Godhra Case: ଅମିତ ଶାହଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲା ଶିବସେନା ମୁଖପତ୍ର ସାମନା
Advertisement
Article Detail0/zeeodisha/odisha1348858

Godhra Case: ଅମିତ ଶାହଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲା ଶିବସେନା ମୁଖପତ୍ର ସାମନା

Shiv Sena Saamana Editorial: ସାମନା ସମ୍ପାଦକୀୟ ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବାରମ୍ବାର ଶିବସେନା ପ୍ରତି ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ତାଙ୍କ ମନରେ ମହାରାଷ୍ଟ୍ର ପ୍ରତି ରହିଥିବା ଘୃଣାଭାବକୁ ଦର୍ଶାଉଛି। ବାସ୍ତବରେ ସେ ମହାରାଷ୍ଟ୍ର ଏବଂ ମରାଠୀ ଲୋକଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବା ଆବଶ୍ୟକ। 

Godhra Case: ଅମିତ ଶାହଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲା ଶିବସେନା ମୁଖପତ୍ର ସାମନା

Saamana on Amit Shah: ଗଣେଶ ପୂଜା ଅବସରରେ ୨ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସି ରାଜଧାନୀ ମୁମ୍ବାଇ ଠାରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାତ୍ର ତାଙ୍କର ଏହି ଗସ୍ତକୁ ନେଇ ତାଙ୍କୁ ସମାଲୋଚନା କରିଛି ଶିବସେନା ମୁଖପତ୍ର ସାମନା। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବସେନା ଏହାର ମୁଖପତ୍ର ସାମନା ସମ୍ପାଦକୀୟ ଜରିଆରେ କହିଛି ଯେ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗଣପତି ବପ୍ପାଙ୍କ ଦର୍ଶନ ପାଇଁ ନୁହେଁ ବରଂ ମିଶନ ମୁମ୍ବାଇ ଲାଗି ଏଠାକୁ ଆସିଛନ୍ତି। 

ବିଜେପି (BJP) ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ (Union Minister Amit Shah) ଟାର୍ଗେଟ କରି ଶିବସେନା ଏହାର ମୁଖପତ୍ର ସାମନା (Shiv Sena Mouthpiece Saamana) ସମ୍ପାଦକୀୟ (Shiv Sena Saamana Editorial) ଜରିଆରେ କହିଛି ଯେ ବର୍ତ୍ତମାନ ବିଜେପି ମହାରାଷ୍ଟ୍ର ରାଜନୀତିରୁ (Maharashtra Politics) ଶିବସେନା ଉଦ୍ଧବ ଠାକରେ (Shiv Sena Chief Uddhav Thackeray) ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ (NCP Supremo Sharad Pawar) ନାଁ ଲିଭାଇବାକୁ ଚାହୁଁଛି। ହେଲେ ଅମିତ ଶାହ ଏବଂ ନରେନ୍ଦ୍ର ମୋଦି (Narendra Modi) ଏ କଥା  ଭୁଲି ଯାଉଛନ୍ତି ଯେ ସେମାନଙ୍କୁ ଗୋଧ୍ରା ଦଙ୍ଗା (Godhra Riots) ବେଳେ ଶରଦ ପାୱାର ସାହାଯ୍ୟ କରିଥିଲେ।

Also Read: Kadaknath Mumbaikar: ସାମନା ସମ୍ପାଦକୀୟରେ ସଞ୍ଜୟ ରାଉତଙ୍କ ନେଲା ସ୍ଥାନ

ସାମନା ସମ୍ପାଦକୀୟ ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବାରମ୍ବାର ଶିବସେନା ପ୍ରତି ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ତାଙ୍କ ମନରେ ମହାରାଷ୍ଟ୍ର ପ୍ରତି ରହିଥିବା ଘୃଣାଭାବକୁ ଦର୍ଶାଉଛି। ବାସ୍ତବରେ ସେ ମହାରାଷ୍ଟ୍ର ଏବଂ ମରାଠୀ ଲୋକଙ୍କ (Marathi People) ପ୍ରତି ସର୍ବଦା କୃତଜ୍ଞ ରହିବା ଆବଶ୍ୟକ। ଯେତେବେଳେ କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାର (Congress led UPA Govt) ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ପଛରେ ପଡ଼ି ଯାଇଥିଲା ସେତେବେଳେ ନରେନ୍ଦ୍ର ମୋଦି ଏବଂ ଶରଦ ପାୱାରଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଗୋଧ୍ରା ଘଟଣାରେ ଅମିତ ଶାହଙ୍କୁ ଜାମିନ ମିଳି ଯାଇଥିଲା।

ସାମନା ସମ୍ପାଦକୀୟରେ ଶିବସେନା ଏକଥା ମଧ୍ୟ କହିଛି ଯେ, ଏହା କୌଣସି ଏକ ରହସ୍ୟର ପର୍ଦ୍ଦଫାଶ କରିବା ନୁହେଁ ବରଂ ଏକ ବାସ୍ତବତା। ଯାହାର ସତ୍ୟତା ରହିଛି। ଅନ୍ୟ ଏକ ମାମଲାରେ ଅମିତ ଶାହଙ୍କୁ ସାହାଯ୍ୟ କରିବା ପାଇଁ ଶିବସେନା ପ୍ରତିଷ୍ଠାତା ବାଲା ସାହେବ (Shiv Sena Founder Bala Saheb) ସରକାର ଭଳି କାର୍ଯ୍ୟ କରିଛନ୍ତି। କେବଳ ସଞ୍ଜୟ ରାଉତ (Shiv Sena MP Sanjay Raut) ଏହି ଘଟଣା ବାବଦରେ ଅଧିକ ଲେଖିପାରିବେ। ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଏହା ବିଷୟରେ ଅଧିକ କହିପାରିବେ।

Also Read: Maharashtra Politics: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଲେ ଏନସିପି ସୁପ୍ରିମୋ ଶରଦ ପାୱାର

ଶିବସେନା ମୁଖପାତ୍ର ସାମନା ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ଶିବସେନା (Shiv Sena) ଏବଂ ଠାକରେ ପରିବାରକୁ (Thackeray Family) ବଦନାମ କରିବା ପାଇଁ ପ୍ରତିଯୋଗିତା ଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗଣପତି ଦର୍ଶନ ପାଇଁ ମୁମ୍ବାଇ ଆସିଥିଲେ ଏବଂ ଶିବସେନା ପ୍ରତି ଘୃଣାଭାବ ପ୍ରଦର୍ଶନ କରିଛନ୍ତି। ଯାହାକୁ ସମଗ୍ର ମହାରାଷ୍ଟ୍ର ଦେଖିଛି। ସେ ମୁମ୍ବାଇ ଠାରେ ବିଜେପି ନେତା କର୍ମକର୍ତ୍ତଙ୍କ ସାମ୍ନାରେ ଏକ ଭାଷଣ ଦେଇଥିଲେ। ଯାହା ପରେ ସାର୍ବଜନୀନ ହୋଇଯାଇଥିଲା।