Morbi Bridge Tragedy: 'ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକର୍ଷଣ ଯୋଗୁଁ ପୋଲ ଭାଙ୍ଗି ନାହିଁ ତ?'
Advertisement
Article Detail0/zeeodisha/odisha1429038

Morbi Bridge Tragedy: 'ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକର୍ଷଣ ଯୋଗୁଁ ପୋଲ ଭାଙ୍ଗି ନାହିଁ ତ?'

Morbi Bridge Tragedy: ମୋର୍ବି ପୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକର୍ଷଣ ପାଇଁ ଭାଙ୍ଗି ନାହି ତ ବୋଲି ରବିବାର କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏହାର ମିଥ୍ୟା କାରଣରୁ ଏବଂ ସମାଜକୁ ଭୋଟ ପାଇଁ ବିଭାଜନ କରି କ୍ଷମତା ହାତେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିବାଦ, ମହିଳା ଏବଂ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର, ମୁଦ୍ରାସ୍ଫୀତି ବୃଦ୍ଧି, ମୂଦ୍ରାର ମୂଲ୍ୟ ହ୍ରାସ ଉପରେ ନୀରବ ରହିଥିବା ଅଭିଯୋଗ କରିଛନ୍ତି। 

 

Morbi Bridge Tragedy: 'ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକର୍ଷଣ ଯୋଗୁଁ ପୋଲ ଭାଙ୍ଗି ନାହିଁ ତ?'

Morbi Bridge Tragedy, ନୂଆଦିଲ୍ଲୀ: ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାକୁ ସପ୍ତାହେ ବିତିଲାଣି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଠିକା କମ୍ପାନୀର ମାଲିକ ନାମରେ ମାମଲା ରୁଜୁ ହୋଇନାହିଁ। କେବଳ କିଛି ଛୋଟ କର୍ମଚାରୀଙ୍କୁ ଗିରଫ କରି ମାମଲାର ତଦନ୍ତ ଚଳା ଯାଉଛି। ଗୋଟିଏ ପଟେ ନିଜ ପରିଜନଙ୍କୁ ହରାଇ ଥିବା ପୀଡିତଙ୍କ ଘରେ ସପ୍ତାହେ ହେଲା ଚୁଲି ଜଳୁନାହିଁ, ଅନ୍ୟପଟେ ସେହି ହୃଦୟ ବିଦାରକ ଘଟଣାକୁ ନେଇ ରାଜନୀତି ଥମୁନାହିଁ। ଆଗକୁ ଗୁଜୁରାଟରେ ନିର୍ବାଚନ ଥିବାରୁ କଂଗ୍ରେସ, ମୋର୍ବି ପୋଲ ଟ୍ରାଜେଡିକୁ କେନ୍ଦ୍ର କରି ବିଜେପି ଉପରେ ଆକ୍ରାମକ ହୋଇଛି। ମୋର୍ବି ପୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକର୍ଷଣ ପାଇଁ ଭାଙ୍ଗି ନାହି ତ ବୋଲି ରବିବାର କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଶ୍ନ କରିଛନ୍ତି।

ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି। ରବିବାର ସେ, କର୍ଣ୍ଣାଟକର ରାଜଧାନୀରେ ଆୟୋଜିତ ଏକ ଦଳିୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିବାଦ, ମହିଳା ଏବଂ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର, ମୁଦ୍ରାସ୍ଫୀତି ବୃଦ୍ଧି, ମୂଦ୍ରାର ମୂଲ୍ୟ ହ୍ରାସ ଉପରେ ନୀରବ ରହିଥିବା ଅଭିଯୋଗ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଆକର୍ଷଣ' କାରଣରୁ ଗୁଜରାଟର ମୋର୍ବି ଝୁଲାପୋଲସ ଭାଙ୍ଗିଛି କି ବୋଲି କଂଗ୍ରେସର ନୂଆ ଅଧ୍ୟକ୍ଷ କହିଛନ୍ତି। 

Also Read: Dhamanagar ByPoll: ଧାମନଗର ଗଡ଼ ଉପରେ ବିଜେପିର ଦଖଲ, ପଦ୍ମପୁର ଉପନିର୍ବାଚନ ଉପରେ ନଜର

ମଲ୍ଲିକାର୍ଜୁନ କହିଛନ୍ତି, ଏକ ଛୋଟ ଟ୍ରେନ୍‌ରେ ପତାକା ଦେଖାଇବା ସମେତ ଛୋଟ ଛୋଟ ଘଟଣା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଶ୍ରେୟ ନେଇଛନ୍ତି। ସେ ଗୁଜୁରାଟର ମୋର୍ବି ବ୍ରିଜର ଦୁଇ କୋଟି ଟଙ୍କା ମରାମତି କାର୍ଯ୍ୟର ଶ୍ରେୟ ନେବାକୁ ଚାହୁଁଥିଲେ। ମୁଁ ଜାଣେ ନାହିଁ ଯେ, ଏହା ତାଙ୍କର 'ଚମତ୍କାର' ଥିଲା ବୋଧେ, ପୋଲ ଉଦଘାଟନ ହେବାର ପାଞ୍ଚ ଦିନ ମଧ୍ୟରେ ଭୁଶୁଡି ପଡିଥିଲା। ଆଉ ଏଥିରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକର ରାଜ୍ୟସଭା ସଦସ୍ୟ ଖାଡଗେ ପଚାରିଛନ୍ତି ଯେ, ମୋର୍ବି ବ୍ରିଜ ଭୁଶୁଡ଼ିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ସମେତ କେହି କାହିଁକି ଇସ୍ତଫା ଦେଇନାହାଁନ୍ତି? ୨୦୧୬ରେ ପଶ୍ଚିମବଙ୍ଗରେ ଦେଇଥିବା ଏକ ଭାଷଣ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ କହିଥିଲ ଯେ, ପଶ୍ଚିମବଙ୍ଗରେ ବ୍ରିଜ ଭୁଶୁଡ଼ିବା ସେଠାକାର ଦୁର୍ନୀତିକୁ ଦର୍ଶାଉଛି ବୋଲି କହିଥିଲେ। ବର୍ତ୍ତମାନ କିଏ ମୋର୍ବିରେ ପୋଲ ଭାଙ୍ଗିଲା ବୋଲି କଂଗ୍ରେସ ମୁଖ୍ୟ ପ୍ରଶ୍ନ କରିଛନ୍ତି। 

କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏହାର ମିଥ୍ୟା କାରଣରୁ ଏବଂ ସମାଜକୁ ଭୋଟ ପାଇଁ ବିଭାଜନ କରି କ୍ଷମତା ହାତେଇଛି। ବିଜେପି ନେତାମାନେ ବିଭିନ୍ନ ଧର୍ମ, ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ମତଭେଦ ସୃଷ୍ଟି କରନ୍ତି। ଦଳିତ ଏବଂ ମହିଳାଙ୍କ ବିରୋଧରେ ଅତ୍ୟାଚାର କରନ୍ତି, କିନ୍ତୁ ମୋଦୀ ଏହି ପ୍ରସଙ୍ଗରେ ମୁହଁ ଖୋଲନ୍ତି ନାହିଁ। ପ୍ରଧାନମନ୍ତ୍ରୀ କେବଳ ମନ୍ଦିରକୁ ଯାଆନ୍ତି, ପୂଜା କରନ୍ତି। ଏହା ଦେଶର ସମସ୍ୟାର ସମାଧାନ କରିବ ନାହିଁ। ସେ ପୂଜା କରିବା ଉଚିତ୍, କିନ୍ତୁ ସେ ଭୋକିଲା ଲୋକଙ୍କୁ ଖାଦ୍ୟ ଦେବା, ବଢୁଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟକୁ ହ୍ରାସ କରିବା ଉଚିତ୍। ଜିଡିପିରେ ହ୍ରାସ ଘଟିଛି, ଟଙ୍କା ଦୁର୍ବଳ ହେଉଛି। ତଥାପି ପ୍ରଧାମନ୍ତ୍ରୀ ନୀରବ ରହିଛନ୍ତି। ଏପରି କି ଗଣମାଧ୍ୟମ ମଧ୍ୟ ବିରୋଧିଙ୍କ ପକ୍ଷରେ ନଥିବା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।