West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି
ଉପଯୁକ୍ତ ଢଙ୍ଗରେ ଭୋଟ ଗ୍ରହଣ ହେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ନନ୍ଦିଗ୍ରାମ ଆସନର ଟିଏମସି ପ୍ରାର୍ଥୀ।
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧ ତାରିଖ ଗୁରୁବାର ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ବହୁଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମ ଲାଗି ଚାଲିଛି ଭୋଟଗ୍ରହଣ। ବିଭିନ୍ନ ଦୃଷ୍ଟିକୋଣରୁ ଏଥର ଅନେକ ଗୁରୁତ୍ୱ ବହନ କରୁଛି ଏହି ବିଧାନସଭା ଆସନ।
ଏଥର ନନ୍ଦିଗ୍ରାମ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। ତାଙ୍କ ବିପକ୍ଷରେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ଏବଂ ବାମପନ୍ଥୀ, କଂଗ୍ରେସ, ଆଇଏସଏଫ ଆଦି ଦଳକୁ ନେଇ ଗଠିତ ହୋଇଥିବା ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ସିପିଏମ ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀ ନିର୍ବାଚନ ଲଢୁଛନ୍ତି। ଚଳିତ ଥର ମୁକାବିଲା ମୁଖ୍ୟତଃ ଟିଏମସି-ବିଜେପି ମଧ୍ୟରେ ହେଉଛି।
Also Read: Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା
ଦଳ ଲାଗି ନିର୍ବାଚନ ପ୍ରଚାର କରିବା ସମୟରେ ଆହତ ହୋଇଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ହ୍ୱିଲ ଚେୟାରରେ ବସି ନିଜେ ନନ୍ଦିଗ୍ରାମ ଆସନ ଅଧିନସ୍ଥ ଏକ ମତଦାନ କେନ୍ଦ୍ରରେ ପହଞ୍ଚି ସେଠାରେ ଭୋଟ ଗ୍ରହଣ କିପରି ଚାଲିଛି ତାହା ଦେଖିଥିଲେ।
Also Read: West Bengal Election: ଧମକ ଦେଇ ଡରିଗଲେ ଦିଦି
ଉପଯୁକ୍ତ ଢଙ୍ଗରେ ଭୋଟ ଗ୍ରହଣ ହେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ନନ୍ଦିଗ୍ରାମ ଆସନର ଟିଏମସି ପ୍ରାର୍ଥୀ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି ବାହାରୁ କିଛି ଲୋକ ଆସି ଏହି ନିର୍ବାଚନମଣ୍ଡଳୀର ମତଦାତାଙ୍କୁ ମତଦାନ କରିବା ଲାଗି ଦେଉନାହାଁନ୍ତି। ଏନେଇ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରିକି ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଫୋନ କରି ନିରପେକ୍ଷ ନିର୍ବାଚନ କରିବାକୁ ଦାବି କରିଥିଲେ।
Also Read: Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା
ଏହି ଅଭିଯୋଗ ପାଇବା ମାତ୍ରେ ଟ୍ୱିଟ କରି ଜବାବ ରଖିଥିଲେ ରାଜ୍ୟପାଳ ଜଗଦୀପ ଧନକଡ। ମତଦାନକୁ ନେଇ ଆସିଥିବା ଅଭିଯୋଗ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।
Also Read: Mamata Banerjee: ଆହତ ହେବାର ୧୯ ଦିନ ପରେ ହେଲେ ସୁସ୍ଥ, ଛିଡା ହୋଇ ଗାଇଲେ ରାଷ୍ଟ୍ରଗାନ
ମତଦାନ କେନ୍ଦ୍ରରେ ନିଜେ ମମତା ବାନାର୍ଜୀ ଉପସ୍ଥିତ ରହିଥିବା ସମୟରେ ହାତାହାତି ହୋଇଯାଇଥିଲେ ଉଭୟ ଟିଏମସି ଏବଂ ବିଜେପି କର୍ମକର୍ତ୍ତା। ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ମୁହାମୁହିଁ ହୋଇଥିଲେ ଉଭୟ ଦଳର କର୍ମକର୍ତ୍ତା। ଖବର ପାଇ କେନ୍ଦ୍ରୀୟ ସୁରକ୍ଷା ବଳ ସେଠାରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା।