକୁ ଫାଶୀ ଦିଆଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଔରଙ୍ଗବାଦ ଜିଲ୍ଲାର (Aurangabad) ପୈଠଣ ଠାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra Chief Minister Eknath Shinde), ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena Chief Uddhav Thackeray) ନେତୃତ୍ୱାଧିନ ଗୋଷ୍ଠୀକୁ (Shiv Sena Thackeray Faction) ଟାର୍ଗେଟ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତା ବାଲା ସାହେବଙ୍କ (Shiv Sena Founder Bala Saheb) ସ୍ୱପ୍ନକୁ ପୂରଣ କରିଥିବା ଲୋକଙ୍କ ଏଜେଣ୍ଟ ହୋଇଯିବା ଭଲ।


Also Read: Godhra Case: ଅମିତ ଶାହଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲା ଶିବସେନା ମୁଖପତ୍ର ସାମନା


ସଦ୍ୟ ଦକ୍ଷିଣ ମୁମ୍ବାଇସ୍ଥିତ ବଡା ଶ୍ମଶାନ ଠାରେ ୟାକୁବ ମେନନର (Yacub Memon) ସମାଧିକୁ ସୌନ୍ଦର୍ଯ୍ୟକରଣ କରିବାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି (Maharashtra Politics)। ଏହି ପ୍ରସଙ୍ଗରେ ଶିବସେନା ଠାକରେ ଗୋଷ୍ଠୀ ଏବଂ ଶାସକ ବିଜେପି (BJP) ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି। ଶିବସେନା ସିନ୍ଦେ ଗୋଷ୍ଠୀର (Shiv Sena Shinde Faction) ସହଯୋଗୀ ବିଜେପି ଦାବି କରିଛି ଯେ, ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡ଼ି ସରକାର ସମୟରେ ୟାକୁବ ମେନନର ସମାଧିର ସୌନ୍ଦର୍ଯ୍ୟକରଣ କରାଯାଇଥିଲା।


କେଉଁ ସରକାରର କାର୍ଯ୍ୟକାଳ ସମୟରେ  ୟାକୁବ ମେନନର ସମାଧିକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ତାହାର ଯାଞ୍ଚ କରାଯିବ ଆବଶ୍ୟକ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଅଭିଯୋଗ ହେଉଛି ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ (Union Home Minister Amit Shah) ଏଜେଣ୍ଟ ଭାବେ କାର୍ଯ୍ୟ କରୁଛୁ। ଯେଉଁମାନେ ଶିବେସନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ସ୍ୱପ୍ନକୁ ପୂରଣ କରୁଛନ୍ତି ସେମାନଙ୍କ ଏଜେଣ୍ଟ ହେବା ଭଲ। ୟାକୁବ ମେମନ ଏଜେଣ୍ଟ ହେବା ଅପେକ୍ଷା ଯେଉଁମାନେ ଜାମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ଉଚ୍ଛେଦ କରିଛନ୍ତି ସେମାନଙ୍କ ସହିତ ରହିବା ଭଲ।


Also Read; Maharashtra Politics: ଠାକରେ ପରିବାର ପ୍ରତି ଆପଣା ଯାଇଛି କେଉଁ ରଣନୀତି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ


ଶିବେସନା ମୁଖପତ୍ର ସାମନା ସମ୍ପାଦକୀୟରେ (Shiv Sena Mouthpiece Saamana Editorial) ଲେଖାଯାଇଥିବା ଏକ ସ୍ତମ୍ଭର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ସିନ୍ଦେ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇରୁ ମରାଠୀଙ୍କୁ ହଟାଇବା ପାଇଁ ବିଜେପି ଆମକୁ ବ୍ୟବହାର କରୁଛି। ଏହାକୁ ପ୍ରକାଶ କରିଥିବା ସମନା ମଧ୍ୟ ମରାଠୀ ଭାଷାଭାଷୀ ଲୋକେ କାହିଁକି ମୁମ୍ବାଇରୁ  ଚାଲିଗଲେ ସେ ସମ୍ବନ୍ଧରେ ଏକ ସ୍ତମ୍ଭ ଲେଖିବା ଦରକାର। ଗତ ୨୦୨୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଶିବସେନା ବିଜେପି ସହ ମେଣ୍ଟ କରି ଭୋଟ୍ ମାଗିଥିଲା। ହେଲେ କିଏ ହିନ୍ଦୁତ୍ୱ ବିଚାରଧାରା ଏବଂ ମତଦାତଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି ତାହା ଅନୁସନ୍ଧାନ କରିବାର ସମୟ ଆସିଯାଇଛି।