ମୁମ୍ବାଇ: Maharashtra Political Crisis: ଶିବସେନାର ବିଦ୍ରୋହୀ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଆଜି ଲଗାତର ପଞ୍ଚମ ଦିନ ଧରି ରାଜ୍ୟରେ ରାଜନୈତିକ ସଙ୍କଟ ଜାରି ରହିଛି । ବିଗତ ୪ ଦିନ ହେବ ସିନ୍ଦେ ଆସାମର ଗୁଆହାଟୀର ଏକ ହୋଟେଲରେ ବିଦ୍ରୋହୀ ଶିବସେନା ବିଧାୟକ (Shiv Sena Rebel MLAs) ଓ ସ୍ୱାଧୀନ ବିଧାୟକଙ୍କ ସହ ଡେରା ପକାଇଛନ୍ତି । ଏହା ପରେ କଳ୍ପନାଜଳ୍ପନାର ବଜାର ସରଗରମ ହୋଇଉଠିଛି । ଗୋଟିଏ ପରେ ଗୋଟିଏ ଦାବି କରାଯାଉଛି । ଏହାସହ ଗୋଟିଏ ପରେ ଗୋଟିଏ ରାଜନୈତିକ ବୟାନ ମଧ୍ୟ ସାମ୍ନାକୁ ଆସୁଛି । ସେପଟେ ମହାରାଷ୍ଟ୍ରରେ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (CM Uddhav Thackeray) ଓ ମହାବିକାଶ ଅଘାଡ଼ି (Maha Vikas Aghadi) ର ନେତାମାନେ ସରକାର ବଞ୍ଚାଇବାରେ ବ୍ୟସ୍ତ ଅଛନ୍ତି । ଉଭୟ ପକ୍ଷ ମଧ୍ୟରେ ବୟାନବାଜି ଜାରି ରହିଛି ।


COMMERCIAL BREAK
SCROLL TO CONTINUE READING

ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ଦଳବଦଳ ଆଇନରୁ ରକ୍ଷା ପାଇବା ପାଇଁ ୩୭ ଶିବସେନା ବିଧାୟକଙ୍କ ସଂଖ୍ୟାବଳ ଏକାଠି କରିନେଇଛନ୍ତି । କିନ୍ତୁ ଏବେବି ଅନାସ୍ଥା ପ୍ରସ୍ଥାବର ଚିଠି ରାଜ୍ୟପାଳଙ୍କୁ ଦିଆଯାଇ ନାହିଁ । ଏହି ସମୟରେ ଶିବସେନାରୁ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ ବିଧାନସଭାର ଉପବାଚସ୍ପତିଙ୍କୁ ଦିଆଯାଇଛି । ଉପବାଚସ୍ପତି ଖୁବ୍ ଶୀଘ୍ର ସମସ୍ତଙ୍କୁ ନୋଟିସ୍ ଦେବେ ଓ ସେମାନଙ୍କ ମତ ରଖିବାକୁ କହିବେ ।


ଏଭଳି ପରିସ୍ଥିତିରେ ଯଦି ସେମାନଙ୍କର ସଦସ୍ୟତା ବରଖାସ୍ତ ହୁଏ, ତେବେ ଏକନାଥ ସିନ୍ଦେଙ୍କ ନିଜର ବିଧାନସଭା ସଦସ୍ୟତା ଚାଲିଯିବ । ଅର୍ଥାତ୍ ସବୁ ପରିଶ୍ରମ ବେକାର ହୋଇଯିବ । କିନ୍ତୁ ଏଥିରେ ତଥାପି ସମୟ ଅଛି । ଆହୁରି ମଧ୍ୟ ଯଦି ଏହା ଘଟେ ତେବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କୋର୍ଟକୁ ଯାଇପାରନ୍ତି । କିନ୍ତୁ ଏହାପୂର୍ବରୁ ଏକନାଥ ସିନ୍ଦେଙ୍କ ପାଖରେ ସର୍ବୋତ୍ତମ ବିକଳ୍ପ ଏହା ରହିଛି କି ସେ ରାଜ୍ୟପାଳଙ୍କୁ ଅନାସ୍ଥା ପ୍ରସ୍ଥାବ ପାଇଁ ଏକ ଚିଠି ପଠାନ୍ତୁ ।


ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ଅନନ୍ତ କାଲସେଙ୍କ ଅନୁଯାୟୀ, ଏକନାଥ ସିନ୍ଦେ ଗୋଷ୍ଠୀ ପାଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ସୁଯୋଗ ଅଛି । କିନ୍ତୁ ଏଥିରେ ମଧ୍ୟ ଏକ ବଡ଼ ପ୍ରତିବନ୍ଧକ ଅଛି । ତାହା ହେଉଛି ଦଳବଦଳ ଆଇନର ସିଡ୍ୟୁଲ୍ ୧୦ ଅନୁଯାୟୀ, ଏକନାଥ ସିନ୍ଦେ ଗୋଷ୍ଠୀକୁ ମଧ୍ୟ ଏଥିପାଇଁ କୌଣସି ଦଳ ସହିତ ବିଲୟ କରିବାକୁ ପଡ଼ିବ ।


ଏହା ବି ପଢ଼ନ୍ତୁ:-ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ


ଏହା ବି ପଢ଼ନ୍ତୁ:-'ସରକାରଙ୍କୁ କୌଣସି ବିପଦ ନାହିଁ', ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ


ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP


 


ତେବେ ପ୍ରଶ୍ନ ହେଉଛି ସେ କେଉଁ ଦଳରେ ବିଲୟ ହେବେ? ଯଦି ସେମାନେ ବିଜେପି ସହିତ ବିଲୟ କରନ୍ତି, ତେବେ ସେମାନଙ୍କର ଅସ୍ତିତ୍ୱ ସମାପ୍ତ ହେବାର ବିପଦରେ ଅଛି । କିମ୍ୱା ସେ ଗୁଆହାଟୀର ହୋଟେଲରେ ଉପସ୍ଥିତ ଥିବା ବିଧାୟକ ବଚ୍ଚୁ କଡୁଙ୍କ ପ୍ରହାର ଜନଶକ୍ତି ପାର୍ଟିରେ ସେମାନେ ବିଲୟ ହୋଇପାରିବେ? ଉଲ୍ଲେଖନୀୟ କଥା ହେଉଛି, ପ୍ରହାର ଜନଶକ୍ତି ପାର୍ଟିର ଦୁଇଜଣ ବିଧାୟକ ଅଛନ୍ତି ଓ ଉଭୟ ବର୍ତ୍ତମାନ ଏକନାଥ ସିନ୍ଦେ ଗୋଷ୍ଠୀ ସହିତ ଅଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଉଭୟ ପରିସ୍ଥିତିରେ ଏକନାଥ ସିନ୍ଦେଙ୍କୁ ଶିବସେନା ଦଳ ଓ ବାଲାସାହେବ ଠାକରେଙ୍କ ଶିବ ସୈନିକ ହେବାର ଦାବି କରିବା ଅର୍ଥହୀନ ପ୍ରମାଣିତ ହେବ ।