Dhamanagar ByPoll: ଧାମନଗର ଗଡ଼ ଉପରେ ବିଜେପିର ଦଖଲ, ପଦ୍ମପୁର ଉପନିର୍ବାଚନ ଉପରେ ନଜର
Advertisement

Dhamanagar ByPoll: ଧାମନଗର ଗଡ଼ ଉପରେ ବିଜେପିର ଦଖଲ, ପଦ୍ମପୁର ଉପନିର୍ବାଚନ ଉପରେ ନଜର

ଅତୀତରେ ଯେତେ ସବୁ ଉପ ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି। ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ୨୦୧୯ ବିଧାନସଭାରେ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ।

Dhamanagar ByPoll: ଧାମନଗର ଗଡ଼ ଉପରେ ବିଜେପିର ଦଖଲ, ପଦ୍ମପୁର ଉପନିର୍ବାଚନ ଉପରେ ନଜର

Dhamanagar ByPoll: ଭୁବନେଶ୍ଵର: ଶାସକ ବିଜେଡ଼ିକୁ ଏକ ଶକ୍ତ ଧକ୍କା ଦେଇଛି ଧାମନଗର ଉପନିର୍ବାଚନ। ବହୁ ବ୍ୟବଧାନରେ ବିଜୟ ହାସଲ କରିଛି ବିଜେପି। ୯,୮୮୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ପୁତ୍ର ସୂରଜ ସୂର୍ଯ୍ୟବଂଶୀ। ସୂରଜ ସୂର୍ଯ୍ୟବଂଶୀଙ୍କୁ ୮୦୦୯୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ୭୦୨୮୮ ଖଣ୍ଡ ଭୋଟ ମିଳିଥିଲା। 

ତେବେ ଅମାନତ ହରାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ହୋଇଥିବା ବାବା ହରେକୃଷ୍ଣ ସେଠୀଙ୍କୁ ମାତ୍ର ୩,୫୬୧ ଭୋଟ୍ ମିଳିଛି। ଏଠାରେ ଟର୍ଣ୍ଣିଂ ସାବ୍ୟସ୍ତ ହୋଇଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ସେ ୮,୧୫୩ ଭୋଟ୍ ହାତେଇଛନ୍ତି। ଯାହା ବିଜେଡି ପାଇଁ ମହଙ୍ଗା ପଡିଛି।

ସୂଚନାଯୋଗ୍ୟ ଅତୀତରେ ଯେତେ ସବୁ ଉପ ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି। ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ୨୦୧୯ ବିଧାନସଭାରେ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ।

ଭୋଟ ଗଣତିର ଆରମ୍ଭରୁ ହିଁ ସୂରଜ ଆଗୁଆ ରହିଥିଲେ। ବିଜେପି ପ୍ରାର୍ଥୀ ପ୍ରାଥମିକ ପର୍ଯ୍ୟାୟରେ ୪୭୪୯ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୯୮୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ୨୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୪୦୦ ଖଣ୍ଡ ଭୋଟ ପାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟର ଶେଷ ସୁଦ୍ଧା ବିଜେପି ଆଗରେ ରହିଥିବା ବେଳେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୦୩୩ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ।

ସେହିପରି ଚତୁର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୩୧୬୧ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ, ୫ମ ରାଉଣ୍ଡରେ ୩୫୭୨ ଖଣ୍ଡ ଭୋଟ, ୬ଷ୍ଠ ରାଉଣ୍ଡ୍‌ରେ ୪୩୯୨ ଖଣ୍ଡ ଭୋଟ, ସପ୍ତମ ରାଉଣ୍ଡରେ ୫୨୦୦ ଖଣ୍ଡ ଭୋଟ, ୮ମ ରାଉଣ୍ଡ୍‌ରେ ୫୯୯୧ ଖଣ୍ଡ ଭୋଟ, ୯ମ ରାଉଣ୍ଡ୍‌ରେ ୫୨୬୫ ଖଣ୍ଡ ଭୋଟ ଏବଂ ଦଶମ ରାଉଣ୍ଡ୍‌ରେ ମଧ୍ୟ ବିଜେଡିକୁ ପଛରେ ପକାଇ ଦେଇଥିଲେ ।

ବିଜୟ ପଥରେ ଅଗ୍ରସର ହେଉଥିବା ବିଜେପି ପ୍ରାର୍ଥୀ ୧୧ତମ ରାଉଣ୍ଡ୍‌ରେ ୫୩୧୦ ଖଣ୍ଡ ଭୋଟରେ ଆଗୁଆ ରହିବା ସହ ୧୨ତମ ରାଉଣ୍ଡ୍‌ରେ ୬୨୧୪ ଖଣ୍ଡ ଭୋଟରେ ଆଗୁଆ, ୧୩ତମ ରାଉଣ୍ଡ୍‌ରେ ୬୭୫୫ ଖଣ୍ଡ ଭୋଟରେ ଆଗୁଆ, ୧୪ତମ ରାଉଣ୍ଡ୍‌ରେ ୭୬୬୧ ଖଣ୍ଡ ଭୋଟରେ ଆଗୁଆ, ୧୫ତମ ରାଉଣ୍ଡ୍‌ରେ ୭୬୬୩ ଖଣ୍ଡ ଭୋଟରେ ଆଗୁଆ, ୧୬ ତମ ରାଉଣ୍ଡ୍‌ରେ ୭୯୯୦ ଖଣ୍ଡ ଭୋଟରେ ଆଗୁଆ, ୧୭ତମ ରାଉଣ୍ଡ୍‌ରେ ୮୮୨୫ ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ୧୮ତମ ରାଉଣ୍ଡ୍‌ରେ ୯,୭୪୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ସୂର୍ଯ୍ୟବଂଶୀ ସୂରଜ ।

ସେପଟେ ପଦ୍ମପୁର ଉପ ନିର୍ବାଚନକୁ ଆଉ ହାତ ଗଣତି ସମୟ ରହିଛି। ପ୍ରାୟତଃ ଗୋଟିଏ ମାସ ପରେ ଉପନିର୍ବାଚନରେ ଭୋଟ ପଡ଼ିବ। ତେବେ ଏହାକୁ ନେଇ ବିଜେପି ଶିବିର ବେଶ ଚଳଚଞ୍ଚଳ ରହିଛି। ଏଥିରେ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଲାଣି। ସେପଟେ ଏହି ପରାଜୟକୁ ବିଜେଡ଼ି ସ୍ୱିକାର କରିଛି। ଜନମତକୁ ସମ୍ମାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳ ପ୍ରକାଶ ପରେ କହିଛନ୍ତି। ରାଜ୍ୟବାସୀଙ୍କ ମନରେ ବିଜେଡ଼ି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।