Maharashtra Politics: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜବାବ ରଖିଲା ସିନ୍ଦେ ଗୋଷ୍ଠୀ
Advertisement
Article Detail0/zeeodisha/odisha1235285

Maharashtra Politics: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜବାବ ରଖିଲା ସିନ୍ଦେ ଗୋଷ୍ଠୀ

Maharashtra Politics: ଅଯୋଗ୍ୟ ଘୋଷଣା କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି  ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ। 

Maharashtra Politics: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜବାବ ରଖିଲା ସିନ୍ଦେ ଗୋଷ୍ଠୀ

Maharashtra Politics: ଅଯୋଗ୍ୟ ଘୋଷିତ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ମିଳିଛି ଆଶ୍ୱସ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ୧୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନେଇ ରାଜ୍ୟ ବିଧାନସଭା ଉପବାଚସ୍ପତିଙ୍କ ପକ୍ଷରୁ ଜାରି କରା ଯାଇଥିବା ନୋଟିସ ଉପରେ ଜବାବ ଦେବା ପାଇଁ ବିଧାୟକଙ୍କୁ ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ୩୦ ମିନିଟ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ। ଅଯୋଗ୍ୟ ଘୋଷଣା କରିବା ମାମଲାରେ ଜବାବ ରଖିବା ଲାଗି ବିଦ୍ରୋହୀ ବିଧାୟକଙ୍କୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲ।   

ଅଯୋଗ୍ୟ ଘୋଷଣା କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି  ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ। ଏନେଇ ସେ କହିଛନ୍ତି ଏହା ହେଉଛି ହିନ୍ଦୁତ୍ୱ ସମ୍ରାଟ ବାଲା ସାହେବ ଠାକରେ ହିନ୍ଦୁତ୍ୱର ବିଜୟ ଏବଂ ଧର୍ମବୀର ଆନନ୍ଦ ଆନନ୍ଦ ଦୀଘେ ସାହେବଙ୍କ ବିଚାରର ବିଜୟ। 

ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ ଉପରେ ରୋକ ଲଗାଇ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ଆମକୁ ସମସ୍ତଙ୍କୁ ଉଚିତ ସୁଯୋଗ ଦେବା ଆବଶ୍ୟକ। ସମସ୍ତେ ଉପଯୁକ୍ତ ସମୟ ଦିଆଯିବା ଆବଶ୍ୟକ। ଯାହା ଦ୍ୱାରା ଆମେ ସମସ୍ତ ପ୍ରଶ୍ନର ଯୋଗ୍ୟତା ଉପରେ ଉତ୍ତର ରଖିପାରିବା।

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ରାଜ୍ୟର ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୪୦ ବିଦ୍ରୋହୀ ବିଧାୟକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଧନ ଜୀବନର ସୁରକ୍ଷା ପାଇଁ ତୁରନ୍ତ ଏବଂ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

Also Read: ଏକନାଥ ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି, କୋର୍ଟ ଦେଲେ ଏହି ରାୟ