Congress Leader Nana Patole: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପୋଟଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଆଉ ଏବେ ଲମ୍ପି ଭାଇରସ ବାବଦରେ ଦେଇଥିବା ବୟାନକୁ ନେଉ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ନେତା। ବର୍ତ୍ତମାନ ଦେଶରେ ଗାଇ ଗୋରୁଙ୍କ ଠାରେ ବ୍ୟାପୁଥିବା ଲମ୍ପି ଭାଇରସ ସଂକ୍ରମଣକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ।       


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ନାନା ପୋଟଲେ (Congress Leader Nana Patole) କହିଛନ୍ତି କେନ୍ଦ୍ର ସରକାର ଜାଣିଶୁଣି ନାଇଜେରିଆ ଭଳି ଦେଶରୁ ଚିତା ଆଣିଛନ୍ତି। ଯେଉଁଠି ଏହି ରୋଗ ଦୀର୍ଘ ଦିନ ଧରି ବ୍ୟାପିବାରେ ଲାଗିଛି ଏବଂ ସେଠାରୁ ପଶୁଙ୍କୁ ମଧ୍ୟ ଅଣାଯାଇଛି। କୃଷକଙ୍କ କ୍ଷତି ପହଞ୍ଚାଇବା ପାଇଁ କେନ୍ଦ୍ରରେ କ୍ଷମତସୀନ ମୋଦି ସରକାର (Modi Govt) ଜାଣିଶୁଣି ଏପରି କରିଛନ୍ତି।



କେନ୍ଦ୍ରର ସେହି କଳା କୃଷି ଆଇନ ସମୟରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କୃଷକଙ୍କ ସହ କଦାପି କଥା ହୋଇନଥିଲେ ଏବଂ ନାମିବିଆରୁ ଚିତା ଆଣି ବର୍ତ୍ତମାନ ସେମାନେ ପ୍ରତିଶୋଧ ନେଉଛନ୍ତି। ଚିତାବାଘ ପରେ ଲମ୍ପି ଭାଇରସ ଦେଶକୁ ଆସିଥିଲା। ମୋର ୫୫ ବର୍ଷରେ ମୁଁ ଏପରି ରୋଗ ଦେଖି ନାହିଁ। ଏହା ଉଦ୍ଦେଶ୍ୟମୂଳକ ଭାବେ ଅଣାଯାଇଛି। ଯାହାଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବେ। ଏହି ରୋଗ ନାମିବିଆରେ ପୂର୍ବରୁ ଦେଖା ଦେଇଥିଲା ଏବଂ ବର୍ତ୍ତମାନ ଏହା ଭାରତରେ ବ୍ୟାପିବାରେ ଲାଗିଛି।


Also Read: 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି ଦେଇପାରିବେ,ପିଟି ପାରିବି'


କଂଗ୍ରେସ ନେତା ନାନା ପାଟଲଙ୍କ ବିବୃତ୍ତିକୁ ହାସ୍ୟାସ୍ପଦ ବୋଲି କହି କଟାକ୍ଷ କରିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ସେ ଏହି ରୋଗ ଉପରେ ଅଜବ ବୟାନ ରଖି ଏହାକୁ ଏକ ଅଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗାଇଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଦେଶରେ ଦୁଗ୍ଧ ଚାଷୀଙ୍କୁ ଏହି ରୋଗ ପ୍ରଭାବିତ କରିଛି। ଏହି  ଭୂତାଣୁ କେବଳ ଗାଇ ଏବଂ ମଇଁଷି ପାଖରେ ଦେଖିବାକୁ ମିଳିଛି।


ଲମ୍ପି ରୋଗ ହେଉଛି ଏକ ସଂକ୍ରମିତ ରୋଗ ଯାହା ଗୋରୁ ଉପରେ ପ୍ରଭାବ ପକାଇଥାଏ। ଏହା ରକ୍ତ ଖାଉଥିବା କୀଟଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ। ଯେପରିକି କିଛି ପ୍ରଜାତିର ମାଛି ଏବଂ ମଶା କିମ୍ବା ଟିଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଏହା ଦ୍ୱାରା ଗାଈ ଗୋରୁଙ୍କ ଜ୍ୱରରେ ପୀଡି଼ତ ହୋଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇପାରେ।


ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ମହାରାଷ୍ଟ୍ର କଂଗ୍ରେସ ସଭାପତି (Maharashtra Congress President) ନାନା ପୋଟଲେ ଏପରି ଅଜବ ବୟାନ ରଖିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ରଖିଥିବା ବୟାନ ପାଇଁ ବିବାଦ ଘେରକୁ ଟଣା ହୋଇଛନ୍ତି ସେ।  ତାଙ୍କର ଏହି ବୟାନର  ଏକ ଭିଡି଼ଓ ଜୋରସୋରରେ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି "ମୁଁ ତାଙ୍କୁ ଗାଳି ଦେଇପାରିବେ, ପିଟି ପାରିବି। "  


Also Read: କଂଗ୍ରେସ ନେତାଙ୍କ ଧମକ; ବନ୍ଦ କର ବିଗ ବି-ଖିଲାଡି କୁମାରଙ୍କ ସୁଟିଂ


ସୋସିଆଲ ମିଡିଆରେ ଏହି ଭିଡି଼ଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ନେତା ପୋଟଲେଙ୍କୁ ଟାର୍ଗେଟ କରିଥିଲେ। ତାଙ୍କର ଏହି ଭିଡିଓକୁ ଏକ ଚ୍ୟାନେଲ ଏବଂ ପରେ ବିରୋଧି ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ୍ କରିଛନ୍ତି। ଏଥିରେ ପାଟୋଲ ଭଣ୍ଡାରା ଜିଲ୍ଲାର ଗ୍ରାମବାସୀଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, "ମୁଁ ମୋଦିଙ୍କୁ ଗାଳି ଦେଇପାରିବେ, ପିଟି ପାରିବି"। ଏହି କାରଣରୁ ସେ ମୋ ବିରୋଧରେ ପ୍ରଚାର କରିବାକୁ ଆସିଥିଲେ ବୋଲି କହିଛନ୍ତି ସେ।


ତାଙ୍କର ଏହି ବୟାନକୁ ନେଇ ବିବାଦ ହେବା ପରେ କଂଗ୍ରେସ ନେତା କହିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର ଲୋକ ମୋଦି ନାମକ ଜଣେ ସ୍ଥାନୀୟ ଗୁଣ୍ଡ ବାବଦରେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ଏପରି କିଛି କହି ନାହାଁନ୍ତି। ମୋତେ ପୁନର୍ବାର ସ୍ପଷ୍ଟ କରିବାକୁ ଦିଅନ୍ତୁ ଯେ ମୁଁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନୁହେଁ, ବରଂ ମୋଦି ନାମକ ଏକ ସ୍ଥାନୀୟ ଗୁଣ୍ଡ ବିଷୟରେ କହୁଛି।