ଆହତ ହେବା ପରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ପ୍ରଚାର କରିଥିଲେ ଟିଏମସି ସୁପ୍ରିମୋ।
Trending Photos
କୋଲକାତା: ନିର୍ବାଚନ ଲାଗି ଦଳୀୟ ପ୍ରଚାର କରୁଥିବା ସମୟରେ ଆହତ ହେବାର ୧୯ ଦିନ ପରେ ସୁସ୍ଥ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଆହତ ହେବା ପରେ ସେ ହ୍ୱିଲ ଚେୟାରରେ ବସି ଦଳ ଲାଗି ନିର୍ବାଚନୀ ପ୍ରଚାର କରିଥିଲେ। ଆହାତ ହୋଇ ଚିକିତ୍ସିତ ହେବା ପରେ ସେ ନିଜ ଗୋଡରେ ଛିଡା ହୋଇ ରାଷ୍ଟ୍ରଗାନ ଗାଇଥିଲେ।
ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ନିଜର ବିଶ୍ୱସ୍ତ ସହଯୋଗୀ ସୁବ୍ରତ ବଖସି ଏବଂ ଡୋଲା ସେନଙ୍କୁ ନିଜ ପାଖକୁ ଡାକିଥିଲେ। ଏହା ପରେ ସେ ଉଭୟଙ୍କ ସହାୟତାରେ ଛିଡା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜକୁ ଅସହଜ ମଣିଥିଲେ। ହେଲେ ଦଳୀୟ ନେତାଙ୍କ ସହାୟତାରେ ସଭାମଞ୍ଚରେ ଛିଡା ହୋଇ ରାଷ୍ଟ୍ରଗାନ କରିଥିଲେ। ରାଷ୍ଟ୍ରଗାନ ଶେଷ ହେବା କ୍ଷଣି ସେ ପୁଣି ହ୍ୱିଲ ଚେୟାରରେ ବସିଯାଇଥିଲେ। ଏହା ପରେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ ସଭାମଞ୍ଚରୁ ତଳକୁ ନେଇଯାଇଥିଲେ।
#Watch: After 19 days, West Bengal Chief Minister Mamata Banerjee back on her feet. She ended her campaign in Nandigram today by singing the national anthem @ZeeNews pic.twitter.com/OhU4MOw4A0
— Pooja Mehta (@pooja_news) March 30, 2021
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ରାଜ୍ୟର ବିରୁଲିଆ ଗାଁ ଠାରେ ପ୍ରଚାର କରୁଥିବା ବେଳେ ଆହତ ହୋଇଥିଲେ ସେ। ତାଙ୍କର ବାମ ଗୋଡରେ ଆଘାତ ଲାଗିବା ପରେ ତାଙ୍କର ପଟି କରାଯାଇଥିଲା। ଏହା ପରେ ସେ ହ୍ୱିଲ ଚେୟାରରେ ବସି ଦଳ ଲାଗି ନିର୍ବାଚନୀ ପ୍ରଚାର କରିଥିଲେ।
Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'
ଏଥରର ନିର୍ବାଚନରେ ରାଜ୍ୟର ନନ୍ଦିଗ୍ରାମ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ତାଙ୍କ ବିପକ୍ଷରେ ତାଙ୍କର ପୂର୍ବତନ ସହଯୋଗୀ ଶଭେନ୍ଦୁ ଅଧିକାରୀ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏହି ବିଧାନସଭା ଆସନ ଦଖଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି-ବିଜେପି।
Also Read: 'ମୋ ସହ ବିଶ୍ୱାସଘାତକତା କରିଛନ୍ତି ଅଧିକାରୀ ପରିବାର'
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ମାର୍ଚ୍ଚ ୨୭ ଶନିବାର ରାଜ୍ୟର ୩୦ ବିଧାନସଭା ଆସନ ଲାଗି ହୋଇସାରିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ୭୯.୭୯ ପ୍ରତିଶତ ମତଦାନ ହୋଇସାରିଛି। ଚଳିତ ଥରର ନିର୍ବାଚନ ପାଇଁ ରାଜ୍ୟର ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ଉଭା ହୋଇଥିବା ନନ୍ଦିଗ୍ରାମ ଲାଗି ଆସନ୍ତାକାଲି ହେବାକୁ ଯାଉଛି ମତଦାନ।