Maharashtra Politics: ଠାକରେ ପରିବାର ପ୍ରତି ଆପଣା ଯାଇଛି କେଉଁ ରଣନୀତି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
Advertisement

Maharashtra Politics: ଠାକରେ ପରିବାର ପ୍ରତି ଆପଣା ଯାଇଛି କେଉଁ ରଣନୀତି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

Eknath Shinde targets Aditya Thackeray:  ବର୍ତ୍ତମାନ ଏହା  ପ୍ରତୀୟମାନ ହେଉଛି ଯେ, ମୁଖ୍ୟମନ୍ତ୍ରୀ ସିନ୍ଦେ ଆଦିତ୍ୟ ଠାକରେଙ୍କ ଲାଗି ତାଙ୍କର ରଣନୀତିରେ ପରିବର୍ତ୍ତନ କରୁଛନ୍ତି।  ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସମାଲୋଚନା କରିଥିବାରୁ ନିକଟରେ ଆଦିତ୍ୟ ଠାକରେଙ୍କ ବିରୋଧରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।  

Maharashtra Politics: ଠାକରେ ପରିବାର ପ୍ରତି ଆପଣା ଯାଇଛି କେଉଁ ରଣନୀତି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

Eknath Shinde on Thackeray Family: ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ ପରେ କ୍ଷମତାଚ୍ୟୁତ ହୋଇଥିଲେ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧଭ ଠାକରେ। ଏହା ପରେ ବିଜେପି ସମର୍ଥନର ସରକାର ଗଠନ କରିଥିଲେ ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ନେତା ଏକନାଥ ସିନ୍ଦେ। କ୍ଷମତା ହାସଲ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଠାକରେ ପରିବାର ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ। ହେଲେ ବର୍ତ୍ତମାନ ଏହା  ପ୍ରତୀୟମାନ ହେଉଛି ଯେ, ମୁଖ୍ୟମନ୍ତ୍ରୀ ସିନ୍ଦେ ଆଦିତ୍ୟ ଠାକରେଙ୍କ ଲାଗି ତାଙ୍କର ରଣନୀତିରେ ପରିବର୍ତ୍ତନ କରୁଛନ୍ତି।  ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସମାଲୋଚନା କରିଥିବାରୁ ନିକଟରେ ଆଦିତ୍ୟ ଠାକରେଙ୍କ ବିରୋଧରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।  

ନିଜ ପିତା ଉଦ୍ଧବ ଠାକରେଙ୍କ (Uddhav Thackeray) ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାରର (Maha Vikas Aghadi Government) ପତ୍ତନ ପରେ ଆଦିତ୍ୟ ଠାକରେ (Aditya Thackeray) କ୍ରମାଗତ ଭାବରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ (Rebel Shiv Sena MLA) ବିରୋଧରେ ବର୍ଷିବାରେ ଲାଗିଛନ୍ତି। ସେ ଦଳ ତଥା ପୂର୍ବ ସରକାର ବିରୋଧରେ ବିଦ୍ରୋହ କରିଥିବା ବିଧାୟକଙ୍କୁ ବିଶ୍ୱାସଘାତକ ଏପରିକି ଗଦ୍ଦାର କହିବାକୁ ପଛେଇ ନଥିଲେ।  ହେଲେ ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra Chief Minister Eknath Shinde) ଆଦିତ୍ୟ ଠାକରେ ଏବଂ ତାଙ୍କ ପିତା ଉଦ୍ଧବ ଠାକରେଙ୍କୁ ପଲଟା ଜବାବ ଦେବାରୁ ଦୂରେଇ ରହିଥିଲେ। ହେଲେ ଗତ ମଙ୍ଗଳବାର ଠାରୁ ଏହି ଅଘୋଷିତ ରଣନୀତି ବଦଳୁଥିବା ଜଣାପଡିଛି।

Also Read: Maharashtra Politics: ଠାକରେ ପରିବାର ପ୍ରତି ଆପଣା ଯାଇଛି କେଉଁ ରଣନୀତି? ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

 

ନିକଟରେ ଏକ ମରାଠୀ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଦିତ୍ୟ ଠାକରେଙ୍କ ବିରୋଧରେ ବର୍ଷିଥିଲେ। ଯେତେବେଳେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକରେଙ୍କ ଦ୍ୱାରା ଧୋକ୍କାବାଜ କହିବାକୁ ନେଇ ପ୍ରଶ୍ନ କରାଯାଇଥିଲା, ସେତେବେଳେ ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ ଯେ, ଆଦିତ୍ୟ ଠାକରେ ନିଜର ବୟସ କେତେ ତାହା ପ୍ରଥମେ ଜାଣିବା  ଆବଶ୍ୟକ। ସେ ନିଜର ବୟସ ନୁଯାୟୀ କଥା କହିବା ଦରକାର। ବର୍ତ୍ତମାନ ଆମେ ଯାହା ହୋଇଛେ ତାହା ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ (Shiv Sena Founder Bala Saheb Thackeray) ଚିନ୍ତାଧାରା ହେତୁ ହୋଇଛେ। ହେଲେ ଆଦିତ୍ୟ ଠାକରେ ଏବଂ ଅନ୍ୟମାନେ କ୍ଷମତା ପାଇଁ ବାଲା ସାହେବଙ୍କ ବିଚାରଧାରା ଠାରୁ ଦୂରେଇ ଯାଇଛନ୍ତି। ଯାହା ଫଳରେ ଆମେ ବିଦ୍ରୋହ କରିବା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲୁ।

Also Read: Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ

ପ୍ରଥମେ ରାଜ୍ୟର ସରକାର ଗଠନ କରିବା ପରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ (Shiv Sena Shinde Faction) ବର୍ତ୍ତମାନ ବିଜେପି ସହ ମେଣ୍ଟ କରି ମୁମ୍ବାଇ ନଗର ନିଗମ ନିର୍ବାଚନରେ (Brihan Mumbai Corporation Election) ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛି। ଏହି ମହାନଗର ହେଉଛି ଦେଶର ବୃହତ୍ତମ ପୌରସଂସ୍ଥା, ଯାହାର ବାର୍ଷିକ ବଜେଟ୍ ଦେଶର ଅନେକ ପୂର୍ବୋତ୍ତର ରାଜ୍ୟର ବାର୍ଷିକ ବଜେଟ୍ ଠାରୁ ଅଧିକ। ବିଗତ ୩ ଦଶନ୍ଧି ଧରି ଶିବସେନ (Shiv Sena) ଦଖଲରେ ରହିଛି ମୁମ୍ବାଇ ମହାନଗର ନିଗମ। ଯାହାକୁ ବର୍ତ୍ତମାନ ବିଜେପି ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ବିଜେପି ସହରରେ ଏହାକୁ ଦଳୀୟ ସଙ୍ଗଠନକୁ ନିରନ୍ତର ବିସ୍ତାର କରିବାରେ ଲାଗିଛି।