ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଛି କେରଳ ବିଧାନସଭା ନିର୍ବାଚନ। ଏଥିଲାଗି ହୋଇସାରିଛି ତାରିଖ ଘୋଷଣାା। ଦିନ ଦିନକୁ ସମୟ ପାଖେଇ ଆସୁଥିବା ବେଳେ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତିରେ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ।  ଏ କ୍ଷେତ୍ରରେ ପାଦେ ଆଗେଇ ଏକ ବଡ ଘୋଷଣା କରିଛି କେନ୍ଦ୍ରରେ କ୍ଷମତାସୀନ ବିଜେପି।


COMMERCIAL BREAK
SCROLL TO CONTINUE READING

ମେଟ୍ରୋ ଟ୍ରେନ ସେବା (Metro Train Service) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶରେ ମଟ୍ରୋ ମ୍ୟାନ ଭାବେ ଜଣାଶୁଣା ଶ୍ରୀଧରନଙ୍କୁ (Metro Man Sreedharan) ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି କେରଳ ବିଜେପି ଶାଖା ଅଧ୍ୟକ୍ଷ (Kerala BJP Unit President) କେ.ସୁରେନ୍ଦ୍ରନ (K.Surendran)। ମଟ୍ରୋ ମ୍ୟାନ ଶ୍ରୀଧରନ ନିକଟରେ ଦଳରେ ସାମିଲ ହୋଇଥିଲେ।


Also Read: 'ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ବେଶୀ ଆଗ୍ରହୀ'


ରାଜନୀତିରେ ସାମିଲ ହେବା ପ୍ରସଙ୍ଗରେ ମତ ରଖି ମଟ୍ରୋ ମ୍ୟାନ କହିଥିଲେ ଯଦି ସେ କେରଳ ମୁଖ୍ୟମନ୍ତ୍ରୀ (Kerala Chief Minister) ଭାବେ ଦାୟିତ୍ୱ ଗ୍ରହଣ କରନ୍ତେ ତାହେଲେ ରାଜ୍ୟର ଅଗ୍ରଗତି ପାଇଁ ବିଭିନ୍ନ ବିକାଶମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଭରପୂର ସୁଯୋଗ ମିଳିବ। କେରଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ରହିଛି। ମୁଖ୍ୟମନ୍ତ୍ରୀ ହେବା ଲାଗି ମୁଁ ରାଜନୀତିକୁ ଆସିନାହିଁ। ଯଦିଓ ମୋତେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶିତ କରାଯାଉଛି  ତାହେଲେ ଏହା ନିଶ୍ଚିତ ଦଳକୁ ଏହା ଫାଇଦା ମିଳିବ।          


କେରଳ ରାଜନୀତିରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେରଳ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଶ୍ରୀଧରନ କହିଛନ୍ତି ରାଜ୍ୟବାସୀ ଦୁର୍ନୀତି, ଭ୍ରଷ୍ଟାଚାର, ପରିବାରବାଦ ଆଦିକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଲେଣି।  ରାଜ୍ୟର ଆର୍ଥିକସ୍ଥିତି ଦେବାଳିଆ ହୋଇଗଲାଣି। ମୋ ନିଜର ପ୍ରଯୁକ୍ତିଗତ ଜ୍ଞାନ ଏବଂ ଅନୁଭବ ବଳରେ କେରଳ ଜନତାଙ୍କ ସେବା କରିବି।  


ଜୁନ୍ ୧୨ ତାରିଖ ୧୯୩୨ ମସିରେ କେରଳର ପାଲକ୍କଡ ଠାରେ ଜନ୍ମଗ୍ରହଣ କରିଥିଲେ ମେଟ୍ରୋ ମ୍ୟାନ ଶ୍ରୀଧରନ୍। ସେ  ଆନ୍ଧ୍ରପ୍ରଦେଶର କାକିନାଡା ସରକାରୀ ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ  ଭାରତୀୟ ରେଳ ସେବାରେ ଯୋଗ ଦେଇଥିଲେ। କୋଲକାତା ଦିଲ୍ଲୀ, କୋଚ୍ଚି, ଲକ୍ଷ୍ନୌ ପ୍ରଭୂତି ସହରରେ ମେଟ୍ରୋ ସେବା କାର୍ଯ୍ୟକାରୀ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ରାଜନୀତିରେ ଅବସର ନେବାର କୌଣସି ବୟସ ନାହିଁ, ଯାହା ୮୮ ବର୍ଷୀୟ ଶ୍ରୀଧରନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି।


Also Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା


 


ବିକାଶ କାର୍ଯ୍ୟରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ, ୨୦୦୮ରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଫ୍ରାନ୍ସ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ "ଚାଭାଲିଅର୍ ଦେ ଲା ଲେଜିଅନ୍ ଡି’ ହୋନେର୍" (Chavalier de la Legion d’honneur') ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ୱ ପ୍ରସିଦ୍ଧ ପତ୍ରିକା  ଟାଇମ୍ ମାଗାଜିନ (Time Magazine) ତାଙ୍କୁ 'ହିରୋ ଅଫ୍ ଏସିଆ' (Hero of Asia) ଆଖ୍ୟା ଦେଇଥିଲା।