Maharashtra Politics: କ'ଣ ଏହି ଜୀବନ୍ତ ଶବ ବୟାନ; ଯାହା ପାଇଁ ଚର୍ଚ୍ଚାକୁ ଆସିଲେ ସଞ୍ଜୟ ରାଉତ
Advertisement

Maharashtra Politics: କ'ଣ ଏହି ଜୀବନ୍ତ ଶବ ବୟାନ; ଯାହା ପାଇଁ ଚର୍ଚ୍ଚାକୁ ଆସିଲେ ସଞ୍ଜୟ ରାଉତ

Maharashtra Politics: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀରେ ସାମିଲ ଥିବା ବିଧାୟକଙ୍କୁ ଚେତାବନୀ ଦେଇ ଦଳର ନେତା ସଞ୍ଜୟ ରାଉତ ସେମାନଙ୍କୁ ଜୀବନ୍ତ ଶବ ବୋଲି କହିଥିଲେ।

Maharashtra Politics: କ'ଣ ଏହି ଜୀବନ୍ତ ଶବ ବୟାନ; ଯାହା ପାଇଁ ଚର୍ଚ୍ଚାକୁ ଆସିଲେ ସଞ୍ଜୟ ରାଉତ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସାମ ରାଜଧାନୀ ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ ଉଦ୍ଦେଶ୍ୟରେ ରଖିଥିବା ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ଦଳର ନେତା ସଞ୍ଜୟ ରାଉତ। ମାତ୍ର ନିଜ ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ସଫେଇ ଦେଇଛନ୍ତି ସେ। 

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ସଞ୍ଜୟ ରାଉତ କହିଥିଲେ ବର୍ତ୍ତମାନର ସଙ୍କଟ ହେଉଛି ଶିବସେନାକୁ ପୁନର୍ଜୀବିତ କରିବାର ଏକ ସୁଯୋଗ। ଶିବସେନା କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ ଗୌହାଟି ଠାରେ ଅବସ୍ଥାନ କରୁଥିବା ସିନ୍ଦେ ଗୋଷ୍ଠୀରେ ସାମିଲ ରହିଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ କାହାକୁ ବିଶ୍ୱାସ କରାଯିବା ଆବଶ୍ୟକ ତାହା ଆମେ ଶିକ୍ଷା ଲାଭ କରି ସାରିଛୁ। ସେମାନେ ହେଉଛନ୍ତି ଏପରି ଶରୀର ଯାହାର ଆତ୍ମା ମରିଯାଇଛି। ମସ୍ତିଷ୍କ ମରିଯାଇଛି। ଆସାମରୁ ୪୦ ଶବ ଆସିବ। ଶବ ବ୍ୟବଚ୍ଛେଦ ପାଇଁ ତାହାକୁ ସିଧାସଳଖ ଶବ ଘରକୁ ପଠାଯିବ। 

ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀରେ ସାମିଲ ଥିବା ବିଧାୟକଙ୍କୁ ଚେତାବନୀ ଦେଇ ସେ ସେମାନଙ୍କୁ ଜୀବନ୍ତ ଶବ ବୋଲି କହିଥିଲେ। ହେଲେ ଏହାକୁ ନେଇ ବିବଦ ସୃଷ୍ଟି ହେବାରୁ ସେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।

ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦେଶର ସମାଜବାଦୀ ରାଜନେତା ରାମ ମନୋହର ଲୋହିଆଙ୍କ ସାହାରା ନେଇଛନ୍ତି। ଜୀବନ୍ତ ଶବ ଶବ୍ଦ ରାମ ମନୋହର ଲୋହିଆଙ୍କ ଶବ୍ଦ ବୋଲି କହିଛନ୍ତି ସେ। ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ସେମାନଙ୍କ ଆତ୍ମା ​​ମରିଯାଇଛି। କେବଳ ଶରୀର ବଞ୍ଚି ରହିଛି। ସେମାନେ ହେଉଛନ୍ତି ଜୀବନ୍ତ ଶବ। ସେମାନଙ୍କ ଶରୀର ମୁମ୍ବାଇ ଆସିବ। ଯେଉଁମାନେ ଦଳରେ ୪୦ ବର୍ଷ ଧରି ରହିବା ପରେ ଦଳରୁ ପଳାୟନ କରନ୍ତି ସେମାନଙ୍କର ବିବେକ ମରିଯାଇଛି। ସେମାନଙ୍କ ଆତ୍ମ ମରିଯାଇଛି। କେବଳ ସେମାନଙ୍କ ଜୀବନ୍ତ ଶବ ବଞ୍ଚି ରହିଛି। ଜୀବନ୍ତ ମୃତ ଶରୀର ଶବ୍ଦ ମୋର ନୁହେଁ। ତାହା ହେଉଛି ରାମ ମନୋହର ଲୋହିୟାଙ୍କ ଶବ୍ଦ।  କାହାର ଭାବନାକୁ ଆଘାତ ଦେବା  ଭଳି ମୁଁ କିଛି କରି ନାହିଁ। ମୁଁ ସତ କହିଛି।

ସେହିପରି ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଆମେ ହାର ମାନିଯିବା ଲୋକ ନୁହେଁ। ସେମାନଙ୍କୁ ରାଜ୍ୟକୁ ଫେରି ଆସିବା ଲାଗି ଦିଆଯାଇଥିବା ସମୟ ଶେଷ ହୋଇଛି। ବର୍ତ୍ତମାନ ଚାଲିଥିବା ଲଢେଇ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଏହି ଲଢେଇ ରାସ୍ତାରେ ମଧ୍ୟ ଲଢାଯିବ। ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ।

Also Read: Maharashtra Politics: ସଫେଇ ଦେବା ଲାଗି ନିଆଗଲା ଡ.ରାମ ମନୋହର ଲୋହିଆଙ୍କ ସାହାରା