Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା
Advertisement
Article Detail0/zeeodisha/odisha876566

Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। 

Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ଲାଗି ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪ଟି ଜିଲ୍ଲାର ୩୦ ଏବଂ ଆସାମର ୧୩ଟି ଜିଲ୍ଲାର ୩୯ ବିଧାନସଭା ଆସନ ପାଇଁ ଚାଲିଛି ଭୋଟଗ୍ରହଣ। ନିର୍ବାଚନ ଆୟୋଗ ତଥ୍ୟ ଅନୁସାରେ ମଧ୍ୟାନ୍ନ ସାଢେ ୧ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୫୮.୧୫ ଏବଂ ଆାସାମରେ ୪୮.୨୬ ପ୍ରତିଶତ ମତଦାନ ହୋଇଛି।           

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ବିଧାୟକ ପ୍ରାର୍ଥୀ ଶୁଭେନ୍ଦ ଅଧିକାରୀଙ୍କ କାରକେଡ ଉପରେ ଆକ୍ରମଣ ହୋଇଛି। ଅନ୍ୟପଟି ଦଳୀୟ ନେତା ତନ୍ମୟ ଘୋଷଙ୍କ ଉପରେ ଆକ୍ରମଣ ଏବଂ ଜଣେ ପୋଲିଂ ଏଜେଣ୍ଟଙ୍କୁ ମାାଡ ମାରିବା ଘଟଣା ଟିଏମସି ବିରୁଦ୍ଧରେ ଅଭିଯୋଗ ଆଣିଛି ବିଜେପି।      

Also Read: West Bengal Assembly Poll 2021: ନିର୍ବାଚନ ବେଳେ ହିଂସାକାଣ୍ଡ, ୨ ମେଡିକାଲରେ ଭର୍ତ୍ତି

 

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବା ପୂର୍ବରୁ ପଶ୍ଚିମ ମେଦୀନପୁର ଜିଲ୍ଲାରେ ଜଣେ ଟିଏମସି ନେତା ଉତ୍ତମ ଡୋଲୁଇଙ୍କୁ କଥିତ ଭାବେ ହତ୍ୟା କରାଯାଥିବା କୁହାଯାଉଛି। ସେହିପରି ଦେବରା ବିଧାନସଭା ଆସନରୁ ନିର୍ବାଚନ  ଲଢୁଥିବା ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଟିଏମସି ମତଦାତାଙ୍କୁ ଧମକାଉଥିବାର ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ନୋଆପାରସ୍ଥିତ ୨୨ନଂ ବୁଥ ଠାରେ ୧୫୦ ଟିଏମସି ଗୁଣ୍ଡା ଘେରିନେବା ସହ ମୋତେ ବୁଥ ଭିତରକୁ ଯିବା ଲାଗି ଦେଇନଥିଲେ। ସେମାନେ ଟିଏମସିକୁ ଭୋଟ ଦେବା ଲାଗି ମତଦାତାଙ୍କୁ ଧମକାଇ ଥିଲେ।          

ନନ୍ଦିଗ୍ରାମ ଆସନରୁ ଭୋଟ ଦେବା ପରେ ବହୁସଂଖ୍ୟାରେ ମତଦାନ କରିବା ଲାଗି ମତଦାତଙ୍କୁ ଆହ୍ୱାନ ଦେଇଛନ୍ତି ସ୍ଥାନୀୟ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ଏହି ଆସନରୁ ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମୋଟ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୭୫ ଲକ୍ଷ ମତଦାତା। 

Also Read: West Bengal Assembly Election 2021: ମତଦାନ ବେଳେ ଆକ୍ରମଣ, TMC ବିରୁଦ୍ଧରେ ଆସିଲା ଅଭିଯୋଗ

 

ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ପଶ୍ଚିମ ମେଦୀନପୁର ଜିଲ୍ଲାର ୯, ପୂର୍ବ ମେଦୀନପୁର ଜିଲ୍ଲାର ୯, ବାଙ୍କୁଡାର ୮, ଦକ୍ଷିଣ ୨୪ ପରଗଣା ଜିଲ୍ଲାର ୪ ବିଧାନସଭା ଆସନ ଲାଗି ଚାଲିଛି ମତଦାନ। ପ୍ରାୟ ୧୦,୬୨୦ ଭୋଟଗ୍ରହଣ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରିଛନ୍ତି ନିର୍ବାଚନ ଆୟୋଗ। ସୁରକ୍ଷା ଦାୟିତ୍ୱରେ ୬୫୧ କମ୍ପାନୀ ଫୋର୍ସ ନିୟୋଜିତ କରାଯାଇଛି। 

ଆଇନ ଶୃଙ୍ଖଳା ରକ୍ଷା କରିବା ଲାଗି ପୂର୍ବ ମେଦୀନପୁରରେ ୧୯୯, ପଶ୍ଚିମ ମେଦୀନପୁରରେ ୨୧୦, ଦକ୍ଷିଣ ୨୪ ପରଗଣାରେ ୧୭୦, ବାଙ୍କୁଡାରେ ୭୨ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ କରାଯାଇଛି।  

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉଭୟ ଟିଏମସି-ବିଜେପି ୩୦, ସିପିଏମ ୧୫, କଂଗ୍ରେସ ୧୩, ଆଇଏସଏଫ ୨ ଆସନରେ ନିର୍ବାଚନ ଲଢୁଛନ୍ତି। ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ବାମପନ୍ଥୀ, କଂଗ୍ରେସ, ଆଇଏସଏଫ ଆଦି ଦଳକୁ ନେଇ ଗଠିତ ହୋଇଥିବା ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ସିପିଏମ ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀ ନିର୍ବାଚନ ଲଢୁଛନ୍ତି।

Also Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା

ସେହିପରି ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୩୪୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୭୩ ଲକ୍ଷ ୪୪ ହଜାର ୬୩୧ ମତଦାତା। ଏହି ପର୍ଯ୍ୟାୟରେ ରାଜ୍ୟର ୧୩ ଜିଲ୍ଲାର ୩୯ ଆସନରେ ହେଉଛି ମତଦାନ। ଭୋଟଗ୍ରହଣ ଲାଗି ୧୦,୫୯୨ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥର ୩୭ ଲକ୍ଷ ୩୪ ହଜାର ୫୩୭ ପୁରୁଷ, ୩୬ ଲକ୍ଷ  ୯ ହଜାର ୯୫୯ ମହିଳା, ୧୩୫ ତୃତୀୟ ଲିଙ୍ଗ ମତଦାତା ମତଦାନ କରିବେ।

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

 

ଆସାମ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୪ ବିଜେପି, ୨୮ କଂଗ୍ରେସ, ୧୯ ଆସାମ ଜାତୀୟ ପାର୍ଟି, ୭ ଏଆଇୟୁଡିଏଫ, ୬ ଏଜିପି, ୪ ବିପିଏଫ ଏବଂ ୧୭୬ ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।