ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1237089

ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ

Maharashtra Floor Test: ମହାରାଷ୍ଟ୍ରର ରାଜନୀତିରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟପାଳ ଭଗତ ସିଂ କୋଶୟାରୀ ଉଦ୍ଧବ ସରକାରଙ୍କୁ ଫ୍ଲୋର୍ ଟେଷ୍ଟ କରିବା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠି ଲେଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ୧୧ଟା ସମୟରେ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାର (Uddhav

ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ

ମୁମ୍ୱାଇ: Maharashtra Floor Test: ମହାରାଷ୍ଟ୍ରର ରାଜନୀତିରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟପାଳ ଭଗତ ସିଂ କୋଶୟାରୀ ଉଦ୍ଧବ ସରକାରଙ୍କୁ ଫ୍ଲୋର୍ ଟେଷ୍ଟ କରିବା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠି ଲେଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ୧୧ଟା ସମୟରେ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାର (Uddhav Government) ଙ୍କ ଅଗ୍ନି ପରୀକ୍ଷା ହେବ । କାରଣ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (Maha Vikas Aghadi) ସରକାରଙ୍କୁ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ । ଏହି ମଧ୍ୟରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Sanjay Raut) ରାଜ୍ୟପାଳଙ୍କ ତରଫରୁ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ଡାକିବାକୁ ଆଇନ ତଥା ସମ୍ବିଧାନର ବିରୋଧ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ସମ୍ବିଧାନର ମଜାକ ଉଡ଼ାଯାଉଛି ଓ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯିବେ । ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ତେଣୁ ଫ୍ଲୋର ଟେଷ୍ଟର ଆଦେଶ ବେଆଇନ ଅଟେ ।

ସଞ୍ଜୟ ରାଉତ କହିଛନ୍ତି ଯେ ସ୍ୱତନ୍ତ୍ର ଅଧିବେଶନକୁ ଡାକିବାର ଆଦେଶ ବେଆଇନ ଭାବେ ପାସ୍ ହୋଇଛି । ଏହାପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଜୁନ ୩୦ ଅର୍ଥାତ୍ ଗୁରୁବାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ରାଜ୍ୟପାଳଙ୍କ ଆଦେଶରେ କୁହାଯାଇଛି ଯେ ସକାଳ ୧୧ଟାରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ । ଏହି ଅଧିବେଶନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଓ ସମଗ୍ର ପ୍ରକ୍ରିୟାର ସିଧା ପ୍ରସାରଣ ହେବ ।

ରାଜ୍ୟପାଳ କୋଶୟାରୀ ସରକାରଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ, ୭ ସ୍ୱାଧୀନ ବିଧାୟକ ମୋତେ ଚିଠି ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବହୁମତ ହରାଇଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଆବଶ୍ୟକ । ଜୁନ ୩୦ ତାରିଖରେ ଫ୍ଲୋର ଟେଷ୍ଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏହା ସହିତ ବିଧାନସଭା ବାହାରେ ଓ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉ । ଆହୁରି ମଧ୍ୟ ଚିଠିରେ ଲେଖାଯାଇଛି ଯେ ଗୃହର ପ୍ରକ୍ରିୟାର ଲାଇଭ ଟେଲିକଷ୍ଟ ସୁନିଶ୍ଚିତ କରାଯାଉ ।

ଏହା ବି ପଢ଼ନ୍ତୁ:-ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଏହା ବି ପଢ଼ନ୍ତୁ:-ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ

ଏହା ବି ପଢ଼ନ୍ତୁ:-କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...

ଏଠାରେ କହି ରଖୁଛୁ ଯେ, ଆଗାମୀ ଦୁଇ-ତିନି ଦିନ ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ବିଜେପି ସୁପର ଆକ୍ଟିଭ୍ ମୋଡରେ ଅଛି । ଗତକାଲି ଫଡନାଭିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ରାତିରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଛନ୍ତି । ଆଜି ମୁମ୍ବାଇରେ ବିଜେପି ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କ'ଣ ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ହଟାଇବା ପାଇଁ ପୁରା ପ୍ରସ୍ତୁତି ହୋଇସାରିଛି କି? ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ବୈଠକରେ ବିଧାନସଭା ଅଧିବେଶନ ପାଇଁ ବିଧାୟକମାନଙ୍କୁ ପ୍ରସ୍ତୁତ ହେବାକୁ କୁହାଯିବ ।

ମହାରାଷ୍ଟ୍ର ବିଧାନସଭାରେ ବିଜେପିର ମୋଟ ୧୦୬ ଜଣ ବିଧାୟକ ଅଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ରହିବାକୁ କୁହାଯାଇଛି । ଶିବସେନାର ୩୯ ଜଣ ବିଧାୟକ ଉଦ୍ଧବ ସରକାରଙ୍କ ହାତ ଛାଡିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ପ୍ଲୋର୍ ଟେଷ୍ଟ ହୁଏ, ତେବେ ମହାରାଷ୍ଟ୍ର ସରକାରଙ୍କ ପତନ ନିଶ୍ଚିତ ହେବ ବୋଲି ମନେ କରାଯାଉଛି ।