'ସରକାରଙ୍କୁ କୌଣସି ବିପଦ ନାହିଁ', ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ
Advertisement

'ସରକାରଙ୍କୁ କୌଣସି ବିପଦ ନାହିଁ', ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

Maharashtra Political Crisis: ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ 'ମାତୋଶ୍ରୀ'ରେ ଏନସିପି ମୁଖ୍ୟ ଶରଦ ପାୱାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପ୍ରଫୁଲ୍ଲ ପଟେଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ପ୍ରାୟ ୧୦ ଜଣ ବିଧାୟକଙ୍କ ସହ ବୈଠକ ହୋଇଛି ଓ ସେମାନେ ସରକାରଙ୍କ ସମର୍ଥନରେ ଛିଡ଼ା ହେବା କଥା କହିଛନ୍ତି  ।

'ସରକାରଙ୍କୁ କୌଣସି ବିପଦ ନାହିଁ', ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି । ଶିବସେନା (Shiv Sena) ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି । ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେ (Eknath Shinde) ଙ୍କ ସପକ୍ଷରେ ଥିବାବେଳେ ଅବଶିଷ୍ଟାଂଶ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଗୋଷ୍ଠୀରେ ଅଛନ୍ତି । ଏହି ସମୟରେ ଶିବସେନା ନେତା ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ । ଶନିବାର ସେ ଦାବି କରିଛନ୍ତି ଯେ ଆସାମର ଗୁଆହାଟୀରେ ଥିବା ଅନେକ ବିଧାୟକ ମହାବିକାଶ ଆଘାଡୀ ସହ ଅଛନ୍ତି ।

ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ 'ମାତୋଶ୍ରୀ'ରେ ଏନସିପି ମୁଖ୍ୟ ଶରଦ ପାୱାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପ୍ରଫୁଲ୍ଲ ପଟେଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ପ୍ରାୟ ୧୦ ଜଣ ବିଧାୟକଙ୍କ ସହ ବୈଠକ ହୋଇଛି ଓ ସେମାନେ ସରକାରଙ୍କ ସମର୍ଥନରେ ଛିଡ଼ା ହେବା କଥା କହିଛନ୍ତି  ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନୁ ନେଇ ବଡ଼ ଘୋଷଣା କଲେ ମାୟାବତୀ, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ BSP

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ଆପଣଙ୍କ ଫାଇଦା ପାଇଁ ସାରା ଦେଶରେ ଲାଗୁ ହେଲା ଏହି ସୁବିଧା

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ସେ କହିଛନ୍ତି ଯେ, ଯଦି ବିଧାୟକମାନେ ମୁମ୍ବାଇ ଆସନ୍ତି ତେବେ ଆମ ସରକାର ବଞ୍ଚି ଯିବ । ଆମ ସରକାର ପ୍ରତି କୌଣସି ବିପଦ ନାହିଁ । ରାଉତ କହିଛନ୍ତି, ବରଂ ମୁଁ ବିଧାୟକମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ସେମାନଙ୍କର ବିଧାନସଭାକୁ ବଞ୍ଚାନ୍ତୁ, ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ ।

ଶନିବାର ଅପରାହ୍ନ ୧ଟାରୁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀ କମିଟିର ବୈଠକକୁ ସଞ୍ଜୟ ରାଉତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି, ଏହି ଦଳ ରାଜ୍ୟ ଓ ଦେଶରେ ଏକ ବହୁତ ବଡ଼ ଦଳ । ଏହି ଦଳକୁ ଗଢ଼ିବାରେ ବାଲାସାହେବ ଜୀ, ଉଦ୍ଧବ ଜୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ରକ୍ତଝାଳ ବୁହାଇଛନ୍ତି । ଏହି ପାର୍ଟିକୁ କେହି ସହଜରେ ଲୁଟ ପାରିବେ ନାହିଁ । କେବଳ ଟଙ୍କା ଦମରେ କେହି ଦଳ କିଣି ପାରିବେ ନାହିଁ ।

ସେ ଦାବି କରିଛନ୍ତି ଯେ, ବର୍ତ୍ତମାନର ଯେଉଁ ସଙ୍କଟ ରହିଛି, ତାହାକୁ ଆମେ ସଙ୍କଟ ବୋଲି ଭାବୁନାହୁଁ, କିନ୍ତୁ ଦଳକୁ ବିସ୍ତାର କରିବାର ଏହା ଏକ ବଡ଼ ସୁଯୋଗ । ସେ କହିଛନ୍ତି ଯେ ଲୋକମାନେ ବର୍ତ୍ତମାନ ସଂଯମତା ସହ କାର୍ଯ୍ୟ କରୁଛନ୍ତି ଓ ସେମାନଙ୍କର କ୍ରୋଧ ଏପର୍ଯ୍ୟନ୍ତ ବଢ଼ି ନାହିଁ, କିନ୍ତୁ ଯଦି ଲୋକମାନେ କ୍ରୋଧିତ ହୋଇଯାଆନ୍ତି ତେବେ ରାଜ୍ୟରେ ନିଆଁ ଲାଗିବ ।

ଯେତେବେଳେ ସାମ୍ବାଦିକମାନେ ସଞ୍ଜୟ ରାଉତଙ୍କୁ ଦେବେନ୍ଦ୍ର ଫଡନାଭିସଙ୍କ ଭୂମିକା ବିଷୟରେ ପଚାରିଲେ, ସେ କହିଛନ୍ତି, ମୁଁ ଦେବନ୍ଦ୍ର ଫଡନାଭିସଙ୍କୁ ଏହି ମାମଲାରେ ନ ପଶିବାକୁ ପରାମର୍ଶ ଦେବି । ଆପଣ ଫସି ଯିବେ । ପୁଣି ଥରେ ପୁରୁଣା ଜିନିଷ ହେବ ଯେ ସକାଳେ କେହି ଜଣେ ଆପଣଙ୍କ ସହିତ ଥିଲେ ଓ ସନ୍ଧ୍ୟାରେ ଅନ୍ୟ କେହି । ଆପଣ ନିଜ ଓ ଆପଣଙ୍କ ଦଳର ପ୍ରତିଷ୍ଠା ରକ୍ଷା କରନ୍ତୁ ।