Ban on PFI: କାହିଁକି ଲଗାଗଲା ପ୍ରତିବନ୍ଧକ? ଗୋଟିଏ ଗୋଟିଏ କରି କାରଣ ଦର୍ଶାଇଲା ଗୃହ ମନ୍ତ୍ରଣାଳୟ
Advertisement
Article Detail0/zeeodisha/odisha1371617

Ban on PFI: କାହିଁକି ଲଗାଗଲା ପ୍ରତିବନ୍ଧକ? ଗୋଟିଏ ଗୋଟିଏ କରି କାରଣ ଦର୍ଶାଇଲା ଗୃହ ମନ୍ତ୍ରଣାଳୟ

GoI Ban on PFI: କେଉଁ କାରଣ ପାଇଁ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି ତାହାର କାରଣ ଦର୍ଶାଇଛି ଗୃହ ମନ୍ତ୍ରଣାଳୟ।  

 

Ban on PFI: କାହିଁକି ଲଗାଗଲା ପ୍ରତିବନ୍ଧକ? ଗୋଟିଏ ଗୋଟିଏ କରି କାରଣ ଦର୍ଶାଇଲା ଗୃହ ମନ୍ତ୍ରଣାଳୟ

PFI Ban: ଦୀର୍ଘ ଦିନର ଛକାପଞ୍ଝା ପରେ ଶେଷରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହି ସଙ୍ଗଠନ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଇଛି ଗୋଟି ଗୋଟି କରି ତାହାର କାରଣ ଦର୍ଶାଇଛି ଗୃହ ମନ୍ତ୍ରଣାଳୟ।  କେବଳ  ପିଏଫଆଇ ନୁହେଁ ଏହା ସହିତ ଅନୁବନ୍ଧିତ ଅନ୍ୟ  ୮ ସଙ୍ଗଠନକୁ ମଧ୍ୟ ୫ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ଏନେଇ କେନ୍ଦ୍ର ସରକାର କହିଛନ୍ତି ଯେ ପିଏଫ୍ଆଇ ଏବଂ ଏହାର ସହଯୋଗୀ ସଙ୍ଗଠନ ଆତଙ୍କବାଦ ତଥା ଏହାର ଆର୍ଥିକ ସହାୟତା, ଭୟଙ୍କର ହତ୍ୟାକାଣ୍ଡ, ଦେଶର ସାମ୍ବିଧାନିକ ଢାଞ୍ଚାକୁ ଅବମାନନା କରିବା, ସାଧାରଣ ଶୃଙ୍ଖଳାକୁ ଭଙ୍ଗ କରିବା ଭଳି ଗୁରୁତର ଅପରାଧରେ ଜଡିତ ରହିଥିବାର ଜଣାପଡିଛି। 

କେଉଁ କାରଣ ପାଇଁ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Popular Front of India) ପିଏଫଆଇ (PFI) ଉପରେ କେନ୍ଦ୍ର ସରକାର (Govt of India) ପ୍ରତିବନ୍ଧକ ଲଗାଇଛନ୍ତି ତାହାର କାରଣ ଦର୍ଶାଇଛି ଗୃହ ମନ୍ତ୍ରଣାଳୟ (Ministry of Home Affairs)।  

ଗୁପ୍ତ ଏଜେଣ୍ଡା ଅଧୀନରେ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଧର୍ମାନ୍ଧ ବନାଇ ଗଣତନ୍ତ୍ରର ଧାରଣାକୁ ଦୁର୍ବଳ କରିବା ଦିଗରେ କାର୍ଯ୍ୟ କରିବା ଏବଂ ଦେଶର ସାମ୍ବିଧାନିକ ପ୍ରାଧିକରଣ ତଥା ସାମ୍ବିଧାନିକ ଢାଞ୍ଚା ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା। 

ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଏବଂ ନିରାପତ୍ତା ବିରୋଧରେ ମାହୋଲ  ସୃଷ୍ଟି କରିବା। ଏହି କାରଣରୁ ଦେଶର ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାର ସମ୍ଭାବନା ରହିଛି।

ପିଏଫ୍ଆଇ ସଙ୍ଗଠନର କାର୍ଯ୍ୟକଳାପ ହେତୁ ଦେଶରେ ଉଗ୍ରବାଦ ସମସ୍ୟା ବଢିବାର ସମ୍ଭାବନା ରହିଛି।

ପିଏଫ୍ଆଇ ପ୍ରତିଷ୍ଠାତା ସଦସ୍ୟ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ  ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ ସିମି  ନେତା  ହୋଇଛନ୍ତି ଏବଂ ପିଏଫଆଇ ସମ୍ବନ୍ଧ ମଧ୍ୟ ବାଂଲାଦେଶର ଜମାତ୍-ଉଲ୍-ମୁଜାହିଦ୍ଦିନ ସହିତ ଜଡିତ ଅଛି। ଏହି ଉଭୟ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଦେଶରେ ଅସୁରକ୍ଷିତତାର ଭାବନାକୁ ଗୁପ୍ତ ଭାବରେ ପ୍ରୋତ୍ସାହିତ କରି ଏକ ସମ୍ପ୍ରଦାୟକୁ ଧର୍ମାନ୍ଧ କରିବାକୁ କାର୍ଯ୍ୟ କରିବା। ଏହା ଦ୍ୱାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି।

ବ୍ୟାଙ୍କିଂ ଚ୍ୟାନେଲ, ହାୱାଲା ଏବଂ ଦାନ ପରି ବିଦେଶୀ ଉତ୍ସରୁ ଟଙ୍କା ଗ୍ରହଣ କରି ଏହାକୁ ବେଆଇନ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବା। ଏହି କାରଣରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପିଏଫଆଇ ଏକ ବଡ଼ ବିପଦ ପାଲଟିଛି।

ହିଂସାତ୍ମକ କାର୍ଯ୍ୟକଳାପରେ ପିଏଫଆଇ ସଦସ୍ୟଙ୍କ ଭୂମିକା ରହିଥିବା ନେଇ ବାରମ୍ବାର ଖବର ମିଳିଛି। ସେମାନେ ଏକ କଲେଜ ପ୍ରଫେସରଙ୍କ ହାତ କାଟିବା, ଅନ୍ୟ ଧର୍ମ ଅନୁସରଣ କରୁଥିବା ସଙ୍ଗଠନ ସହ ଜଡିତ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ଅନ୍ତର୍ଭୂକ୍ତ ରହିଛି।

ଦେଶର ବିଶିଷ୍ଟ ବ୍ୟକ୍ତି ତଥା ସ୍ଥାନଗୁଡିକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ସାମଗ୍ରୀ ହାସଲ କରିବା ଏବଂ ସର୍ବସାଧାରଣ ସମ୍ପତ୍ତିକୁ ପହଞ୍ଚାଇବା। 

ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ ସହିତ ପିଏଫଆଇ ଯୋଗଯୋଗରେ ରହିଥିବା ନେଇ ଖବର ମିଳିଛି। ଯେପରିକି ଏହାର କିଛି ସଦସ୍ୟ ଆଇଏସଆଇଏସ୍ ଭଳି ଆତଙ୍କୀ ସଙ୍ଗଠନରେ ଯୋଗଦେବା ଏବଂ ସିରିଆ, ଇରାକ ଏବଂ ଆଫଗାନିସ୍ତାନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା। ଏହି ବିବାଦୀୟ ଅଞ୍ଚଳରେ ଏହାର କେତେକ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକଙ୍କୁ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛି।

ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଆଦି ରାଜ୍ୟର ସରକାର ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛନ୍ତି।

Also Read: PFI Controversy: କେବେ କେବେ ବିବାଦ ଘେରକୁ ଆସିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ