Amit Shah: ରାଜନୀତିରେ ସବୁ କିଛି ବରଦାସ୍ତ କରିପାରିବୁ, ହେଲେ...
Advertisement
Article Detail0/zeeodisha/odisha1339079

Amit Shah: ରାଜନୀତିରେ ସବୁ କିଛି ବରଦାସ୍ତ କରିପାରିବୁ, ହେଲେ...

Amit Shah to Uddhav Thackeray: ଆମେ ରାଜନୀତିରେ ସବୁ କିଛି ବରଦାସ୍ତ କରିପାରିବୁ। ହେଲେ ପ୍ରତାରଣାକୁ କେବେ ସହ୍ୟ କରିପାରିବୁ ନାହିଁ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେର କେବଳ ବିଜେପି ନୁହେଁ ବରଂ ନିଜ ଦଳର ଆଦର୍ଶ  ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ସେ ମହାରାଷ୍ଟ୍ରବାସୀଙ୍କୁ ଅପମାନିତ କରିଛନ୍ତି।

Amit Shah: ରାଜନୀତିରେ ସବୁ କିଛି ବରଦାସ୍ତ କରିପାରିବୁ, ହେଲେ...

Amit Shah targets Uddhav Thackeray: ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସି ପୁରୁଣା ସହଯୋଗୀ ଶିବସେନା ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ କହିଛନ୍ତି ଯେ, ଉଦ୍ଧବ ଠାକରେ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି। ଏଥିପାଇଁ ତାଙ୍କୁ ଶିକ୍ଷା ଦିଆଯିବା ଆବଶ୍ୟକ। ଆମେ ରାଜନୀତିରେ ସବୁ କିଛି ବରଦାସ୍ତ କରିପାରିବୁ। ହେଲେ ପ୍ରତାରଣାକୁ କେବେ ସହ୍ୟ କରିପାରିବୁ ନାହିଁ। ଅମିତ ଶାହ, ଉଦ୍ଧବ ଠାକରେଙ୍କ ବିରୋଧରେ ଅଭିଯୋଗ ଆଣି ସେ କହିଥିଲେ ତାଙ୍କ ଦଳ ଭାଙ୍ଗିବା ପାଇଁ ସେ ନିଜେ ଦାୟୀ। ଉଦ୍ଧବ ଠାକେରଙ୍କ ଲୋଭ କାରଣରୁ ତାଙ୍କ ଦଳରେ ଏକ ବଡ଼ ଗୋଷ୍ଠୀ ତାଙ୍କ ବିରୋଧରେ ଯାଇଥିଲା। 

ଗଣେଶ ପୂଜା (Ganesh Puja) ଅବସରରେ ୨ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସି ରାଜ୍ୟ ବିଜେପି ପକ୍ଷରୁ (Maharashtra BJP Unit) ଆୟୋଜିତ ହୋଇଥିବା ଦଳୀୟ ବୈଠକକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ର ଅମିତ ଶାହ (Union Home Minister Amit Shah)।  ଉଦ୍ଧବ ଠାକରେଙ୍କ (Uddhav Thackeray) ବିରୋଧରେ ବର୍ଷି ସେ କହିଛନ୍ତି ଯେ, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ (Maharashtra Assembly Election 2019) ​​ପ୍ରଧାନମନ୍ତ୍ରୀ ମୋଦି (Pm Modi) ଏବଂ ଦେବେନ୍ଦ୍ର ଫଡନାଭୀସଙ୍କ (Devendra Fadnavis) ନାମରେ ଭୋଟ୍ ମାଗିବା ସତ୍ତ୍ୱେ ଏନସିପି-କଂଗ୍ରେସ (NCP) ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବୁଝାମଣା କରିଥିଲେ। ଶିବସେନା ଅଧ୍ୟକ୍ଷ (Shiv Sena Chief) ଉଦ୍ଧବ ଠାକେର କେବଳ ବିଜେପି (BJP) ନୁହେଁ ବରଂ ନିଜ ଦଳର ଆଦର୍ଶ (Shiv Sena Ideology) ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ସେ ମହାରାଷ୍ଟ୍ରବାସୀଙ୍କୁ ଅପମାନିତ କରିଛନ୍ତି। ମୁମ୍ବାଇ ନଗର ନିଗମ ନିର୍ବାଚନ (Brihan Mumbai Corporation Election) ଲାଗି ବିଗୁଲ ବଜାଇ ଶିବସେନାକୁ ଝଟକା ଦେବା ପାଇଁ ବିଜେପି, ନେତା, କର୍ମ, ସମର୍ଥକ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

Also Read: Maharashtra Politics: ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦିଆଯାଇଥିଲା ପ୍ରତିଶୃତି? ସ୍ପଷ୍ଟ ଜବାବ ରଖିଲେ ଅମିତ ଶାହ

ଦଳୀୟ ବୈଠକକୁ ସମ୍ବୋଧିତ କରିବା ବେଳେ ଶିବସେନା ଉଦ୍ଦେଶ୍ୟରେ କଟାକ୍ଷ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯଦି ଆପଣ କୌଣସି ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରନ୍ତି ତାହେଲେ ଏହା କଷ୍ଟଦାୟକ ହୋଇଥାଏ। ହେଲେ ଯେତେବେଳେ ଆପଣ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିଜ ସ୍ଥାନରେ ଆଘାତ କରନ୍ତି, ତାହେଲେ ଯନ୍ତ୍ରଣା ଆହୁରି ଦୁଃଖଦାୟକ ହୋଇଥାଏ। ବର୍ତ୍ତମାନ ଶିବସେନା ଉପରେ ଗଭୀର କ୍ଷତ ସୃଷ୍ଟି କରିବାର ସମୟ ଆସିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ଶିବସେନା ଗୋଷ୍ଠୀ (Shiv Sena Shinde Faction) ନେତୃତ୍ୱରେ ଶିବସେନା କବଳରୁ ମୁମ୍ବାଇ ନଗର ନିଗମକୁ ମୁକ୍ତ କରାଯିବ। ମୁଁ ଆପଣ ସମସ୍ତକୁ କହିବାକୁ ଚାହେଁ ଯେ, ଯଦି ଆପଣ ମୁମ୍ବାଇକୁ ନିୟନ୍ତ୍ରଣ କରିପାରିବେ ନାହିଁ ତାହେଲେ ଆପଣ ମହାରାଷ୍ଟ୍ର ଜିତିପାରିବେ ନାହିଁ। ପ୍ରକୃତ ଶିବସେନା ଆମ ସହିତ ଆସିଛି। ବର୍ତ୍ତମାନ ଉଦ୍ଧବ ଠାକେରଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେବାର ସମୟ ଆସିଯାଇଛି। ଶିବେସନା ସିନ୍ଦ ଗୋଷ୍ଠୀ ଏବଂ ବିଜେପି ମେଣ୍ଟ ମୁମ୍ବାଇ ନଗର ନିଗମର ୨୨୭ ଆସନ ମଧ୍ୟରୁ ୧୫୦ ସିଟ ଜିତିବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ନିର୍ବାଚନରେ ​​ବିଜେପି ଜିତିବ ବୋଲି ନିଶ୍ଚିତ ହୋଇଛି।