Sanjay Raut on ED Summon: ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସମନ ଜାରି କରି ଜେରା ଲାଗି ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
Trending Photos
Sanjay Raut on ED Summon: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଉଥିବା ରାଜନୈତିକ ସଂକଟ ମଧ୍ୟରେ ଶିବସନା ଲାଗି ବଢିବାରେ ଲାଗିଛି ସମସ୍ୟା। ଜୁନ ୨୭ ତାରିଖ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସମନ ଜାରି କରି ଜୁନ ୨୮ ତାରିଖ ମଙ୍ଗଳବାର ଦିନ ୧୧ଟା ବେଳେ ହାଜର ହେବାକୁ କହିଛି। ଜମି ଦୁର୍ନୀତି ମାମଲାରେ ଜେରା ପାଇଁ ସଞ୍ଜୟ ରାଉତଙ୍କୁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ମାତ୍ର ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶିବସେନା ନେତା ସଞ୍ଜୟ ରାଉତ ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ହାଜର ହୋଇ ନ ପାରନ୍ତି। ହାଜର ହେବା ଲାଗି ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସମୟ ମାଗିଛନ୍ତି। ଏନେଇ କୁହାଯାଉଛି ତାଙ୍କ ସମର୍ଥନରେ ଜୁନ ୨୮ ତାରିଖ ମଙ୍ଗଳବାର ଆଲିବାଗ ଠାରେ ଆୟୋଜିତ ହେଉଥିବା ସଭାରେ ଯୋଗ ଦେଇପାରନ୍ତି।
ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସମନ ଜାରି କରି ଜେରା ଲାଗି ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ତାଙ୍କ ପରିବାର ସଦସ୍ୟଙ୍କୁ ଜେରା କରାଯାଇ ପାରେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯିବା ପ୍ରସଙ୍ଗରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ରାଉତ। ଏନେଇ ସେ କହିଛନ୍ତି ମୁଁ ଜାଣିବାକୁ ପାଇଲି ଯେ ଇଡି ମୋତେ ଡାକିଛି। ମହାରାଷ୍ଟ୍ର ରାଜନୀତିରେ ଏତେ ବଡ ରାଜନୈତିକ ଘଟଣାକ୍ରମ ଚାଲିଛି। ଆମେ ସମସ୍ତେ ବାଲା ସାହେବଙ୍କ ଶିବ ସୈନିକ୍ ଏକ ବଡ଼ ଯୁଦ୍ଧରେ ପ୍ରବେଶ କରିଛୁ। ମୋତେ ଅଟକାଇବା ପାଇଁ ଏହା ଏକ ଷଡଯନ୍ତ୍ର। ଯଦିଓ ଆପଣ ମୋର ମୁଣ୍ଡ କାଟି ଦିଅନ୍ତି ତାହେଲେ ମୁଁ ଗୌହାଟି ପଥ ଅନୁସରଣ କରିବି ନାହିଁ। ମୋତେ ଗିରଫ କର। ଜୟ ହିନ୍ଦ। ଦଳୀୟ ନେତା ସଞ୍ଜୟ ରାଉତଙ୍କ ନିକଟକୁ ପଠାଯାଇଥିବା ସମନ ଉପରେ ପ୍ରଶ୍ନ ଉଠାଇଛି ଶିବସେନା। ଦଳର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜେପି ପ୍ରତି ଏହାର ଭକ୍ତିଭାବର ଏକ ଉଦାହରଣ ସୃଷ୍ଟି କରିଛି। ଏହା ଅଧିନରେ ତାଙ୍କୁ ସମନ ଜାରି କରିଛି।
Also Read: ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ED