Maharashtra Politics: ମହାରାଷ୍ଟ୍ରରେ ରାଜନୀତି ଏପରି ହୋଇନଥାଏ। ମୁଁ ଏଭଳି ଘଟଣାକୁ ଭୟଭୀତ ନୁହେଁ।
Trending Photos
Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଉଦୟ ସାମନ୍ତଙ୍କ ଉପରେ ହୋଇଛି ଆକ୍ରମଣ। ଏନେଇ ଦାବି କରି ସେ କହିଛନ୍ତି ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ପୁଣେ ଜିଲ୍ଲାର କଟରାଜ ଅଞ୍ଚଳରେ ଏକ ସିଗନାଲ ଠାରେ ତାଙ୍କ ଗାଡି ଉପରେ କିଛି ଅଜ୍ଞାତ ଲୋକ ଆକ୍ରମଣ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ଆକ୍ରମଣର କିଛି ସମୟ ପୂର୍ବରୁ ସିନ୍ଦେଙ୍କ କନଭୟ ଏହି ମାର୍ଗ ଦେଇ ଯାଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକ (Rebel Shivsena MLA) ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ (Former Maharashtra Minister) ଉଦୟ ସାମନ୍ତଙ୍କ (Uday Samant) ଜଣେ ସହଯୋଗୀ କହିଛନ୍ତି ଯେ ଏହି ଆକ୍ରମଣରେ ବିଧାୟକ ବସିଥିବା ଗାଡିର ଝରକା ନଷ୍ଟ ହୋଇଯାଇଛି। ଆକ୍ରମଣକାରୀ ତାଙ୍କ ଗାଡ଼ିକୁ ଘେରିଯିବା ଏବଂ ସ୍ଲୋଗାନ ଦେବା ପାଇଁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଛି। ଶିବସେନା ଯୁବଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେଙ୍କ (Aaditya Thackeray) ସାଧାରଣ ସଭା ମଧ୍ୟ ଏହାର ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା।
ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି ଯେତେବେଳେ ତାଙ୍କ କନଭୟ ଏକ ସିଗନାଲ ଠାରେ ଅଟକି ଥିଲା ଦୁଇଟି ଗାଡି ଆସିଥିଲା। ଏହି ଗାଡ଼ିରେ ଆସିଥିବା ଲୋକ ତାଙ୍କ ଗାଡି ଉପରେ ରଡ୍ ଏବଂ ବେସବଲ୍ ବ୍ୟାଟ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହା ଏକ ନିନ୍ଦନୀୟ ଘଟଣା। ମହାରାଷ୍ଟ୍ରରେ ରାଜନୀତି (Maharashtra Politics) ଏପରି ହୋଇନଥାଏ। ଆକ୍ରମଣକାରୀଙ୍କ ପାଖରେ ବେସବଲ୍ ବ୍ୟାଟ ଏବଂ ପଥର ଥିଲା। ମୁଖ୍ୟମନ୍ତ୍ରୀଙ୍କ କନଭୟ ମୋ ଗାଡ଼ି ଆଗରେ ଯାଉଥିଲା। ସେମାନେ ମୋତେ ଅନୁସରଣ କରୁଛନ୍ତି ନା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ (Maharashtra CM Eknath Shinde) ଅନୁସରଣ କରୁଥିଲେ ପୋଲିସ ତାହାର ଅନୁସନ୍ଧାନ କରିବ। ମୁଁ ଏଭଳି ଘଟଣାକୁ ଭୟଭୀତ ନୁହେଁ। ମୁଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ କଥା ହୋଇ ଘଟଣା ବାବଦରେ ଅବଗତ କରାଇଛି। ପୋଲିସ ଏହି ଘଟଣାର ତଦନ୍ତ କରିବ।
ପୁଣେ ସହରରେ (Pune Town) ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଏହି ଘଟଣା ବାବଦରେ ପଚରା ଯାଇଥିଲା ସେତେବେଳେ ଏହାର ଜବାବ ରଖି ସେ କହିଛନ୍ତି ଯେ କାର ଉପରେ ପଥର ଫିଙ୍ଗିବା ଏବଂ ଦୌଡ଼ି ପଳାଇବା ସାହସିକତାର କାର୍ଯ୍ୟ ନୁହେଁ। ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read: Maharashtra Politics: ଏକନାଥ ସିନ୍ଦେଙ୍କ ସହ ମୁକାବିଲା କରିବା ଲାଗି ଅଣ୍ଟାଭିଡ଼ିଲେ ଉଦ୍ଧବ ଠାକରେ