Maharashtra: ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ନେଇ ସରଗରମ ରାଜନୀତି, ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha1342697

Maharashtra: ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ନେଇ ସରଗରମ ରାଜନୀତି, ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

Yakub Memon Grave Dispute: ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଅପରେସନ କରି ମାରିବା ପରେ ଆମେରିକା ସେନା ତାହାର ମୃତଦେହକୁ ତାର ପରିବାର  ଲୋକଙ୍କୁ ହସ୍ତାନ୍ତର କରିବା ବଦଳରେ ସମୁଦ୍ରର ଏକ ଅଜ୍ଞାତ ସ୍ଥାନରେ ଫୋପାଡି଼ ଦେଇଥିଲା।  ଯାହାର କୌଣସି ଖୋଜ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁନାହିଁ। 

 

Maharashtra: ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ନେଇ ସରଗରମ ରାଜନୀତି, ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

Yakub Memon Grave Dispute: ୧୯୯୩ ମସିହାରେ ମାୟା ନଗରୀ  ମୁମ୍ବାଇ ସହରରେ ହୋଇଥିବା ସିରିଜ ବୋମା ବିସ୍ଫୋରଣର ଦୋଷୀ ଆତଙ୍କବାଦୀ ୟାକୁବ ମେମନକୁ ନେଇ ତେଜିଛି ବିବାଦ। ଆଜକୁ ଠିକ ୭ ବର୍ଷ ପୂର୍ବେ ନିଜର ଜନ୍ମଦିନରେ ୟାକୁବ ଅବଦୁଲ ରଜାକ ମେମନକୁ ଫାଶୀ ଦିଆଯାଇଥିଲା। ସଦ୍ୟ ଦକ୍ଷିଣ ମୁମ୍ବାଇସ୍ଥିତ ବଡା ଶ୍ମଶାନ ଠାରେ ୟାକୁବ ମେନନର ସମାଧିକୁ ସୌନ୍ଦର୍ଯ୍ୟକରଣ କରିବାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। 

ସେପ୍ଟମ୍ବର ୮ ତାରିଖ ଗୁରୁବାର ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗଟିୱାର କହିଛନ୍ତି ଯେ, ଆତଙ୍କବାଦୀ ୟାକୁବ ମେମନ ସମାଧିକୁ ସୌନ୍ଦର୍ଯ୍ୟକରଣ କରିବାକୁ ନେଇ ସୃଷ୍ଟି ହୋଇଥିବ ବିବାଦ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ଗତ ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମାୟା ନଗରୀ ମୁମ୍ବାଇ ସହରରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଆତଙ୍କବାଦୀ ୟାକୁବ ମେନନ। ଯାହାକୁ ୨୦୧୫ ଜୁଲାଇ ୩୦ ତାରିଖରେ ନାଗପୁର କେନ୍ଦ୍ରୀୟ କାରାଗାରରେ ଫାଶୀ ଦିଆଯାଇଥିଲା। ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ପକ୍ଷରୁ କରାଯାଇଥିବା ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ନିକଟରେ  ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ଏକ ନୂଆ ରୂପ ଦିଆଯାଇଥିଲା। ୟାକୁବର ଅନ୍ତିମ ବିଶ୍ରାମ ସ୍ଥାନକୁ ଖୁବ୍ ଶୀଘ୍ର ଏକ ମଜାର ଅର୍ଥାତ ସମାଧିରେ ପରିବର୍ତ୍ତନ କରାଯାଇଥାନ୍ତା। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଏହାକୁ ନେଇ ଗୁରୁତର ରାଜନୈତିକ  ଯୁଦ୍ଧ ଆରମ୍ଭ ହୋଇଯାଇ ଥିବାରୁ ମୁମ୍ବାଇ ପୋଲିସ ବାଡାସ୍ଥିତ କବରସ୍ଥାନ ଠାରେ ଆଲୋକ ବ୍ୟବସ୍ଥା ବନ୍ଦ କରି ଦେଇଥିଲା।

Also Read: Maharashtra: ସଦିଗ୍ଧ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ହାଇଆଲର୍ଟ ଜାରି ହେବା ପରେ ତଦନ୍ତ ଆରମ୍ଭ

ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ରାମ କଦମ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସହକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ୟାକୁବ ମେମନ ସମାଧିକୁ ଧର୍ମସ୍ଥଳରେ ପରିଣତ କରାଯିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କାହିଁକି ଚୁପ୍ ରହିଥିଲେ ବୋଲି ବୋଲି ପ୍ରଶ୍ନ କରିଛନ୍ତି। ଉଦ୍ଧବ ଠାକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଏହି କବର ଏକ ମଜାରରେ ପରିଣତ ହୋଇଥିଲା। କ'ଣ ଏହା ମୁମ୍ବାଇ ପ୍ରତି ତାଙ୍କର ପ୍ରେମ ଏବଂ ଦେଶପ୍ରେମ?  ଏହି ଘଟଣାରେ ଉଦ୍ଧବ ଠାକେର, ଶରଦ ପାୱାର ଏବଂ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇ ଲୋକଙ୍କ ନିକଟରେ କ୍ଷମା ମାଗିବାକୁ ହେବ। 

ଅନ୍ୟପଟେ ଶିବସେନା ମୁଖପାତ୍ର ଡ.ମନୀଷା କାୟଣ୍ଡେ ବିଜେପି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଯେତେବେଳେ ୟାକୁବ ମେନନଙ୍କୁ ଫାଶୀ ଦିଆଯାଇଥିଲା ସେତେବେଳେ ଉଭୟ କେନ୍ଦ୍ରରେ ଏବଂ ରାଜ୍ୟରେ ବିଜେପି ସରକାର ଥିଲା। ସେହି ସମୟରେ ଦେବେନ୍ଦ୍ର ଫଡନାଭୀସ୍ ମହାରାଷ୍ଟ୍ର ସହ ରାଜ୍ୟର ଗୃହ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ଡ.କୟାଣ୍ଡେ ପଚାରିଛନ୍ତି ଯେ,ସେ ମେନନ ମୃତଦେହକୁ କାହିଁକି ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି। ଦୋଷୀ ଆତଙ୍କବାଦୀ କିମ୍ବା ଅନ୍ୟ ଭୟଭୀତ ଅପରାଧୀଙ୍କ ମୃତଦେହ ସହ କିପରି ମୁକାବିଲା କରାଯିବ ସେ ନେଇ କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାର କୌଣସି ଆଇନ ପ୍ରଣୟନ କରିଛନ୍ତି?

କଂଗ୍ରେସ ମୁଖ୍ୟ ମୁଖପାତ୍ର ଅତୁଲ ଲୋନ୍ଧେ କହିଛନ୍ତି ଯେ କେନ୍ଦ୍ରରେ ୟୁପିଏ ସରକାରର କାର୍ଯ୍ୟକାଳରେ ୨ ଜଣ ଆତଙ୍କବାଦୀଙ୍କୁ ଫାଶୀ ଦିଆଯାଇଥିଲା। ଭବିଷ୍ୟତରେ ସେମାନଙ୍କ ସମାଧି କୌଣସି ରାଲି ସ୍ଥଳ ନ ହେଉ ସେ ନେଇ ସେମାନଙ୍କ ମୃତଦେହକୁ ଗୁପ୍ତ ଭାବରେ ଅନ୍ତିମ ସଂସ୍କାର କରାଯାଇଥିଲା। ଗତ ୨୦୧୩ ଫେବୃଆରୀରେ ଦିଲ୍ଲୀ ସ୍ଥିତ ତିହାଡ଼ ଜେଲ ପରିସରରେ ଅଫଜଲ ଗୁରୁ ଫାଶୀ ଦିଆଯାଇଥିଲା। ଅନ୍ୟପଟେ  ପାକିସ୍ତାନ ଆତଙ୍କବାଦୀ ଅଜମଲ କସାବଙ୍କୁ ପୁଣେସ୍ଥିତ ୟେରୱାଡା କେନ୍ଦ୍ରୀୟ କାରାଗାରରେ ଫାଶୀ ଦିଆଯାଇଥିଲା। ମାତ୍ର ମେନନକୁ ଫାଶୀ ଦିଆଯିବା ସମୟରେ ବିଜେପି କ୍ଷମତାସୀନ ରହିଥିଲା। ୟାକୁବ ମେନନର ବିସ୍ତୃତ ଅନ୍ତିମ ସଂସ୍କାର ଲାଗି ତାର ଶବକୁ ତାହାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା। ଏପରି କରି ସେମାନେ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଅପରେସନ କରି ମାରିବା ପରେ ଆମେରିକା ସେନା ତାହାର ମୃତଦେହକୁ ତାର ପରିବାର  ଲୋକଙ୍କୁ ହସ୍ତାନ୍ତର କରିବା ବଦଳରେ ସମୁଦ୍ରର ଏକ ଅଜ୍ଞାତ ସ୍ଥାନରେ ଫୋପାଡି଼ ଦେଇଥିଲା।  ଯାହାର କୌଣସି ଖୋଜ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁନାହିଁ।