ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, 'ପ୍ରଧାନମନ୍ତ୍ରୀ କହିଲେ ତୁମ ପରି CM ସ୍ଥାନ କେହି ନେଇପାରିବେନି'
Advertisement
Article Detail0/zeeodisha/odisha2287690

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, 'ପ୍ରଧାନମନ୍ତ୍ରୀ କହିଲେ ତୁମ ପରି CM ସ୍ଥାନ କେହି ନେଇପାରିବେନି'

Naveen Patnaik: ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ। ତେବେ ଏହାର ପ୍ରତିକ୍ରିୟାରେ ନରେନ୍ଦ୍ର ମୋଦୀ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ମୋଦୀ ଲେଖିଛନ୍ତି ଯେ, ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ଓଡ଼ିଶା କେବେ ପାଇବନି..ଆପଣଙ୍କୁ ଓଡ଼ିଶା ଲୋକେ ହରେଇଲେ...

 

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, 'ପ୍ରଧାନମନ୍ତ୍ରୀ କହିଲେ ତୁମ ପରି CM ସ୍ଥାନ କେହି ନେଇପାରିବେନି'

Naveen Patnaik: ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ।  ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଥିଲେ। ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ। ତେବେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 
 
ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(Prime Minister Narendra Modi) ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।  ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ। ତେବେ ଏହାର ପ୍ରତିକ୍ରିୟାରେ ନରେନ୍ଦ୍ର ମୋଦୀ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ମୋଦୀ ଲେଖିଛନ୍ତି ଯେ, ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ଓଡ଼ିଶା କେବେ ପାଇବନି..ଆପଣଙ୍କୁ ଓଡ଼ିଶା ଲୋକେ ହରେଇଲେ...

ସୂଚନାଯୋଗ୍ୟ, ଜୁନ୍ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ବଡ଼ ପରାସ୍ତ ଦେଖିଥିଲେ । କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ପରେ ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ପ୍ରଦାନ କରିଥିଲେ। ହିଞ୍ଜିଳିରୁ ନବୀନଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବା ବେଳେ କଣ୍ଟାବାଞ୍ଜି ଆସନରୁ ନିରାଶ ହେବାକୁ ପଡ଼ିଥିଲା ନବୀନଙ୍କୁ । ହିଞ୍ଜିଳିରୁ ନବୀନଙ୍କୁ ୧୬ ହଜାର ୩୨୧ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ହିଞ୍ଜିଳିରେ ବିଧାନସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ହଜାର ୩୯୩ ରେ ଭୋଟରେ ବିଜୟ ହାସଲ କରିଥିଲେ ବିଜେଡ଼ି ସୁପ୍ରିମୋ । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିଲେ ।

ତେବେ ବିଜେଡି ଶୋଚନୀୟ ଭାବେ ଓଡ଼ିଶାରେ ପରାସ୍ତର ଦ୍ୱାରଦେଶ ଦେଖିଛି। ଲୋକସଭା ଆସନରୁ (Loksabha Seat)୨୦ ଟି ବିଜେପି ପୋଛି ନେଇଥିବା ବେଳେ ବିଜେଡିକୁ ଶୂନ ଏବଂ କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆଉଏବେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖିବାକୁ ଯାଉଥିବା ବେଳେ ମୁଖ୍ୟ ବିରୋଧୀ ଆସନରେ ବସିବ ବିଜେଡି । ତେବେ ଏବେଯାଏଁ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନମିଳିଥିଲେ ବି ସୁରେଶ ପୂଜାରୀଙ୍କୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି। 

Also Read: Mercury Transit 2024: ବୁଧଗ୍ରହର ରାଶି ପରିବର୍ତ୍ତନ, ଏହି ୩ ରାଶି ଭାଗ୍ୟବାନ !