RSS ସପକ୍ଷରେ ଦିଦି ଦେଲେ ବଡ ବୟାନ
Advertisement
Article Detail0/zeeodisha/odisha1328989

RSS ସପକ୍ଷରେ ଦିଦି ଦେଲେ ବଡ ବୟାନ

Mamata Banarjee On RSS: ଆରଏସଏସ (RSS) ଓ ବିଜେପିକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏକ ବଡ ବୟାନ ଦେଇଛନ୍ତି।

ପ୍ରତୀକାତ୍ମକ

Mamata Banarjee On RSS: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଓ ବିଜେପି (BJP) ମଧ୍ୟରେ ରାଜନୈତିକ ଲଢେଇ (Political Fight) କମ ଆଉ ବାକ୍ ଯୁଦ୍ଧ ଅଧିକ ହୋଇଥାଏ। ଅନେକ ଥର ଦେଖିବାକୁ ମିଳିଛି ତୃଣମୂଳ କଂଗ୍ରେସ (TMC) ଓ ବିଜେପି ମଧ୍ୟରେ ଆଲେଚନା-ସମାଲୋଚନା ଚରମ ସୀମାରେ ପହଞ୍ଚି ଯାଇଥାଏ। ଏବେ ଆରଏସଏସ (RSS) ଓ ବିଜେପିକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆରଏସଏସରେ ଅନେକ କାର୍ଯ୍ୟକର୍ତ୍ତା ଏପରି ଅଛନ୍ତି ଯେଉଁମାନେ ବିଜେପିକୁ ପସନ୍ଦ କରନ୍ତି ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ଆରଏସଏସର ସମସ୍ତ ଲୋକ ଖରାପ ନୁହଁନ୍ତି, କିଛି ଲୋକ ମଧ୍ୟ ଭଲ ଅଛନ୍ତି ଯେଉଁମାନେ ବିଜେପିକୁ ବିରୋଧ କରନ୍ତି ଓ ଖୁବ୍ ଶୀଘ୍ର ସେମାନେ ସମସ୍ତଙ୍କ ସାମ୍ନାକୁ ଆସିବେ।

ରାଜ୍ୟ ପୋଲିସ ଦିବସର ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ମମତା ବାନାର୍ଜୀ ପହଞ୍ଚିଥିଲେ। ସେଠାରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ସମୟରେ ସେ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ଆରଏସଏସର ଲୋକମାନେ ମଧ୍ୟ ଖୁବ ଶୀଘ୍ର ବିଜେପିକୁ ବିରୋଧ କରିବେ। ଏହା ବ୍ୟତୀତ ସେ ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ, ମୋ ପରିବାରର ଲୋକଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଗୁଡ଼ିକରୁ ନୋଟିସ ଆସୁଛି। ମୁଁ ଆଇନ ଅନୁଯାୟୀ ଏହା ସହିତ ଲଢିବି। ଯଦିଓ ଆଜିକାଲି ଏହା କରିବା କାଠିକର ପାଠ ହୋଇପଡିଛି।

ରାଜ୍ୟ ପୋଲିସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ଘୋଷଣା କରିଛନ୍ତି। ଏଥିସହ ସେ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଉପହାର ମଧ୍ୟ ଦେଇଛନ୍ତି। କେତେକ ବର୍ଗରେ ରାଜ୍ୟ ପୋଲିସ୍ ଅଧିକାରୀଙ୍କ ପାଇଁ ପଦୋନ୍ନତି, ୟୁନିଫର୍ମ ଭତ୍ତା ଓ ସର୍ବୋଚ୍ଚ ବୟସ ସୀମାରେ ବୃଦ୍ଧି ମଧ୍ୟ ଘୋଷଣା କରିଥିଲେ। ଏଥିରେ ଅନେକ ପୋଲିସ କର୍ମଚାରୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ (Mamata Banerjee) ଏହା ପୂର୍ବରୁ ଅଗଷ୍ଟ ୩୦ ତାରିଖରେ ମଧ୍ୟ ବିଜେପି ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ବିଜେପି ସମସ୍ତଙ୍କୁ ଚୋର ବୋଲି କହୁଛି। ସେହି ଲୋକମାନେ ପ୍ରଚାର କରୁଛନ୍ତି ଯେପରି ଟିଏମସିରେ ସମସ୍ତେ ଚୋର ଏବଂ କେବଳ ବିଜେପି ଓ ଏହାର ନେତାମାନେ ପବିତ୍ର ଅଟନ୍ତି। ସେ କହିଛନ୍ତି ଯେ, ନିର୍ବାଚିତ ସରକାର ଗୁଡିକୁ ଗଡାଇବା ପାଇଁ ବିଜେପି, କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (Central Agencies)ର ବ୍ୟବହାର କରୁଛି। ସେ ବିଜେପି ଉପରେ ହାଓ୍ବାଲା ମାଧ୍ୟମରେ ବିଦେଶରେ ଟଙ୍କା ବିନିଯୋଗ କରୁଥିବା ଅଭିଯୋଗ କରିଛନ୍ତି।

କିଛି ଦିନ ତଳେ ଅଲ୍‌ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଭଳି ଅଭିଯୋଗରେ ଗିରଫ କରାଯାଇଥିଲା। ଯାହାକୁ ନେଇ ବିଜେପି ଉପରେ କଡା ସମାଲୋଚନା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ସେତେବେଳେ ଅଭିଯୋଗ କରିଥିଲେ ଯେ, ବିଜେପି ସାମାଜିକ ଗଣମାଧ୍ୟମରେ ମିଛ ଭିଡିଓ ସେୟାର କରି ଲୋକଙ୍କ ମଧ୍ୟରେ ମିଥ୍ୟା ସୂଚନା ପ୍ରଚାର କରୁଛି।