'ମୋଦି-ଯୋଗୀଙ୍କ ଯୋଡ଼ି କିଏ ଭାଙ୍ଗିପାରିବେ ନାହିଁ'
Advertisement
Article Detail0/zeeodisha/odisha1136399

'ମୋଦି-ଯୋଗୀଙ୍କ ଯୋଡ଼ି କିଏ ଭାଙ୍ଗିପାରିବେ ନାହିଁ'

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଉତ୍ତର ପ୍ରଦେଶ (Uttar Paradesh) ରେ ୩୫ ବର୍ଷ ପରେ ଏକ ଦଳ ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରି ଇତିହାସ ସୃଷ୍ଟି କଲା। ଏଥିପାଇଁ ଆପଣ ଆମକୁ ଅଭିନନ୍ଦନ ଜଣାଇବା ଉଚିତ୍। ବହୁ ସଂଖ୍ୟକ ଉତ୍ତର ଭାରତୀୟ ସୁରଟରେ ବସବାସ କରନ୍ତି ଏବଂ ଏହା ହାସଲ କରିବାକୁ ସେମାନେ ଆମକୁ ସମର୍ଥନ କରିଛନ୍ତି।

ଫାଇଲ ଫଟୋ

ସୁରଥ: ଉତ୍ତର ପ୍ରଦେଶରେ ବିଜେପି ୩୫ ବର୍ଷର ରେକର୍ଡ ଭାଙ୍ଗିଛି। ବମ୍ପର ବିଜୟ ପରେ ପ୍ରଥମ ଥର ପାଇଁ ବିଜେପି ଏହି ପ୍ରଦେଶର ଲଗାତର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିଛି। ଏହାର ପ୍ରଶଂସା କରିବାକୁ ଯାଇ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡିକୁ କେହି ଭାଙ୍ଗି ପାରିବେ ନାହିଁ। 

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ (Anandiben Patel) କହିଛନ୍ତି ଯେ, ଲୋକଙ୍କ ଅପାର ସମର୍ଥନରେ ବିଜେପି ଉତ୍ତର ପ୍ରଦେଶରେ କ୍ଷମତା ବଜାୟ ରଖିଛି। ଯୋଗୀ ଆଦିତ୍ୟନାଥ (Yogi Adityanath) ଗତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି (Narendra Modi) ମଧ୍ୟ ଯୋଗ ଦେଇଥିଲେ। ଆମେ ଉତ୍ତର ପ୍ରଦେଶରେ ସରକାର ଗଠନ କରିଛୁ। ମୋଦି-ଯୋଗୀ ଯୋଡିକୁ କେହି ଭାଙ୍ଗି ପାରିବେ ନାହିଁ, କେହି ଏହା କରିପାରିବେ ନାହିଁ। ଏହାକୁ ହାସଲ କରିବା ପାଇଁ ଅନେକ ଲୋକ ସେମାନଙ୍କର ସମର୍ଥନ ଦେଇଛନ୍ତି।

Also Read: ହିନ୍ଦୁଙ୍କୁ ନେଇ ସୁପ୍ରିମକୋର୍ଟରେ ଏହି ବଡ଼ କଥା କହିଲେ ମୋଦି ସରକାର

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଉତ୍ତର ପ୍ରଦେଶ (Uttar Paradesh) ରେ ୩୫ ବର୍ଷ ପରେ ଏକ ଦଳ ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରି ଇତିହାସ ସୃଷ୍ଟି କଲା। ଏଥିପାଇଁ ଆପଣ ଆମକୁ ଅଭିନନ୍ଦନ ଜଣାଇବା ଉଚିତ୍। ବହୁ ସଂଖ୍ୟକ ଉତ୍ତର ଭାରତୀୟ ସୁରଟରେ ବସବାସ କରନ୍ତି ଏବଂ ଏହା ହାସଲ କରିବାକୁ ସେମାନେ ଆମକୁ ସମର୍ଥନ କରିଛନ୍ତି। ଭଦୋଦରା ଠାରେ ଏକ ମେଡିକାଲ କଲେଜର ଭିତ୍ତିପସ୍ତର ସ୍ଥପନ ପାଇଁ ସୁରଟ ଗସ୍ତ ସମୟରେ ଆନନ୍ଦୀବେନ ପଟେଲ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ମେଣ୍ଟ ୪୦୩ରୁ ୨୭୩ଟି ଆସନରେ ବିଜୟ ହୋଇଛି। ଯେଉଁଥିରେ କେବଳ ବିଜେପି ୨୫୫ଟି ସିଟ୍ ଜିତିଛି। ଗତ ସପ୍ତାହରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୋମବାର ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହଛି।