ଭୋପାଳ: କମେଡି ଶୋ ଆୟୋଜନ କରିବା ପ୍ରସଙ୍ଗରେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା। ଏନେଇ ସେ କହିଛନ୍ତି ଯେ ଯଦି ତାଙ୍କୁ କମେଡି ଶୋ ଆୟୋଜନ କରିବାର ଅଛି ତାହେଲେ ସେ ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଡାକନ୍ତୁ। ଯଦି ଦେବାଦେବୀଙ୍କୁ ଅପମାନିତ କରୁଥିବା ଭଳି କୌଣସି ଶୋ ରହିଛି ତାହେଲେ ଏହି ଶୋ କରୁଥିବା ହାସ୍ୟକାରଙ୍କ ଠିକଣା ଜେଲ ପାଲଟିବ। ଆମେ କାହାକୁ କୌଣସି ମୂଲ୍ୟରେ କାହାର ଭାବନା ସହିତ ଖେଳିବାକୁ ଦେବୁ ନାହିଁ।


COMMERCIAL BREAK
SCROLL TO CONTINUE READING

ଗତ ସୋମବାର କଂଗ୍ରେସ ନେତା ଦିଗବିଜୟ ସିଂହ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଷ୍ଟାଣ୍ଡ ଅପ୍ କମେଡିୟାନ କୁନାଲ କମରା ଏବଂ ମୁନୱାର ଫାରୁକିଙ୍କୁ ରାଜଧାନୀ ଭୋପାଳ ଠାରେ ଏକ କମେଡି ଶୋ ଆୟୋଜନ କରିବା ଲାଗି ଆମନ୍ତ୍ରଁ  କରିଥିଲେ। ଉଭୟ ହାସ୍ୟକାରଙ୍କୁ ସରକାର ବିରୋଧି ଟିପ୍ପଣୀ ବିବାଦୀୟ ଶୋ  କରିବାକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିୀରୋଧର ସାମ୍ନା କରିବାକୁ ପଡୁଛି ଏ ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ରଖି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା କହିଛନ୍ତି ଯଦି ଦିଗବିଜୟ ସିଂହ କମେଡି ଶୋ କରିବାକୁ ଚାହୁଁଛନ୍ତି ତାହେଲେ ସେ ଆଳୁରୁ ସୁନା ତିଆରି କରୁଥିବା ଲୋକଙ୍କୁ ଡାକନ୍ତୁ। ଯିଏ ପିଠିରେ ମରାଯାଉଥିବା ଛୁରୀକୁ ଛାତିରେ ମାରିଥାନ୍ତି। ଯିଏ ପୁଞ୍ଜିପତିଙ୍କୁ ପୂଜାପତି ବୋଲି କହିଥାନ୍ତି। ତାଙ୍କୁ ସେ ଡାକିପାରନ୍ତି। 


Also Read: ବିବାଦକୁ ହାତ ଠାରି ଡାକୁଛନ୍ତି ଦିଗି ରାଜା; ଦେଖନ୍ତୁ କ'ଣ କଲେ ଘୋଷାଣା


ଯଦି ରାଜ୍ୟରେ ହିନ୍ଦୁ ଦେବାଦେବୀଙ୍କୁ ଅପାମାନିତ କରିବା ଭଳି କୌଣସି କମେଡି ଶୋ ଆୟୋଜନ କରାଯାଏ ତାହେଲେ ସେହି ଶୋ କରୁଥିବା ହାସ୍ୟକାରଙ୍କ ସ୍ଥାନ ଜେଲ ହିଁ ହେବ। ଆମେ କାହାକୁ କୌଣସି ମୂଲ୍ୟରେ କାହାର ଭାବନା ସହିତ ଖେଳିବାକୁ ଦେବୁ ନାହିଁ। ଏହା ପୂର୍ବରୁ ଗୃହମନ୍ତ୍ରୀ ଡକ୍ଟର ମିଶ୍ରା ରାଜ୍ୟରେ କୁନାଲ କମରା ଏବଂ ମୁନୱାର ଫାରୁକିଙ୍କ କମେଡି ଶୋ ପାଇଁ ଅନୁମତି ନଦେବା କଥା କହିଥିଲେ।


ଗୃହମନ୍ତ୍ରୀ ଡ.ମିଶ୍ରାଙ୍କ ଏହି ବୟାନକୁ ସମର୍ଥନ କରିଛନ୍ତି  ମଧ୍ୟ ପ୍ରଦେଶ ନଗର ଉନ୍ନୟନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ। ଏନେଇ ମନ୍ତ୍ରୀ ସିଂହ କହିଛନ୍ତି ଯଦି ଦିଗବିଜୟ ସିଂହ କମେଡି ଶୋ କରିବାକୁ ଚାହୁଁଛନ୍ତି ତାହେଲେ ସେ ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଡାକନ୍ତୁ। ରାହୁଲ ଗାନ୍ଧୀ ମୁନୱର ଫାରୁକିଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ମୁନୱାର ଫାରୁକି ହିନ୍ଦୁଙ୍କୁ ଅପମାନିତ କରିବା ଭଳି ଯେଉଁ କମେଡି କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଉଭୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଉଭୟ ହେଉଛନ୍ତି ହାସ୍ୟ ଅଭିନେତା। ଯଦି ଦିଗବିଜୟ ସିଂହ କମେଡି ପାଇଁ ରାହୁଲ ଗାନ୍ଧୀଙ୍କୁ ଡାକନ୍ତି ତାହେଲେ ତାଙ୍କର ଲୋକପ୍ରିୟତା ବଢିବ। ମୁନୱର  ଫାରୁକିଙ୍କୁ ଅପେକ୍ଷା ରାହୁଲ ଗାନ୍ଧୀଙ୍କୁ ସେ ଭଲଭାବେ ଜାଣିଛନ୍ତି। ତାଙ୍କ ଉପରେ କେବଳ ରାହୁଲ ଗାନ୍ଧୀ ହିଁ ଉପଯୁକ୍ତ କମେଡି କରିବାକୁ ସକ୍ଷମ ହେବେ। 


Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ


ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସହ ଜଡିତ ପ୍ରଶ୍ନର ଜବାବ ରଖି ଗୃହମନ୍ତ୍ରୀ ଡ. ମିଶ୍ରା କହିଛନ୍ତି ଯେ କଂଗ୍ରେସ ନିର୍ବାଚନ ଠାରୁ ଦୂରେଇ ଯାଉଛି। ଗୋଟିଏ ପଟେ ନିର୍ବାଚନ ସମ୍ପର୍କରେ ସେମାନେ ବୈଠକ କରିବାରେ ଲାଗିଛି। ଅନ୍ୟପକ୍ଷେ କଂଗ୍ରେସ ନେତା କୋର୍ଟରେ ମାମଲା ଲଢୁଛନ୍ତି। କଂଗ୍ରେସ ନେତା ବୁଝି ସାରିଛନ୍ତି ଯେ ସେମାନେ ନିର୍ବାଚନ ଜିତି ପାରିବେ ନାହିଁ। ଏହି କାରଣରୁ ସେମାନେ ନିର୍ବାଚନକୁ ବିରୋଧ କରୁଛନ୍ତି।


କଂଗ୍ରେସ ଭଳି ଦଳର ରାଜନୀତି ହେଉଛି ବିଭାଜନକାରୀ। ସେମାନେ ପୁରୁଷ ଏବଂ ପୁରୁଷତ୍ୱ, ହିନ୍ଦୁ ଏବଂ ହିନ୍ଦୁତ୍ୱ ମଧ୍ୟରେ ମଧ୍ୟ ବିଭାଜନ କରିବାକୁ ଚାହାଁନ୍ତି। ହୁଏତ ଇଟାଲୀରେ ଏହା କରାଯାଉ ଥାଇପାରେ। ଏଠାରେ ଆମର ସମସ୍ତ ଶବ୍ଦର ଆକ୍ଷରିକ ଅର୍ଥ ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିଛି। ସେ ହିନ୍ଦୁବାଦୀ ଯିଏ ରାମ ମନ୍ଦିର ନିର୍ମାଣ କରୁଛନ୍ତି, ଯିଏ କାଶୀ କରିଡର ନିର୍ମାଣ କରୁଛନ୍ତି, ଯେଉଁମାନେ ୩୭୦ ଧାରା ଉଚ୍ଛେଦ କରୁଛନ୍ତି। ଏହାର ବ୍ୟାଖ୍ୟା କରି ରାହୁଲ ଗାନ୍ଧୀ ବିଭାଜନକାରୀ ରାଜନୀତି କରିବା ଠିକ ନୁହେଁ। ଦେଶ କଂଗ୍ରେସ ଦଳର ରାଜନୀତିକୁ ବୁଝିସାରିଛି।