Maharashtra Political Crisis: ଦାଉଦ ଇବ୍ରାହିମକୁ ନେଇ ସରଗରମ ରାଜନୀତି
Advertisement

Maharashtra Political Crisis: ଦାଉଦ ଇବ୍ରାହିମକୁ ନେଇ ସରଗରମ ରାଜନୀତି

Maharashtra Politics:  ଟ୍ୱିଟ କରି ଦଳ ଉପରେ ଅସନ୍ତୁଷ୍ଟ ରହିଥିବା ଶିବ ସେନା ନେତା ଏକନାଥ ସିନ୍ଦେ କହିଛନ୍ତି ବାଲ ଠାକରେଙ୍କ ଦଳ ଅଣ୍ଡରୱାର୍ଲ୍ଡ ମାଫିଆ ଦାଉଦ ଇବ୍ରାହିମ ସହ ସମ୍ପର୍କ ରଖୁଥିବା ଲୋକଙ୍କୁ କିପରି ସମର୍ଥନ ଦେଇପାରିବେ।

Maharashtra Political Crisis: ଦାଉଦ ଇବ୍ରାହିମକୁ ନେଇ ସରଗରମ ରାଜନୀତି

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ବେଳେ ଏବେ ଚର୍ଚ୍ଚାକୁ ଆସିଛି ଅଣ୍ଡରୱାର୍ଲ୍ଡ ମାଫିଆ ଦାଉଦ ଇବ୍ରାହିମ। ଦଳୀୟ ନେତୃତ୍ୱକୁ ଟାର୍ଗେଟ କରି ବିଦ୍ରୋହୀ ଶିବ ସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଏହି ଅଣ୍ଡରୱାର୍ଲ୍ଡ ମାଫିଆ ନାଁ ନେଇ କହିଛନ୍ତି ଯାହାର ଦାଉଦ ଇବ୍ରାହିମ ସହ ସମ୍ପର୍କ ରହିଛି ତାକୁ ଆମେ ସମର୍ଥନ କିପରି ଦେଇପାରିବୁ।  

ଏନେଇ ଟ୍ୱିଟ କରି ଦଳ ଉପରେ ଅସନ୍ତୁଷ୍ଟ ରହିଥିବା ଶିବ ସେନା ନେତା ଏକନାଥ ସିନ୍ଦେ କହିଛନ୍ତି ବାଲ ଠାକରେଙ୍କ ଦଳ ଅଣ୍ଡରୱାର୍ଲ୍ଡ ମାଫିଆ ଦାଉଦ ଇବ୍ରାହିମ ସହ ସମ୍ପର୍କ ରଖୁଥିବା ଲୋକଙ୍କୁ କିପରି ସମର୍ଥନ ଦେଇପାରିବେ। ଯିଏ ସିରିଜ ବୋମା ବିସ୍ଫୋରଣରେ ନିର୍ଦ୍ଦୋଷ ମୁମ୍ବାଇବାସୀଙ୍କ ଜୀବନ ନେଇଛି। ଏଭଳି ସମର୍ଥନ ବିରୋଧରେ ମୁଁ ଏବଂ ଅନ୍ୟ ଶିବସେନା ବିଧାୟକଙ୍କ ଦ୍ୱାରା ସ୍ୱର ଉଠାଯାଇଛି ଏବଂ ବାଲ ଠାକରେଙ୍କ ଶିବସେନାକୁ ବଞ୍ଚାଇବା ପାଇଁ ଆମେ ଆମର ଜୀବନକୁ ଗୁରୁତ୍ୱ ଦେଉନାହୁଁ।

ଅସନ୍ତୁଷ୍ଟ ରହିଥିବା ଶିବ ସେନା ନେତା ଏକନାଥ ସିନ୍ଦେଙ୍କ ଟ୍ୱିଟ ଏନସିପି ନେତା ନବାବ ମଲିକଙ୍କ ସହ ଜଡ଼ିତ। ଯିଏ ଏହି ଅଣ୍ଡରୱାର୍ଲ୍ଡ ମାଫିଆର ସମ୍ପର୍କୀୟଙ୍କ ସହ ଜଡିତ ଅର୍ଥ ହେରଫେର ମାମାଲରେ ସମ୍ପୃକ୍ତ ରହିଥିବାର ଅଭିଯୋଗ ହୋଇଛି। ମନି ଳଣ୍ଡ୍ରିଂ ମାମଲାରେ ଏବେ ଏନସିପି ନେତା ନବାବ ମଲ୍ଲିକ ଜେଲରେ ଅଛନ୍ତି।

ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବ ଠାକେରଙ୍କ ଶିବସେନା କିପରି ସେହି ଲୋକଙ୍କୁ ସମର୍ଥନ କରିପାରିବ ଯିଏ ମୁମ୍ବାଇ ସହରରେ ସିରିଜ ବିସ୍ଫୋରଣ କରି ନିରୀହ ଲୋକଙ୍କୁ ଜୀବନ ନେଇଥିଲା। ଏହାକୁ ବିରୋଧ କରିବା ପାଇଁ ଆମେ ଏହି ପଦକ୍ଷେପ ନେଉଛୁ। ଯଦିଓ ଏହି ପଦକ୍ଷେପ ଲାଗି ଆମକୁ ମୃତ୍ୟୁର ସାମ୍ନାକୁ କରିବାକୁ ହେଲେ ତଥାପି ଆମେ ଏହାକୁ ଚିନ୍ତିତ ନୁହେଁ।

ଅନ୍ୟ ଟ୍ୱିଟ୍‌ ଜରିଆରେ ଅସନ୍ତୁଷ୍ଟ ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି ଯେ ଯଦି ଶିବସେନା ଏବଂ ବାଲ ଠାକରେଙ୍କ ବିଚାରଧାରାର ସୁରକ୍ଷା ପାଇଁ ଆମକୁ ମୃତ୍ୟୁ ବରଣ କରିବାକୁ ହୁଏ ତାହେଲେ ଆମେ ନିଜକୁ ଭାଗ୍ୟବାନ ମନେ କରିବପ। ଏହି ଦୁଇଟି ଟ୍ୱିଟ କରି ଏକନାଥ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଟ୍ୟାଗ୍ କରିଛନ୍ତି। ଯଦିଓ ଏପର୍ଯ୍ୟନ୍ତ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ।