Maharashtra Politics: ପ୍ରକୃତ ଶିବସେନା କିଏ? ଇସାରାରେ ଜଣାଇଦେଲେ ନିର୍ବାଚନ ଆୟୋଗ
Advertisement

Maharashtra Politics: ପ୍ରକୃତ ଶିବସେନା କିଏ? ଇସାରାରେ ଜଣାଇଦେଲେ ନିର୍ବାଚନ ଆୟୋଗ

ECI on Real Shiv Sena: ଉଦ୍ଧବ ଠାକେର ନା ଏକନାଥ ସିନ୍ଦେ କାହା ଗୋଷ୍ଠୀ ହେଉଛି ପ୍ରକୃତ ଶିବସେନା  ତାହା ସ୍ପଷ୍ଟ କରି ଦେଇଛନ୍ତି ନିର୍ବାଚନ ଆୟୋଗ।

Maharashtra Politics: ପ୍ରକୃତ ଶିବସେନା କିଏ? ଇସାରାରେ ଜଣାଇଦେଲେ ନିର୍ବାଚନ ଆୟୋଗ

Election Commission of India: ପ୍ରକୃତ ଶିବସେନା କିଏ ତାହା ଇସାରା ମାଧ୍ୟମରେ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ। ଯାହା ପରେ ପ୍ରକୃତ ଶିବସେନା କିଏ ତାହାକୁ ନେଇ ବିଗତ ୩ ମାସ ଧରି  ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି ନିର୍ବାଚନ ଆୟୋଗ।   

ମହାରାଷ୍ଟ୍ର ରାଜନୀତିରେ (Maharashtra Politics) ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ (Maharashtra Political Crisis) ପ୍ରସଙ୍ଗରେ ସୁପ୍ରିମକୋର୍ଟ ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଅନ୍ୟପଟେ ପ୍ରକୃତ ଶିବସେନା (Shiv Sena) କିଏ ତାହାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ (Shiv Sena President Uddhav Thackeray) ଗୋଷ୍ଠୀ ପକ୍ଷରୁ କରା ଯାଇଥିବା  ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ (Supreme Court) ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ରାୟ ଶୁଣାଇ ଦେଇଛନ୍ତି। 

ସେପ୍ଟମ୍ବର ୨୭ ତାରିଖ ମଙ୍ଗଳବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟ ନିର୍ବାଚନ ଆୟୁକ୍ତ (Chief Election Commissioner of India) ସିଇସି ରାଜୀବ କୁମାର (CEC Rajiv Kumar) କହିଛନ୍ତି ଯେ, ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଇସିଆଇ (ECI) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେବା ତଥା ଏବଂ ସିନ୍ଦେ ଗୋଷ୍ଠୀକୁ (Shiv Sena Shinde Faction) ଶିବସେନା ନିର୍ବାଚନ ସଙ୍କେତ ଧନୁ-ତୀର (Shiv Sena Election Symbol Bow and Arrow) ବଣ୍ଟନ ପ୍ରସଙ୍ଗରେ ସଂଖ୍ୟା ଗରିଷ୍ଠତାର ନିୟମ ପ୍ରକ୍ରିୟା ଅବଲମ୍ବନ କରିବ। 

Also Read: Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଜବରଦସ୍ତ ଝଟକା ଦେଲେ ଏକନାଥ ସିନ୍ଦେ

ମୁଖ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ ଶିବସେନା ସିନ୍ଦେ ଗୋଷ୍ଠୀ ପକ୍ଷରୁ କରା ଯାଇଥିବା ଆବେଦନ ଉପରେ ଶୁଣାଣି ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଏନେଇ ସିଇସି କହିଛି ଯେ ନିର୍ବାଚନ ଆୟୋଗ ପାଖରେ  ସଂଖ୍ୟା ଗରିଷ୍ଠତାର ନିୟମର ଏକ ସ୍ୱଚ୍ଛ ପ୍ରକ୍ରିୟା ରହିଛି। ଶିବସେନା ମାମାଲାକୁ ଦୃଷ୍ଟିରେ ରଖି ଏହି ନିୟମକୁ କାର୍ଯ୍ୟକାରୀ କରାଯିବ। 

ଏହି ମାମଲାରେ ସୁପ୍ରିମକୋର୍ଟ ଆଦେଶ ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ପୂର୍ବରୁ ଏକ ସ୍ଥାୟୀ ପ୍ରକ୍ରିୟା ରହିଛି। ସେହି ପ୍ରକ୍ରିୟା ଆମକୁ ଶକ୍ତି ଦେଇଥାଏ ଯେ, ଆମେ ସଂଖ୍ୟା ଗରିଷ୍ଠତା ନିୟମ ପ୍ରୟୋଗ କରି ଏହାକୁ ଏକ ସ୍ୱଚ୍ଛ ପ୍ରକ୍ରିୟା ଭାବରେ ବ୍ୟାଖ୍ୟା କରୁ। ଯେତେବେଳେ ଆମେ ଏହି ମାମଲାକୁ ଦେଖିବା, ସେତେବେଳେ ଆମେ ସଂଖ୍ୟା ଗରିଷ୍ଠତାର ନିୟମ' ପ୍ରୟୋଗ କରିବୁ। ସୁପ୍ରିମକୋର୍ଟ ନିଷ୍ପତ୍ତି ପଢିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। 

Also Read: Maharashtra Politics: କାହା ହାତକୁ ଯିବ ଧନୁ-ତୀର, କିଏ ମାରିବ ଧନୁ, କାହା ପାଖକୁ ଯିବ ତୀର?

ଶିବସେନା ସିନ୍ଦେ ଗୋଷ୍ଠୀର ଏହା ତର୍କ ଥିଲା ଯେ, ଦଳର ଅଧିକାଂଶ ବିଧାୟକ ଏବଂ ସାଂସଦ ସେମାନଙ୍କ ଶିବିରର ଅଂଶ ହୋଇଥିବାରୁ ସେମାନଙ୍କୁ ଶିବସେନା ନିର୍ବାଚନ ପ୍ରତୀକ ଦିଆଯିବା ଆବଶ୍ୟକ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଆବେଦନ ଉପରେ ଜବାବ ରଖି କହିଛନ୍ତି ଯେ ନିର୍ବାଚନ ଆୟୋଗ ସଂଖ୍ୟାଗରିଷ୍ଠତାର ଏକ ସ୍ୱଚ୍ଛ ପ୍ରକ୍ରିୟା କାର୍ଯ୍ୟକାରୀ କରିବ।

ମହାରାଷ୍ଟ୍ର ରାଜନୀତିରେ  ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପ୍ରକୃତ ଶିବସେନା କିଏ ତାହାକୁ ନେଇ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ବିବାଦ। ଏହି ସମୟରେ ସେପ୍ଟେମ୍ବର ୨୭ ତାରିଖ ମଙ୍ଗଳବାର କେଉଁ ଗୋଷ୍ଠୀ ପ୍ରକୃତ ଏବଂ କାହାକୁ ଶିବସେନା ନିର୍ବାଚନ ପ୍ରତୀକ ଦିଆଯିବା ଆବଶ୍ୟକ ସେହି ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହି ମାମଲାରେ ଶୁଣାଣି ସ୍ଥଗିତ ରଖିବାକୁ ମନା କରି ସୁପ୍ରିମକୋର୍ଟ ଶିବସେନା ଠାକେର ଗୋଷ୍ଠୀ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

Also Read: Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି

ଅନ୍ୟପଟେ ଶିବସେନା ସିନ୍ଦେ ଗୋଷ୍ଠୀ ସେମାନଙ୍କୁ ପ୍ରକୃତ ଶିବସେନା ତଥା ଦଳର ନିର୍ବାଚନ ପ୍ରତୀକ ଧନୁ-ତୀର ଆବଣ୍ଟିତ କରିବାକୁ ଏକ ଆବେଦନ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ଅଗଷ୍ଟ ୨୫ ତାରିଖରେ ବରିଷ୍ଠ ଆଇନଜୀବୀ କପିଲ ଶିବଲଙ୍କ ଅନୁରୋଧ କ୍ରମେ ଶିବସେନା ଠାକରେ ଗୋଷ୍ଠୀ ( Shiv Sena Thackeray Faction) ହାଜର ହୋଇ ଦଳର ନିର୍ବାଚନ ପ୍ରତୀକ ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳୀନ ସହାୟତା ପାଇଁ ସାମ୍ବିଧାନିକ ଖଣ୍ଡପୀଠରେ ମାମଲା ଦାଏର କରିଥିଲେ। ଏକନାଥ ସିନ୍ଦେ ଦଳର ମାନ୍ୟତା ଦାବିରେ ନିର୍ବାଚନ ଆୟୋଗ ନିକଟରେ ଶୁଣାଣି ସ୍ଥଗିତ ରଖିବାକୁ  ଠାକରେ ଗୋଷ୍ଠୀ ଦାବି କରିଥିଲା।